କୃଷକଙ୍କ ଆଦର୍ଶ କୃଷି ବିଦ୍ୟାଳୟ ସ୍ଥାପନ

ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିବା କେନ୍ଦୁଝର ର ପ୍ରସ୍ତାବିତ ପ୍ରକଳ୍ପ

ଖଣି ଅଂଚଳ ପାଣ୍ଟିରୁ ଆଦର୍ଶ କୃଷି ଉଦ୍ୟୋଗ ଶିକ୍ଷା କେନ୍ଦ୍ର ର ସ୍ଥାପନ ର ଯୋଜନା ପାଇଁ କୃଷକ ସମାଚାର ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରୁଛି | କୃଷକ ଙ୍କ ହିତ ପାଇଁ ଖଣି ଅଂଚଳ କୃଷକ ସମାଚାର ତାର ସମାଚାର ପତ୍ରିକା ମାଧ୍ୟମ ରେ ABIC ବା ଖଣି ଅଂଚଳ କୃଷି ଉଦ୍ୟୋଗ ଆଦର୍ଶ ବିଦ୍ୟାଳୟ କେନ୍ଦୁଝର ଓ ଓଡ଼ିଶାର ସବୁ ଖଣି ଅଂଚଳ ଜିଲାରେ ସ୍ଥାପନ ପାଇଁ ବାରମ୍ବାର ଦାବି କରି ଆସୁଥିଲା | ଆଜି ଓଡିଶା ସରକାର ସହୃଦୟତାର ସହ ବିଚାର କରି ତାମିଲ ନାଡୁ କୃଷି ବିଶ୍ୱବିଦ୍ୟାଳୟ ଓ ଓଡିଶା କୃଷି ବିଦ୍ୟାଳୟ ମିଳିତ ସହଯୋଗ ରେ ବିଳମ୍ବ ହେଉ ସୁନ୍ଦରଗଡ ମଧ୍ୟ ଖୋଲିବାର ପ୍ରସ୍ତାବ ରଖିଲେ | ସେଥିପାଇଁ କୃଷକ ସମାଚାର ସରକାରଙ୍କ ଅଗଣିତ ଓଡ଼ିଶାର କୃଷକ ମାନଙ୍କ ତରଫ ରୁ ଧନ୍ୟବାଦ ଜଣାଉଛି | ଏହି ଯୋଜନାରେ ସରକାର 67 କୋଟି ଖଣି ଅଂଚଳ ପାଣ୍ଟିରୁ ଖର୍ଚ୍ଚ ହେବ ବୋଲି ଅଟକଳ ରଖିଛନ୍ତି | ଏଥିରେ ଏକ ବର୍ଷରେ ସାଟି ଫିକେଟ କୋର୍ସ ର ସହ ଆଞ୍ଚଳିକ କୃଷି ବିଜ୍ଞାନ କେନ୍ଦ୍ର ସହ ପ୍ରକଟିକାଲ ବୈଷୟକ ଶିକ୍ଷା ପ୍ରାଦନ କରାଯିବ | ଯାହା ଫଳ ରେ ଚାଷୀ ନୂତନ ଆଦର୍ଶ କୃଷି ବିଦ୍ୟଳୟ ମାଧ୍ୟମରେ ନୂତନ କୃଷି ଉଦ୍ୟୋଗ ପ୍ରଥମ ଥର ପାଇଁ ଓଡ଼ିଶାରେ ଦେଖି ଶିକ୍ଷା ଲାଭ କରି ଆତ୍ମନିର୍ଭରଶୀଳ ହୋଇପାରିବ | ଏଥି ସହ କୃଷକ ସମାଚାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ମା ତାରିଣୀ ପୀଠ ଘଟଗାଁ ଠାରେ କୃଷି ଭିତିକ ନଡ଼ିଆ ଶିଳ୍ପ ର ବୈଷୟକ ତାଲିମ୍ ପ୍ରତିଷ୍ଠାନ ଖଣିଅଂଚଳ ପ୍ରଭାବିତ ସମସ୍ଥ ପଞ୍ଚାୟତରେ ପାଣିଚିକିତ୍ସା କେନ୍ଦ୍ର ,ମଣିଷ ଓ ହାତୀ ର ଲଢେଇ ର ପରି ସମାପ୍ତି ପାଇଁ ହାତୀ ବାସସ୍ଥାନ ର ପ୍ରକଳ୍ପ ଆଦି ଖଣି ଅଂଚଳ ପାଣ୍ଟିରୁ ସ୍ଥାପନ କରିବା ପାଇଁ ଯୋଜନା ମୂଳକ ପ୍ରସ୍ତାବ ଦେଇଛି | ଏହା ଉପରେ ବିଚାର କରିବା ପାଇଁ ଅନୁରୋଧ କରୁଛି | ଏଣୁ ସମସ୍ତ ପାଠକ ବନ୍ଧୁକୁ ଅନୁରୋଧ ଏହାକୁ ବହୁ ପରିମାଣ ରେ ସେୟାର କରି କୃଷକ ର ଆୟକୁ ଦୁଇଗୁଣିତ କରି ସରକାରଙ୍କୁ ସହଯୋଗ କରନ୍ତୁ |

Leave a Reply

Your email address will not be published. Required fields are marked *