ଛେଳି ସାଧାରଣତଃ ଚରିବୁଲି ଖାଦ୍ୟ ସଂଗ୍ରହ କରିଥାଏ । ପାହାଡିଆ ଅଂଚଳରେ ଗଛଲତା ବଣବୁଦା, ଉପକୂଳ ବର୍ତି ଅଂଚଳରେ ନଦୀ ବନ୍ଧରେ ୮ ରୁ ୯ ଘଟା ଚରିଥାନ୍ତି । ବଉ, ଅସ୍ତ୍ର, ଅଗସ୍ତି, ସୁବାବୁଲ, ଆମ୍ବ, ଚାକୁଣ୍ଡା ଡାଳପତ୍ର, ଘାସ ଓ ରୋଷେଇ ଶାଳରୁ ବର୍ଜ୍ୟ ବସ୍ତୁ ଖାଦ୍ୟ ରୂପରେ ଯୋଗାଇ ଦିଆଯାଇଥାଏ । ବୋଦା ଓ ଗର୍ଭଣା ଦୁଧୂଆଳି ଛେଳି ଓ ଛୁଆ ମାନଙ୍କୁ ଡାଳ ପତ୍ର ଛଡା ସୁଷମ ଖାଦ୍ୟ ଯୋଗାଇବା ଦରକାର । ଦୁଆଳି ଛେଳି ଗାଈ ଭଳି ଅଧିକ ପୃଷ୍ଟି ସାର ଓ ଶ୍ଵେତସାରି ଖାଦ୍ୟ ଦରକାର କରନ୍ତି । ଆଶ୍ଚର୍ଯ୍ୟ ଲାଗେ ଗୋଟିଏ ଗାଈ ତାର ଶରୀର ରକ୍ଷା ପାଇଁ ତାର ଓଜନ ଅନୁସାରେ ୧ କେଜି ଓଜନ ପାଇଁ ଯେତିକି ଖାଦ୍ୟ ଦରକାର କରେ ଗୋଟିଏ ଛେଳି ତାର ଶରୀରର ୧ କେଜି ଓଜନ ପାଇଁ ଗାଈର ଦେଢ ଗୁଣ ଖାଦ୍ୟ ଲୋଡେ । ଗଛ ପତ୍ର ଘାସ ଅଭାବ ହେଲେ ଅଧିକ ଦାନା ଦେବାକୁ ହେବ ।
-: ବ୍ୟବସାୟୀକ ସୁଷମ ଖାଦ୍ୟ :-
| 1. | ମକା ଗୁଣ୍ଡ | 50ଭାଗ |
| 2. | ଗହମ ଚକଡ | ୩୦ ଭାଗ |
| 3. | ବାଦାମ ପିଡିଆ | ୧୦ ଭାଗ |
| 4. | ଗୁଡ | ୭ ଭାଗ |
| 5. | ଧାତୁ ସାର | ୨ ଭାଗ |
| 6. | ଲୁଣ | ୧ ଭାଗ |
| 7. | ସମୁଦାୟ | ୧୦୦ ଭାଗ |
ଏହିଭଳି ମିଶ୍ରିତ ଦାନା ଛେଳିର ଓଜନ ଅନୁସାରେ ଦୁଧିଆଳି ଓ ଗର୍ଭିଣା ଛେଳିକୁ ସ୍ବତନ୍ତ୍ର ଭାବରେ ଦିଆଯିବା ଉଚିତ୍ ।
–: ଛେଳିର ଦୈନିକ ଖାଦ୍ୟ ତାଲିକା :-
କଂଚା ଘାସ, ଡାଳ ,ପତ୍ର ଖାଉଥିବା ଛେଳି ପାଇଁ ପାଣି ଦରକାର ହୁଏ ନାହିଁ । କିନ୍ତୁ ଗୁହାଳରେ ବନ୍ଧା ହୋଇଥୁବା ଛେଳି ପାଇଁ ଦରକାର ଅନୁସାରେ ପାଣି ଯୋଗାଇ ଦେବାକୁ ପଡେ ।
| ଶ୍ରେଣୀ | ହାରାହାରୀ ଓଜନ (କିଲୋ) | ସୁଷମ ଖାଦ୍ୟ ଗ୍ରାମ ହିସାବ | ସବୁଜ ପତ୍ର ଘାସ (କିଲୋ) |
| ୧. ଛୋଟ ଓ ବଢିଲା ଛେଳି | ୧୫-୨୦ | ୩୦୦-୪୨୦ | ୧-୨ |
| ୨. ବୟସ୍କ ୩. ଗର୍ଭିଣୀ | ୨୫-୩୦ | ୨୦୦ -୩୦୦ | ୨-୩ |
| ୩. ଗର୍ଭିଣୀ | ୨୫-୩୦ | ୨୦୦-୩୦୦ ରୁ ଅଧିକ | ୨-୩ |


