ଆମର ଆଦର୍ଶ ମହର୍ଷି ନାରଦ

ମହର୍ଷି ନାରଦଙ୍କ ଦ୍ଵାରା ରଚିତ ଭକ୍ତି ସୂତ୍ର ହିନ୍ଦୁ ଶାସ୍ତ୍ର ର ଭକ୍ତି ଯୋଗର ଏକ ଅମୂଲ୍ୟ ସମ୍ପଦ। ସୂତ୍ର ଶବ୍ଦର ଅର୍ଥ ଡୋରୀ ବା ସୂତା,ସୂତାଟି ଯେପରି ଫୁଲ ଗୁଡିକ ଧରି ମାଳ ଟିଏ ତିଆରି କରେ ଏବଂ ସୂତା ବିନା ଫୁଲ ମାଳ ଅସମ୍ଭବ ସେହିପରି ଶରୀର ରେ କୋଟି କୋଟି କୋଷ କୁ ବାନ୍ଧି ରଖୁଥ‌ିବା ଶକ୍ତି ସେହି ସୂତା ବା ଡୋରୀ । ସେହି ସୂତା କୁ ଧରି ପାରିଲେଆମେ ସୂତ୍ରଧର ପାଖରେ ପହଞ୍ଚି ପାରିବା । ନାରଦ ଭକ୍ତି ସୂତ୍ର ଚଉରାଅଶିଗୋଟି ସୂତ୍ର ମଧ୍ୟରେ ଲିଖତ ହୋଇଛି । ଏଥିରେ ଭକ୍ତି, ପ୍ରେମ, ସମର୍ପଣ, ଜୀବନ ଲକ୍ଷ୍ୟ, ଅଭ୍ୟାସ, ସତସଂଗ, ଅନୁନ୍ୟ ଭକ୍ତ, ଦିବ୍ୟ ପ୍ରେମ, ପୂଜାର୍ଚ୍ଚନା ବର୍ଣନା କରାଯାଇଛି । ସମାଜ ନାରଦ ଙ୍କୁ ଏକ ଚଟୁଳି ବା କଳିଆ ନାରଦ ବୋଲି କହିଛି । କିନ୍ତୁ ପ୍ରକୃତ ନାରଦ ଶାନ୍ତି ପ୍ରତିଷ୍ଠା କାରୀ, ଜୀବ ମଙ୍ଗଳ କାରୀ ବର୍ଷା ପ୍ରଦାନ କାରୀ ଅଟନ୍ତି | ନାରଦ ହେଉଛି ସମ୍ବାଦ ପରିବେଷଣ କ୍ଷେତ୍ର ରେ ସମାଜର ପ୍ରଥମ ସାମ୍ବାଦିକ ତଥା ସାମ୍ବାଦିକ ମାନଙ୍କ ପିତା ।

ଯେଉଁ ସମୟରେ ଭକ୍ତ ବା ସାଧାରଣ ମଣିଷ ନାରାୟଣ ବା ସ୍ବୟଂ ଭଗବାନଙ୍କ ସାକ୍ଷାତକାର ପାଏ ସେହି ସମୟ ହିଁ ଜୀବନ ର ସର୍ବଶ୍ରେଷ୍ଠ ଆନନ୍ଦର ସମୟ ଓ ସେହି ଆନନ୍ଦ ହିଁ ମଣିଷର ଧର୍ମକୁ ରୂପାନ୍ତର କରେ । ତେଣୁ ଧର୍ମ ହିଁ ଆନନ୍ଦ ଓ ଆନନ୍ଦ ହିଁ ଧର୍ମ । ପରମାତ୍ମା ଙ୍କ ସାକ୍ଷାତକାର ସମୟ ବ୍ୟତୀତ ଅନ୍ୟ ସମସ୍ତ ସମୟ ଗୁଡିକ କର୍ମ, ବା କର୍ତାଭାବ, ଅହଂକାର ଭାବର ସମୟ ଆଦି ଅଟେ । । ପରମାତ୍ମାସାକ୍ଷାତ କାର ପାଇଁ ଦୁଇଟି ପଥ ଜରୁରୀ ଯାହା ହେଉଛି ଜ୍ଞାନ ଓ ପ୍ରେମମାର୍ଗ ର ସମାହାର । ଥରେ ଜଣେ ପିତା ନିଜ ପୁତ୍ର କୁ ପଚାରିଲା ଯଦି ତୁମେ ରାସ୍ତା ରେ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ଦୁଇ ଗୋଟି ନୋଟ ରାସ୍ତାରେ ପଡିଥିବାର ଦେଖୁଲ ତେବେ ତୁମେ କାହାକୁ ପ୍ରଥମେ ଉଠାଇବ, ପୁତ୍ର କହିଲା ସ୍ଵାଭାବିକ ଭାବରେ ୧୦୦୦ ଟଙ୍କିଆ ନୋଟ କୁ ପ୍ରଥମେ ଉଠାଇବି । କିନ୍ତୁ ବାପା କହିଲେ ଯଦି ମୁଁ ହୋଇଥାନ୍ତି ତାହେଲେ ମୋର ଦୁଇ ହାତରେ ଦୁଇଟି ନୋଟ ଏକା ସଙ୍ଗରେ ଉଠାଇଥାନ୍ତି । କାରଣ ଦୁଇଟି ଯାକ ମୋର ଦରକାର । ଯେପରି ଉଦଜାନ ଓ ଅମ୍ଳଜାନ ମିଶିକରି ପାଣିରେ ପରିଣତ ହୁଏ । କେବଳ ମାତ୍ର ଉଦଜାନ କି ଅମ୍ଳଜାନ ରେ ଏକାକି ପାଣିରେ ରୂପାନ୍ତର ହେବ ନାହିଁ । ଠିକ ସେହିପରି ଜ୍ଞାନ କି ପ୍ରେମ ଏକାକି ଭଗବାନ ଙ୍କ ସାକ୍ଷାତ କାର କରାଇ ପାରିବ ନାହିଁ କି ତୃପ୍ତି ଦେଇ ପାରିବ ନାହିଁ । ନଦୀ ସାଗରେ ନ ମିଶିବା ପର୍ଯ୍ୟନ୍ତ, ବୀଜ ଗଛ ନହେବା ପର୍ଯନ୍ତ ଯେପରି ସଂଘର୍ଷ ଜାରି ରଖେ ଠିକ ସେହିପରି ମଣିଷ ଜୀବନ ପରମାତ୍ମା ସହ ମିଳନ ନହେବା ପର୍ଯନ୍ତ ଆନନ୍ଦ ବା ତୃପ୍ତି ମିଳେ ନାହିଁ । ମହର୍ଷି ବେଦ ବ୍ୟାସ ୧୬ ଖଣ୍ଡ ପୁରାଣ ରଚନା କରି ସାରିଲା ପରେ ୧୭ ଖଣ୍ଡ ପୁରାଣ ମହାଭାରତ ରଚନା କରି ଥୁଲେ ଯେଉଁ ଥିରେ ଭଗବତ ଗୀତା ଅନ୍ୟତମ ଅଟେ । ତଥାପି ତାଙ୍କ ଜୀବନେ ତୃପ୍ତି ମିଳି ନଥିଲା । ମହର୍ଷି ମାନେ ସେତେବେଳେପୂରାଣ ରଚନା ସମୟରେ ଶୋଉନଥିଲେ, କିନ୍ତୁ ଯେତିକି ସମୟ ଖାଦ୍ୟ ନେବା କଥା ନେଉଥିଲେ । ପୁରାଣ ନ ସାରିଲା ପର୍ଯନ୍ତ ନିଦ ହୋଉନଥିଲା କି ଶୋଭନଥିଲେ ।

