-: ଜୈବିକ ଉପାୟରେ କ୍ୟାପସିକମ୍ ଚାଷ :-

ଖ.କ.ସ/୧୬.୦୨.୨୦୨୧: କ୍ୟାପସିକମ୍‌ ଏକ ଗୁରୁତ୍ଵପୂର୍ଣ୍ଣ ଲାଭ ଜନକ ପରିବା ସଂସଳ । ଏହା ବଜାରରେ ସବୁବେଳେ ଚଢା ଦାମରେ ବିକ୍ରି ହୋଇଥାଏ । କ୍ୟାପସିକମ୍ ଦେଶର ସବୁ ଅଂଚଳରେ ଚାଷ କରାଯାଉଛି । ଏହାକୁ ମିଠା ଲଙ୍କା, ସିମା ମିରିଚ, ଗଣ୍ଠି ଲଜ୍ଜା ବୋଲି କୁହାଯାଏ। କ୍ୟାପସିକମ୍ ଗ୍ରୀନ୍ ହାଉସ୍, ପଲ୍ଲି ହାଉସ୍, ଖୋଲା ପଡିଆ, ଛାତ ଉପରେ ଚାଷ କରାଯାଇପାରେ । ଏହା ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ । କ୍ୟାପସିକମ୍ ରେ କ୍ୟୁଚିତ ରୋଗ ଦେଖାଯାଏ । ଏହା ଉଷ୍ମ ଅଂଚଳରେ ଭଲ ବଢେ । ଏହା ୭୫ ସିଏମ୍ ଉଚ୍ଚତା ହାସଲ କରେ । ଜୈବିକ ଉପାୟରେ କ୍ୟାପସିକମ୍ ଚାଷ ଜୀବନ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ମୃତ୍ତିକାକୁ ସୁସ୍ଥ ରଖେ ଏବଂ ଫସଲ ଅମଳର ଉନ୍ନତି ଆଣିବାରେ ସାହାଯ୍ୟ କରେ।

ବିଭିନ୍ନ ପ୍ରକାର କ୍ୟାପ୍ସିକମ୍ :- ବ୍ୟାପସିକମ୍ ଗୁଡିକ ମୂଖ୍ୟତଃ ପରିପକ୍ଵ ରଙ୍ଗ ଦ୍ଵାରା ଚିହ୍ନଟ ହୋଇଥାଏ । ଯାହା ସବୁଜ, ନାଲି କିମ୍ବା ହଳଦିଆ ହୋଇପାରେ। ଫସଲକୁ ଏହିପରି ବାଛିବା ଉଚିତ୍ ଯେଉଁଥରେ କି ରୋଗ ପ୍ରତିରୋଧ, ଅଧିକ ଫଳ ଉତ୍ପାଦନ କିମ୍ବା ନୂତନ ବଜାରର ଆବଶ୍ୟକତା ପାଇଁ ଉପଯୁକ୍ତ ହେବା ଉଚିତ୍ ।

୧. ବମ୍ବି (ଲାଲ୍):- ଏହା ଏକ ଶୀଘ୍ର ପରିପକ୍ବ ଫସଲ । ଏହି କିସମ ଏକ ଉଚ୍ଚ ଶକ୍ତିଶାଳି ଉଭିଦ ଯାହାର ଭଲ ଶାଖା ବାହାରେ । ଏଥିରେ ଗାଢ ସବୁଜ ରଙ୍ଗର ଫଳ ଧରେ, ପାଚିଲେ ଲାଲ୍ ହୋଇ ଯାଏ । ଏହାର ଓଜନ ହାରାହାରି ୧୩୦ରୁ ୧୫୦ ଗ୍ରାମ୍ ହୋଇଥାଏ ।

9. ରାବେଲ :- ପରିପକ୍ବତା ସମୟରେ ଫଳଗୁଡିକ ହଳଦିଆ ହୋଇଯାଏ । ଏହାର ଓଜନ ପ୍ରାୟ ହାରାହାରି ୧୫୦ ଗ୍ରାମ୍ । ଏହା ରୋଗପ୍ରତିରୋଧକାରି ଫସଲ । ଖୋଲା ପଡିଆ ଓ ସବୁଜ ଗୃହରେ ଏହା ମଧ୍ୟ ଚାଷ କରାଯାଇପାରେ ।

୩.ଇନ୍ଦ୍ର :- ଏହି କିସମ ଗୁଡିକ ଏକ ବୁଦା ରୂପରେ ଦେଖାଯାଏ । ଏହା ଘନ ପତ୍ର ଥିବା, ଗାଢ ସବୁଜ ରଙ୍ଗର ପତ୍ର

