ଗାଈର ଗର୍ଭ ପରୀକ୍ଷା କିଟ୍
ଜାତୀୟ ଦୁଗ୍ଧ ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ଦ୍ୱାରା ଗାଈର ଗର୍ଭ ପରୀକ୍ଷା କରିବା ପାଇଁ ମଣିଷମାନଙ୍କ ପରି ପ୍ରେଗ୍ରାକିଟ୍ ବାହାର କରିଛନ୍ତି । ଯାହା ଫଳରେ ଗୋପାଳନ କରୁଥିବା ଚାଷୀମାନେ ତଥା ଡାକ୍ତର ଗର୍ଭ ପରୀକ୍ଷା କରିବା ପାଇଁ ଗାଈର ମଳ ଦ୍ଵାରାରେ ହାତ ପୁରାଇବା ଓ ଅଲଟ୍ରାସାଉଣ୍ଡ ପରି ବ୍ୟୟ ବହୁଳ ଖର୍ଚ୍ଚର ବଂଚିତ ହୋଇପାରିବେ । ମଳଦ୍ଵାରରେ ହାତ ପୁରାଇବା ପରେ ଅନେକ ସମୟରେ ଗାଈର ଗର୍ଭ ନଷ୍ଟ ହେଉଥିଲା। ଏଥି ସହ ୨ରୁ ୩ମାସ ମଧ୍ୟରେ ଅଭିଜ୍ଞ ଡା କ୍ତ ର ମା ନ ଙ୍କ ଦ ର। ଯ ଞ୍ଚ କରାଯାଉଥିଲା । ବେଳେବେଳେ ଗାଈ ଗର୍ଭ ଅଛି କି ନାହିଁ ଜାଣି ନ ପାରିବାରୁ ଗାଈ ପଡିଆ ରହୁଥଲା ଏବଂ ଚାଷୀ ଗାଈ ୦୮ ର କ୍ଷ ତ ସହୁଥିଲା। ଏବେ ଗର୍ଭଧାରଣ କରିବାର ମାତ୍ର ୩୫ଦିନ ପରେ ୩ବୁନ୍ଦା ରକ୍ତ କିମ୍ବା ସିରମ୍ଭରୁ ଗର୍ଭ କିଟ୍ ମାଧ୍ୟମରେ ମାତ୍ର ୨ମିନିଟ୍ରେ ଗାଈ ଗର୍ଭ ଅଛି କି ନାହିଁ ଜାଣିପାରିବ । ଏହାର ଦାମ ମାତ୍ର ୩୫ଟଙ୍କା ହେବ । ଏହାଦ୍ଵାରା ଗୋପାଳକ, ପ୍ରାଣୀ ଚିକିତ୍ସକ ଗାଈର ରକ୍ତ ୩ ବୁନ୍ଦା କିଟ୍ରେ ପକାଇ ଯେତେବେଳେ କିଟ୍ରେ ୨ଟି ଗାର ଦେଖାଇବ ସେତେବେଳେ ଗାଈ ଗର୍ଭ ଅଛି ବୋଲି ଜାଣିପାରିବେ । ଏହି କିଟ୍ରେ ଗୋଟିଏ କଣ୍ଟ୍ରୋଲ ଓ ଟେଷ୍ଟ ଗାର ରହିଛି । ଯେତେବେଳେ ରକ୍ତ କିଟ୍ରେ ପଡିଥାଏ, ସେତେବେଳେ ୨ମିନିଟ୍ ମଧ୍ୟରେ କଣ୍ଟ୍ରୋଲ ଓ ଟେଷ୍ଟରେ ୨ଟି ଗାର ସମ୍ପୂର୍ଣ୍ଣ ହେବ । ସମ୍ପୂର୍ଣ ଦୃଶ୍ୟମାନ ହେଲେ ଗାଈ ଗର୍ଭ ଅଛି ବୋଲି ଆମେ ଜାଣିପାରିବା । ଯଦି ଗୋଟିଏ ଗାର ଦୃଶ୍ୟମାନ ହୁଏ ତେବେ ଗାଈ ଗର୍ଭ ନାହିଁ । ଏହା ଏକ ସରଳ ପରୀକ୍ଷା । ପ୍ରାଣୀ ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଅଳ୍ପ ଦିନ ଭିତରେ ରକ୍ତ ବଦଳରେ ଗାଈ ମୂତ୍ରରୁ ଦୁଇ ବୁନ୍ଦା ପକାଇ ଗର୍ଭ ପରୀକ୍ଷା କରାଯାଇପାରିବ । ଏହା ଚାଷୀମାନଙ୍କ ପାଇଁ ଏକ ଖୁସିର ଖବର ।