ଜୈବିକ ଇନ୍ଧନ (Biogas)

ଜୈବ ଇନ୍ଧନ ପରିବେଶ ସନ୍ତୁଳିତ କରିବା ସହ କୃଷି ଓ କୃଷି ଋ ଉତ୍ପାଦିକା ବ୍ୟାର୍ଜ ବସ୍ତୁ କୁସୁପରିଚାଳନ କରିଥାଏ । କୃଷି ଓ ଆନୁ ସଂଗିକ କୃଷିବ୍ୟାର୍ଜବସ୍ତୁରୁ ରସାୟନିକ ଓ ଭୌତିକ ପଦ୍ଧତି ମାଧ୍ୟମରେ ତରଳ ଜୈବିକ ଇନ୍ଧନ, ଡିଜେଲ, ଇଥାନଲ ଆଦି ପ୍ରସ୍ତୁତ ହୋଇଥାଏ । ଏହି ବ୍ୟାର୍ଜ ବସ୍ତୁ ସହଜ ସରଳଉପାୟରେ ଗାଁ ଗହଳି ଉପଲବ୍ଧ ହୋଇଥାଏ ଯାହା ଅମ୍ଳଜାନ ବିନା ଜୈବିକ ପଦ୍ଧତିରେ ଅଣୁଜୀବ ମାନଙ୍କ ବଂଶ ବୃଦ୍ଧି ଘଟାଲ ହଜମ ପ୍ରକ୍ରିୟା ତ୍ବାରାନ୍ବିତ କରାଯାଇ ଅଙ୍ଗାରକାମ୍ଳ ଓ ମିଥେନ ଗ୍ୟାସ ସହ ଜୈବିକ ଖତ ପ୍ରସ୍ତୁତ ହୁଏ ଜୈବିକ ଖତରେ ବ୍ୟର୍ଜ ବସ୍ତୁ କୁ ଅଣୁ ଜୀବ ଖାଦ୍ୟରେ ପରିଣତ ହୋଇ ବ୍ୟାର୍ଜ ବସ୍ତୁ ର ପରିମାଣ କୁ ହାସ୍ୟ ସହ ଜୈବିକ ଖତ ବା କଳା ସୁନାରେ ପରିଣତ କରେ । ଅମ୍ଳଜାନ ବିନା ଥିବା ଅଣୁଜୀବ ଗୁଡିକ ପଥରେ ଜୈବ ବ୍ୟର୍ଜ ବସ୍ତୁକୁ ଖତରେ ପରିଣତ କରନ୍ତି । ଯାହା ହାଇଡେଲିସିସ, ଅମ୍ଳପଦ୍ଧତି, ଏସିଟିକ ପଦାର୍ଥ ତତ୍ପରେ ମିଥେନ ପଦାର୍ଥ ପଦ୍ଧତି । ଜୈବିକ ଇନ୍ଧନରେ ୫୦ ପ୍ରତିଶତ ରୁ ୭୫ ପ୍ରତିଶତ, ମିଥେନ, ୨୫ ପ୍ରତିଶତ ରୁ ୫୦ ପ୍ରତିଶତ ଅଙ୍ଗାରକାମ୍ଳ ଏବଂ ୨-୮ ପ୍ରତିଶତ ଅନ୍ୟାନ୍ୟ ଗ୍ୟାସ ଯଥା ସବକ୍ଷାରଜାନ, ଅମ୍ଳଜାନ, ହାଇଡ୍ରୋଜେନ ସଲଫାଇଟ ଇତ୍ୟାଦି ରହିଥାଏ । ଯେତେବେଳେ ଅଣୁଜୀବ ଗୁଡିକ ବିନା ଅମ୍ଳଜାନ ରେ ସାଧାରଣତଃ ଦୁଇଗୋଟି ମୁଖ୍ୟ ହଜମ ପ୍ରକ୍ରିୟା ଶାଳ ମାଧ୍ୟମରେ ଅମ୍ଳଜାନ ବିନା ଅଣୁଜୀବ ଗୁଡିକ ରାସାନିକ ପ୍ରକ୍ରିୟା ଆରମ୍ଭ କରନ୍ତି । ତରଳ ବସ୍ତୁ ସହ ଯେଉଁଥ‌ିରେ ବ୍ୟର୍ଜ ବସ୍ତୁ ଏକ ଖାଲ ଜାଗାରେ ବା ପୋଖରୀ ମଧ୍ଯରେ ପାଳିଥନ ମାଧ୍ୟମରେ