ଭରିଥାଏ । ଫଳଗୁଡିକ ୧୭୦ ଗ୍ରାମ୍ ହାରାହାରି ଓଜନ ସହିତ ରଙ୍ଗ ସବୁଜ ହୋଇଥାଏ । ଫଳର ବିକାଶ ୫୦ ରୁ ୫୫ ଦିନ ବୁଣିବା ପର ଠାରୁ ଆରମ୍ଭ ହୁଏ । ଏହା ଦୂରାନ୍ତର ପରିବହନ ପାଇଁ ଯୋଗ୍ୟ । ଏକର ପିଛା ୧୧୦ ପିଂଟାଲ ଏହା ଫଳେ।

କ୍ୟାପ୍ସିକମ୍ ଚାଷର ରୋପଣ ସମୟ :- ସାଧାରଣତଃ ଅଗଷ୍ଟ ମାସରେ ଶରତ ଓ ଶୀତ ଫସଲ ପାଇଁ

ନଭେମ୍ବରରେ ବସନ୍ତ ଓ ଗ୍ରୀଷ୍ମ ଫସଲ ପାଇଁ ବୁଣାଯାଏ । ସେପ୍ଟେମ୍ବର ଓ ଅକ୍ଟୋବର ରେ ବୁଣାଯାଇଥିବା କ୍ୟାପ୍ସିକମ୍ ଉଦ୍ଭିଦ ଗୁଡିକ ପାଇଁ ଶୀତ ଋତୁର ଆଲୋକର ଅଭାବ ହେତୁ ଏହାର ବିକାଶ ପାଇଁ ଦୀର୍ଘ ସମୟ ନିଏ ।

କ୍ୟାପ୍ସିକମ୍ ଚାଷ ପାଇଁ ମୃତ୍ତିକା ଓ ପରିବେଶର ଆବଶ୍ୟକତା :- ପିଏଚ୍ ସ୍ତରର ମାଟିର୫.୮ ରୁ ୬.୫ ସାମାନ୍ୟ ଅମ୍ଳ ହେବା ଉଚିତ୍ । ଯଦିଓ ଏହି ଚାଷ ସମସ୍ତ ପ୍ରକାର ମୃତ୍ତିକାରେ କରାଯାଇ ପାରେ ଭଲ ଚାଷ ହୋଇଥିବା କାଦୁଆ ମାଟି ଏହାର ଚାଷ ପାଇଁ ଆଦର୍ଶ ଭାବେ ବିବେଚନା କରାଯାଏ । ଏହା ଏକ ନିର୍ଦ୍ଦିଷ୍ଟ ପରିମାଣର ଅମ୍ଳତାକୁ ପ୍ରତିରୋଧ କରିପାରେ । ବାଲିଆ ଦୋରସା ମାଟିରେ ସଫଳତାର ସହ ଫସଲ ବଢି ପାରିବ ଯଦିଓ ଖତ ଓ ଜଳସେଚନର ସଠିକ୍ ପରିଚାଳନା ହୁଏ । କ୍ୟାପ୍ସିକମ୍ ଥଣ୍ଡା ପ୍ରତି ସମବେଦନଶୀଳ ଓ ସମୁଦ୍ର ପତନ ଠାରୁ ୨ହଜାର ମିଟର ପର୍ଯ୍ୟନ୍ତ ଭଲ ବଢିପାରେ

ଚାଷରେ ବ୍ୟବଧାନ ଓ ବୃକ୍ଷରୋପଣର ଆବଶ୍ୟକତା :- ଉଦ୍ଭିଦ ଗୁଡିକ ବ୍ୟବଧାନ ପ୍ରାୟ ୭୦ ସିଏମ୍ ଅଟେ । ବୃକ୍ଷରୋପଣ ପାଇଁ ଉଠାଯାଇଥିବା ଶଯ୍ୟା ପ୍ରାୟ ୧୫ × ୨୦ ସିଏମ୍ ରହିବା ଉଚିତ୍ ।