ମହର୍ଷି ବେଦ ବ୍ୟାସ ଏହି ୧୭ ଖଣ୍ଡ ପୁରାଣ ରଚନା କଲା ପରେ ତାଙ୍କୁ ବି ନିଦ ଆସିଲା ନାହିଁ, ସେଥିଲାଗି ସେ ନଡି ବ୍ୟସ୍ତ ହୋଇ ଯାଇ ଗୋଟିଏ ନଦୀ କୂଳରେ ବସିଲେ । ସେହି ସମୟରେ ନାରଦ ମୁନ୍ତି ନାରାୟଣ ନାରାୟଣ କହି ଆସି ପହଞ୍ଚିଗଲେ ଏବଂ ତାଙ୍କ ଦୁଃଖ ଓ ବ୍ୟସ୍ତତା ର କାରଣ ପଚାରିଲେ । ମହର୍ଷି କହିଲେ ମୁଁ ୧୭ ଖଣ୍ଡ ପୁରାଣ ରଚନା କଲା ପରେ ମତେ ତୃପ୍ତି କି ଶାନ୍ତି ମିଳିନାହିଁ ଯାହାଫଳରେ ମୁଁ ରାତିରେ ଶାରିରେ ଶୋଇ ପାରିନାହିଁ । ଏହାର କାରଣ କଣ ମହାଶୟ ନାରଦ, ନାରଦ ହସି ହସି କହିଲେ ନାରାୟଣ ନାରାୟଣ କହି ଆପଣ ଜ୍ଞାନ ର ଅଧିକାରୀ ହୋଇପାରନ୍ତି କିନ୍ତୁ ପ୍ରେମ ବି ଭଲ୍ଲି ଅଧିକାରୀ ହୋଇ ନଥିବାରୁ ଆପଣ ଙ୍କୁ ତପ୍ତି ମିଳୁ ନାହିଁକି ନିଦ ହେଉନାହିଁ । ନାରଦ ତାଙ୍କର ଚଉରାଅଶି ଗୋଟି ଭକ୍ତି ସୂତ୍ରକୁ ବେଦବ୍ୟାସଙ୍କ ପାଖରେ ବ୍ୟାଖ୍ୟା କରିଥିଲେ । ମହର୍ଷି ନାରଦ ଚଉରାଅଶିଟି ଜନ୍ମ ପୂର୍ବରୁ ଏକ ଗରିବ ଘରେ ଦାସୀ କୋଳରେ ଜନ୍ମ ଗ୍ରହଣ କରିଥିଲେ । ମା ତାଙ୍କର ବଡ ସଂସ୍କାରୀ ଥିଲେ । ନାରଦ ମା କୁ ପଚାରିଲେ ମୁଁ ଭଗବାନ ଙ୍କ ଦର୍ଶନ କିପରି ପାଇବି ? ମା କହିଲେ ଜଣେ ସଦଗୁରୁ ଙ୍କ ସାଙ୍ଗରେ ଯେତେବେଳେ ରହିବୁ ତେବେ ଯାଇ ଈଶ୍ଵରଙ୍କୁ ପାଇବୁ । ମାତ୍ର ୫ ବର୍ଷରେ ବୟସରେ ନାରଦ ଜଣେ ବ୍ରହ୍ମଜ୍ଞାନୀ ସଦଗୁରୁଙ୍କ ସହ ମିଶି ମାତ୍ର ୪ ମାସ ଭିତରେ “ ନାରାୟଣ ”ଗୁରୁମନ୍ତ୍ର ପାଇଲେ । ଏହି ମନ୍ତ୍ର ପାଇଲାପରେ ନାରଦ ଇଚ୍ଛା କଲେ ସନ୍ୟାସୀ ହେବା ପାଇଁ କିନ୍ତୁ ମା ତାଙ୍କର ମନା କରିଥିଲେ । ନାରଦ ଦ୍ଵନ୍ଦରେ ପଡି ଭଗବାନ ଙ୍କ ପାଖରେ ହାତ ଟେକି ଦେଇଥିଲେ । କିନ୍ତୁ ତାଙ୍କର ବ୍ୟାକୁଳତା ଏତେ ପ୍ରଖର ଥିଲା ଯେ ସ୍ଵୟଂ ଭଗବାନ ତାଙ୍କ କଥା ଶୁଣିଲେ ଏବଂ ସେହି ରାତ୍ରି ତାଙ୍କ ମା’ଙ୍କୁ ସର୍ପ ଦର୍ଶନ କଲା ଏବଂ ତାଙ୍କ ମୃତ୍ୟୁ ଘଟିଲା । ନାରଦ ସନ୍ୟାସୀ ହେଲେ । ତାଙ୍କର ବ୍ୟାକୁଳତା