ନିବୁଜ ଭାବରେ ବନ୍ଦ କରି ରଖ୍ ପ୍ରକ୍ରିୟା ଆରମ୍ଭ କରାଯାଏ । ଦ୍ଵିତୀୟ ଗୋଟିଏ ଯାନ୍ତ୍ରିକ ପ୍ରକ୍ରିୟା ମଧ୍ଯମରେ ଅର୍ଦ୍ଧତରଳ ଅବସ୍ତା ତଥା ପଟେଇବା ଅବସ୍ଥାର ଟାଙ୍କି , ଯେଉଁଠାରେ ବ୍ୟର୍କ ବସ୍ତୁ ହଜମ ପ୍ରକ୍ରିୟା ପାଇଁ ମିଶାଇ ଗରମ ଓ ଥଣ୍ଡା କୁ ନିୟନ୍ତ୍ରଣ କରାଯାଇ ଯେଉଁଥିରେ ଅଣୁଜୀବ ମାନଙ୍କୁ ମିଶାଯାଇ ତାର ପରିମାଣ କୁ ହାସ୍ୟ କରାଯାଇ ଥାଏ । ଯାନ୍ତ୍ରିକ ଅଣୁଜୀବ ଙ୍କ ପ୍ରାକୃତିକ ହଜମ ପ୍ରକିୟାରେ ୩୦ – ୬୦ ପ୍ରତିଶତ ଭାଗ ମୂଳ ଜୈବ ବସ୍ତୁ ଜୈବ ଇନ୍ଧନରେ ପରିଣତ ହୁଏ ।

ବର୍ଜ୍ୟ ବସ୍ତୁ ଉପଲବ୍ଧ ବ୍ୟବହୃତ ବ୍ୟର୍ଜ ବସ୍ତୁ କଂସେଇ ଖାନା । ମାଂସ ମାଛ ପଶୁ ପକ୍ଷୀଙ୍କ ମଳ, ମାଂସ ର ବଳକା ଅଂଗ ଓ କୃଷି ର ଅବବ୍ୟବହୃତ ବ୍ୟର୍ଜ ବସ୍ତୁ ଖାଦ୍ୟ ଉଦ୍ୟୋଗ ପାକଶାଳା ଉଦ୍ୟୋଗର ବ୍ୟର୍ଜ ବସ୍ତୁ ଆଦି ଅଙ୍ଗାରକାମ୍ଳ ଠାରୁ ମିଥେନ ୨୧ ଭାଗ ଅଧିକ ଯାହା ପରିବେଶ ପାଇଁ କ୍ଷତିକାରକ ।

ସେଥିଲାଗି ମିଥେନ କୁ ସମବେଦଶୀଳ ତଥା ନିୟନ୍ତ୍ରଣ କରିବା ସହ ଇନ୍ଧନ ଉପଯୋଗୀ କରିପାରିଲେ ପରିବେଶ ସୁରକ୍ଷିତ ରହିବ । ହିନ୍ଦୁସ୍ତାନ ପେଟ୍ରୋଲିୟମ, କରପୋସନ, ଗୋବରଧନ ଯୋଜନା ମାଧ୍ୟମରେ ରାଜ୍ୟସ୍ଥାନରେ ପ୍ରଥମଥର ପାଇଁ ଦୈନିକ ୧୦୦ ଟନ ଗୋବର ପ୍ରତ୍ୟେହ ଜୈବ ଇନ୍ଧନ ପ୍ରସ୍ତୁତ କରି ଗାଡିକୁ ଜୈବ ଇନ୍ଧନ ଯୋଗାଉଛି । ଏହା ଦ୍ବାରାପରିବେଶ ପାଇଁ ଜୈବ ଇନ୍ଧନର ଗୁରୁତ୍ଵ ବୃଦ୍ଧି କରିବା ସହ ଚାଷୀର ରୋଜଗାର ବଢିବାର ସୁବିଧା ହୋଇପାରିବ ।

ଆମ ଜିଲ୍ଲା ପ୍ରତିନିଧୁ, ରନିନ୍ଦନାଥ ପ୍ରଧାନ, ଅନୁଗୁଳ । ମୋ : ୯୭୭୭୩,୬୪୩

Leave a Reply

Your email address will not be published. Required fields are marked *