ବିହନ ରୋପଣ :- ବିହନ ପ୍ରଥମେ ନର୍ସରୀ ଶଯ୍ୟାରେ ବଢାଯାଏ ଏବଂ ପରେ ମୁଖ୍ୟ କ୍ଷେତ୍ରରେ ସ୍ଥାନାନ୍ତରିତ ହୁଏ । ସାଧାରଣତଃ ଗୋଟିଏ ହେକ୍ଟର ପାଇଁ ୫ ରୁ ୬ ଟି ଶଯ୍ୟା ଆବଶ୍ୟକ । ରୋଗ ନ ହେବା ପାଇଁ ମଞ୍ଜି ଗୁଡ଼ିକରେ ସେରେମାନ୍, ଥ୍ରାମ କିମ୍ବା କ୍ୟାପ୍ଟେନ୍ ସହିତ ବିଶୋଧନ କରାଯାଏ । ୧ କେଜି ବିହନ ସହ ୨ ଗ୍ରାମ୍ କରିବା ଉଚିତ । ଚାଷ ପାଇଁ ଏକର କୁ ୧ ରୁ ୨ କେଜି ମଞ୍ଜି ଆବଶ୍ୟକ । ମଞ୍ଜି ଗୁଡିକରେ ସଠିକ୍ ଖତ ମିଶ୍ରର ଯଥା ଜିଆ ଖତ, କୋକୋପିଟ୍ ଦିଆଯିବା ସଙ୍ଗେ ସଙ୍ଗେ ସର୍ବୋଚ୍ଚ ଆର୍ଦ୍ରତା ବଜାୟ ରଖିବା ପାଇଁ ଆଚ୍ଛାଦିତ କରିବା ସଙ୍ଗେସଙ୍ଗେ ଫ୍ରିକଲର ରେ ଜଳସେଚିତ କରିବା ଜରୁରୀ ।

ଜମି ପ୍ରସ୍ତୁତି :- ବିହନ ବୁଣିବା ପାଇଁ ମୂଖ୍ୟ କ୍ଷେତ୍ରକୁ ୨ ଥର ହଳ କରି ପ୍ରସ୍ତୁତ କରାଯାଏ । ତାପରେ ଚିକ୍କଣ ଫଳକ ଦିଆଯାଏ । ପ୍ରଥମେ ହଳ କରିବା ପରେ ସୁଖିଲା ଗୋବର ଖତ କମ୍ପୋଷ୍ଟ ଯୋଗ କରାଯାଏ । ପରବର୍ତି ସମୟରେ ମାଟିରେ ଭଲ ଭାବରେ ମିଶାଯାଏ ।

କ୍ୟାପ୍ସିକମ୍ ଚାଷରେ ଜୈବିକ ପୃଷ୍ଟିକର ପରିଚାଳନା :- ଶୁଖିଲା ଗୋବର ଖତ ୫ କେଜି ପ୍ରତିବର୍ଗ ମିଟର, ନିମୋପେଡିଆ ୨୦୦ ଗ୍ରାମ୍ ପ୍ରତିବର୍ଗ ମିଟର ପ୍ରୟୋଗ କରାଯିବା ଉଚିତ୍ । ଚାରା ରୋପଣ ସମୟରେ ଆଜସ୍ପିରିୟମ୍ + ପିଏଗି ୨୦% ୧୫ ମିନିଟ୍ ପାଇଁ ଚିକିତ୍ସା କରାଯିବା ଉଚିତ୍ । ବୃକ୍ଷରୋପଣ ପରେ ୧ କିଲୋଗ୍ରାମ୍ ପ୍ରତି ବର୍ଗ ମିଟର ଭାବରେ ଜିଆଖତ ପ୍ରୟୋଗ କରିବା ଉଚିତ୍ । ପୋଷାକ ତତ୍ତ୍ବ ସଠିକ୍ ଭାବରେ ପରିଚାଳନା କଲେ ଫଳର ବିକାଶ ଓ ଆକାର ଭଲ ହୋଇଥାଏ। ଜୈବିକ ସାର ଗୁଡିକ କ୍ୟାପ୍‌ସିକମ୍ ଉଭିଦ ଗୁଡିକର ପୁଷ୍ଟିକର ଆବଶ୍ୟକତାକୁ ପୁରଣ କରିଥାଏ । ମାଟିରେ ଥିବା ଅଣୁଜୀବର କାର୍ଯ୍ୟକଳାପ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ମାଟିରେ ଅଙ୍ଗାର କାମ୍ଳ ବୃଦ୍ଧି କରିଥାନ୍ତି । ଜୈବିକ ସାର ଗୁଡିକ ଫସଲ ଅମଳ, ଫସଲର ଗୁଣବତା ଓ ଅଣ ଜୈବିକ ସାର ପରି ଉତ୍ପାଦନ କରିଥାନ୍ତି । ଆହୁରି ମଧ୍ୟ ଜୈବିକ ସାର ଖତ ମୃତ୍ତିକାର ସଂରୋଚନାରେ ଉନ୍ନତି ଆଣିବା ସହ ଖଣିଜ ସାର ପାଇଁ ଏକ ବିକଳ୍ପ ଅଭ୍ୟାସ ଭାବରେ କାର୍ଯ୍ୟ କରେ । ଫଳ ଧରିବା ସମୟରେ ଭର୍ମିସ୍ ବା ଖତ ପାଣି ସିଂଚନ କଲେ ଫଳ ଫୁଲ ଭଲ ଧରିବାରେ ସାହାଯ୍ୟ କରେ ।

ରୋଗ ପୋକ ନିୟନ୍ତ୍ରଣ ପାଇଁ ଜୈବିକ ପରିଚାଳନା :- ନିମ୍ବ ଆଧାରିତ ଉତ୍ପାଦକ ଗୁଡିକ ସିଂଚନ କରାଯାଇ ସଠିକ ରୂପରେ ରୋଗ ପୋକ ନିୟନ୍ତ୍ରଣ କରାଯାଇ ପାରେ । ଏଥ ପାଇଁ ନିମ୍ବ ତେଲ, କରଞ୍ଜ ତେଲ, ଗୋ ମୂତ୍ର, ମାଛ ଫୁଟି, ଗୋବର ଆଦି ପ୍ରସ୍ତୁତ ଔଷଧ ଦ୍ଵାରା କ୍ୟାପ୍ସିକମ୍ ରେ ଦେଖାଯାଉଥିବା ଭୁତାଣୁ ଜନିତ ପତ୍ର ମୋଡା, ଫଳବୋରର ଆଦି ରୋଗକୁ ନିୟନ୍ତ୍ରଣ କରାଯାଇ ପାରେ

ଅମଳ :- କ୍ୟାପ୍ସିକମ୍ ଅମଳ ସବୁଜ ରଙ୍ଗ ଫଳର ବୃକ୍ଷ ଠାରୁ ୬୦ ଦିନରୁ ଆରମ୍ଭ ହୁଏ । ହଳଦିଆ ଓ ନାଲି ରଙ୍ଗ ଫଳ ଯୁକ୍ତ ଶଙ୍କର ଜାତୀୟ କ୍ଷେତ୍ରରେ ୮୦ରୁ ୯୦ ଦିନ ଅମଳ ପାଇଁ ଲାଗେ । କ୍ୟାପ୍ସିକମ୍ ସବୁଜ ରଙ୍ଗ ଫଳରେ ୧୦ ଦିନ ବ୍ୟବଧାନରେ ୧୭୦ ରୁ ୧୮୦ ଦିନ ପର୍ଯ୍ୟନ୍ତ ଅମଳ ଚାଲିଥାଏ। କିନ୍ତୁ କ୍ୟାପ୍ସିକମ୍ ନାଲ୍ ଓ ହଳଦିଆ ରଙ୍ଗ ଫଳରେ ଅମଳ ୨୦୦ରୁ ୨୫୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଫଳ ଗୁଡିକ ପରିପକ୍ବ ସବୁଜ ହଳଦିଆ ଯେତେବେଳେ ୭୫ ଭାଗ ହୁଏ ଏବଂ ଲାଲ୍ ଯେତେବେଳେ ୧୦୦ ଭାଗ ପରିପକ୍ବ ହୁଏ। ଲାଲ୍ ଅମଳ କଲେ ଥଣ୍ଡା ସ୍ଥାନରେ ରଖାଯାଏ । କ୍ୟାପ୍ସିକମ୍ ଅମଳ ସବୁଜ, ବ୍ରେକର, ରଙ୍ଗିନ୍ ( ନାଲି | ହଳଦିଆ) ପର୍ଯ୍ୟାୟରେ କରାଯାଇଥାଏ । ଆମ ଦେଶରେ କ୍ୟାପ୍ସିକମ୍ ଦୀର୍ଘ ଦୂର ବଜାର ପାଇଁ ବ୍ରେକର ପର୍ଯ୍ୟାୟରେ ଅମଳ କରାଯାଏ ବ୍ରେକର ସମୟ ହେଉଛି ଯେତେବେଳେ କ୍ୟାପ୍ସିକମ୍ ଫଳ ପୁଷ୍ଟରୁ ୧୦ ଭାଗ ରଙ୍ଗିନ୍ ହୁଏ ଏବଂ ଯେତେବେଳେ ଫୁଳ ପୁଷ୍ପରୁ ୯୦ ଭାଗ ରଙ୍ଗିନ୍ ହୁଏ ଏହାକୁ ରଙ୍ଗିନ୍ ପର୍ଯ୍ୟାୟ ଭାବେ ବିବେଚନା କରାଯାଏ । ସ୍ଥାନୀୟ ବଜାର ପାଇଁ ରଙ୍ଗିନ୍ ପର୍ଯ୍ୟାୟରେ କ୍ୟାପ୍ସିକମ୍ ଅମଳ କରିବା ଭଲ । ବିଭିନ୍ନ ପ୍ରକାର କ୍ୟାପ୍ସିକମ୍ ଏକର ପିଛା ୯୦ ରୁ ୧୧୦ କ୍ୱିଣ୍ଟାଲ୍ ଫଳେ ।

ବିଜୟ କେତନ ସାହୁ, ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ, କନ୍ଧମାଳ ।

Leave a Reply

Your email address will not be published. Required fields are marked *