ଏତେ ପ୍ରଗାଡ ଥିଲା ଯେ ସ୍ଵୟଂ ନାରାୟଣ ତାଙ୍କୁ ଦର୍ଶନ ଦେଲେ । ଶୁଣା ଯାଏ ନାରଦ ୧୦୦ ବର୍ଷ ପର୍ଯନ୍ତ ବଞ୍ଚି ଥିଲେ କିନ୍ତୁ ସେହି ଜୀବନ କାଳ ମଧ୍ଯରେ ଆଉ ନାରାୟଣ ଙ୍କ ଦର୍ଶନ ପାଇନାହାନ୍ତି । ମୃତ୍ୟୁ ପରେ ସେ ନାରାୟଣଙ୍କ ଦର୍ଶନ ପାଇଥିଲେ ଏବଂ ପଚାରିଥିଲେ ପ୍ରଭୁ ମତେ କାହିଁକି ଦର୍ଶନ ଦେଲେ ନାହିଁ ? ଭଗବାନ କହିଲେ ମୋର ମଧ୍ୟ ତତେ ଦର୍ଶନ ଦେବା ପାଇଁ ଇଚ୍ଛା ବହୁତ ଥିଲା କିନ୍ତୁ ହୋଇପାରିଲା ନାହିଁ । ତୋର ନାରାୟଣ ଙ୍କୁ ପାଇବା ପାଇଁ ଏତେ କାମନା ବଢି ଯାଇଥିଲା ଯେ ମୁଁ ତୋତେ ଦର୍ଶନ ଦେବି କିପରି ? ତେଣୁ ତୋତେ ଏହି କାମନା ର ବିନାଶ ପାଇଁଚଉରାଅଶି ଜନ୍ମ ନେବାକୁ ପଡିବ । ନାରଦ ବ୍ୟାସଦେବ ଙ୍କୁ କହିଲେ ଏହି ଚଉରାଅଶି ଜନ୍ମ ମୋ ପାଇଁ ଗୋଟିଏ ସଫଳତାର ପାହାଚ । ଏହି ଚଉରାଅଶି ଜନ୍ମ ରଅଠର ହଜାର କଥା ତଥା ଅଠର ହଜାର ଶ୍ଳୋକ ର ଯେଉଁ ମୋତି ମୁଁ ପାଇଛି ତାହା ମୋର ପାଇଁ ଏକ ଅମୂଲ୍ୟ ସମ୍ପଦ । ଭାଗବତ ପୁରୁଣା ଅଠର ହଜାର କଥା ନାରଦ ଙ୍କ ଚଉରାଅଶି ଭକ୍ତି ସୂତ୍ର ନାମରେ ନମିତ ।

୧. ନାରଦ ଶବ୍ଦ ର ଅର୍ଥ ( ନା + ରଦ ) ନା ଶବ୍ଦ ର ଅର୍ଥ ଆଲୋକ ଓ ରଦଶବ୍ଦ ର ଅର୍ଥ ଅନ୍ଧାରକୁ ଦୂର କରେ ।

୨. ନା + ରଦ –ଯିଏ ନାରାୟଣ କଥା ଯେ ଭକ୍ତିର ସହ ଉଚ୍ଚାରଣ କରି ରମଣ କରେ ।

୩. ନା + ରଦ – ଜୀବନ ଯେକୌଣସି ପରିସ୍ଥିତି ଆସିଲେ, ସେ ତାକୁ ଅସ୍ବୀକାର ବା ଋଦ କରେନାହିଁ । ନାରଦ ହିଁ ଏକ ମାତ୍ର ସୂତା ଯାହା ଆମକୁ ଇଶ୍ଵର ବା ସୂତ୍ରଧର ସହ ଯୋଡି ରଖୁଥାଏ । ଆମେ ଜୀବନର ସୂତ୍ର ଜାଣି ପାରିଲେ ସୂତ୍ରଧର ଙ୍କ ସହ ନିଶ୍ଚିତ ଯୋଡି ହୋଇ ଯିବା ଏଥୁରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *