ପୂର୍ବବର୍ଷି ସଂଖ୍ୟାର ଭାଗ-୨
ଜୀବାଣୁ ଜନୀତ ରୋଗ :-
କ. ଧନୁଷ୍ଟଙ୍କାର କସମ୍ ଟିଟାନ ନାମକ ଏକ ଜୀବାଣୁ ମାଟି, ମଳ, ଗୁହାଳ ଏବଂ ରାଠାରେ ଥାଆନ୍ତି । ଛେଳ ର କ୍ଷତ ହେଲେ
ସେହି ସ୍ଥାନରେ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି । ଆମ ଗାଁରେ । ମହୁରିଆ ମାନେ ବାଉଁଶ ଘାତ ଦ୍ଵାରା ଛେଳି ଛୁଆକୁ ଧାରଣ କରିଥାନ୍ତି । ଏହା ଦ୍ଵାରା ଏହି ଭୋଗ ଦେଖାଯାଏ । ଛେଳିଟି ଧପରି ବଙ୍କା ଦେଖାଯାଏ । ସେଥିଲାଗି ଧନ୍ୟ କାର । କୁହାଯାଏ । ଏହାର ପ୍ରତିଷେଧକ ପାଇଁ ଛେଳି ଛୁଆ ମାନଙ୍କୁ ବତିଳୋଳା ଷ୍ଟେଟର ମାଧ୍ୟମରେ ସରକାରୀ ଡାକ୍ତର ଖାନାରେ ଧାରଣ କରିବା ଉଚିତ୍ ।
ଖ ଟେରୋଟକ୍ସିମିଆ : ଆମ ରାଜ୍ୟରେ କୋଦୁଅ ଘାସ, ଧାନ କଟା ହେଲା ପରେ କଟା ନତାରୁ ପିଲ ବାହାରେ । ତାହା ନରମ ଓ ଛନଛନିଆ ହୋଇଥାଏ । ଛେଳିମାନେ କଅଁଳିଆ ଘାସ ଖାଇଲେ କ୍ଲସ୍ଟୋଡିୟମ୍ ଓଲବି ନାମକ ଜୀବାଣୁ ଦ୍ଵାରା ଏହି ରୋଗ ହୋଇଥାଏ । ଏହି ଜୀବାଣୁ ବୃହଦନ୍ତ୍ରରେ ଥାଏ । ହଠାତ୍ ପାଗ ପରିବର୍ତ୍ତନ ପ୍ରାଣୀଜ ଖାଦ୍ୟର ଅଭାବ ଓ ଦୁର୍ବଳତା ଯୋଗୁଁ ପେଟ ଭିତରେ ଏକ ପ୍ରକାର ବିଷ ସୃଷ୍ଟି କରନ୍ତି । ଘାସ ଖାଇଦେଲେ ପେଟ ଫାମି ବାଡେଇ ହୁଏ । ଚିକିତ୍ସା ଅଭାବରୁ ମରିଯାଏ । ଏହାର ପ୍ରତିସେଧଳ ବ୍ୟବସ୍ଥା ଅଛି । ଟିକା ଦେଲେ ଏହା ରୋଗ ହୁଏ ନାହିଁ ।
ଗ. ସାହାଣ : ବର୍ଷା ଋତୁ ପ୍ରାରମ୍ଭରୁ ଏହି ରୋଗ ଦେଖାଯାଇଥାଏ । ଏହା ଏକ ଭୂତାଣୁ ଜନୀତ ରୋଗ । ରୋଗଗ୍ରସ୍ତ ପ୍ରାଣୀର ଲାଳରେ ପ୍ରଚୁର ପରିମାଣରେ ଏହି ରୋଗ ଜୀବାଣୁ ଥାଆନ୍ତି । ଯାହାଫଳରେ ଅନ୍ୟ ଛୁଆଳି ମାନଙ୍କୁ ଏହା ସଂକ୍ରମଣ କରିଥାଏ । ଅତ୍ୟାଧିକ ଜ୍ଵର ହେବା ସହିତ ଗଳା ଫୁଲି ପାଟିରୁ ଲାଳ ବାହାରି ନାକରୁ ସିଂଘାଣି ଓ ଆଖିରୁ ଲୁହ ବାହାରେ । ରୋଗ ଆରମ୍ଭ ହେବାର ୨୪ ଘଂଟା ମଧ୍ୟରେ ଛେଳିଟି ମରିଯାଏ । ଏହାର ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା ଅଛି । ଠିକ୍ ସମୟରେ ଚିକିତ୍ସା ଓ ପ୍ରତିଷେଧକ ଟିକା ଦିଆଗଲେ ଛେଳିକୁ ଏହିରୋଗରୁ ନିରାକରଣ କରାଯାଇ ପାରିବ ।
ଘ. ବଜବଜୀୟା : ଏହା ଏକ ଜୀବାଣୁ ଜନୀତ ରୋଗ । ଜୀବାଣୁ ମାନଙ୍କ ଦ୍ଵାର ପ୍ରଦୁଷିତ ଖାଦ୍ୟ ଜଳ ଓ କ୍ଷତ ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଆନ୍ତି । ଭିଷଣ ଜ୍ଵର, ଗୋଡ ଛୋଟାଏ, ସମ୍ପୃକ୍ତ ଆକ୍ରାନ୍ତ ସ୍ଥାନ ଫୁଲି ଡବ ଡବ ବାଜେ, ଛୋଟାଏ ଚଳ ପ୍ରବଳ କରି ପାରେ ନାହିଁ । ୨୪ ଘଂଟା ମଧ୍ୟରେ ମୃତ୍ୟୁ ବରଣ କରେ । ଏହାର ଚିକିତ୍ସା ଏବଂ ନିରାକରଣ ସଠିକ୍ ସମୟରେ କଲେ ଛେଳିକୁ ରକ୍ଷା କରାଯାଇପାରିବ ।
ଙ. ଆକ୍ଟ : ଏହା ଏକ ଜୀବାଣୁ ଜନୀତ ରୋଗ । ଖାଦ୍ୟ,ପାନୀୟ, ନିଶ୍ବାସ, ପ୍ରଶ୍ଵାସ ମାଧ୍ୟମରେ ଏହି ରୋଗ ସଂକ୍ରମିତ ହୋଇଥାଏ । ପ୍ରବଳ ଜ୍ଵର ହେବା ସହିତ ମାଂସ ପେଶୀ ଥରେ । ଛେଳି ଖାଏ ନାହିଁ । ନିଃଶ୍ବାସ ପ୍ରଶ୍ଵାସ ନେବାରେ କଷ୍ଟ ହୁଏ । ନାକ କାନ ପାଟି ମଳ ଦ୍ଵାର ବାଟେ କଳା ରଙ୍ଗର ରକ୍ତ ବାହାରି ଛେଳି ର ମୃତ୍ୟୁ ହୁଏ । ଏହି ରୋଗ ଛେଳିର ମଣିଷକୁ ବ୍ୟାପିବାର ସମ୍ଭାବନା ଥାଏ । ତେଣୁ ରୋଗରେ ଆକ୍ରାନ୍ତ ଛେଳିକୁ ତୁରନ୍ତ ସ୍ନାନାୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେବା ଏକାନ୍ତ ଜରୁରୀ । ଏକାଥରକେ ଏହି ରୋଗରେ ବହୁ ଛେଳିଙ୍କର ମୃତ୍ୟୁ ହୋଇଥାଏ I ପ୍ରତିଷେଧକ ଟୀକା ଦିଆଗଲେ ଏହି ରୋଗରୁ ଛେଳି ମାନରୁ ରକ୍ଷା କରାଯାଇପାରିବ । ଏତତ୍ ବ୍ୟତୀତ ଛେଳି ମାନଙ୍କୁ ଚର୍ମ ରୋଗ, ଯାହୁ, ପେଟ ଫା, ଉଦ୍ଗୁଣୀ, ବିଭିନ୍ନ ପ୍ରକାର କୃମି ଜନିତ ରୋଗ ଯଥା ଯକୃତ ନୃମି, ପାଳଟୁଳି କୃମି, ଫିତା କୃମି ଆଦି ହୋଇଥାଏ । ତେଣୁ ଏସବୁର ନିକଟସ୍ଥ ପ୍ରାଣୀ ବିଜି ସକଙ୍କ ପରାମର୍ଶ କରି । ଚିକିତ୍ସା କରାଯିବା ଉଚିତ୍ । ତତ୍ ସହିତ ନିଜ ପାଖରେ କିଛିଟା ସାଧାରଣ, ପେଟ ଫମ୍ପା ଔଷଧ ଯଥା – ଟିମଲା, ଗ୍ଲୁଟୋସିଲ୍, ଘା ଔଷଧ ଏବଂ ପୋକମରା ଔଷଧ ଯଥା – ହିମାକୁ, ମେରିଆରଟ୍, ଛୁଆ ଦେଲା ପରେ ଫୁଲ ପଡିବା ଔଷ୍ଠା ରିଫ୍ଲେଟା ଆଦି ଦରକାର ଔଷଧ ଗୁଡିକ ପାଖରେ ରଖିଥରେ ଭାଗି ଅଧରେ ଦରକାର ପଡ଼ିଲେ ଡାକ୍ତର ପରାମର୍ଶ ଅନୁସାରେ ତୁରନ୍ତ ଚିକିତ୍ସା କରାଯାଇ ଛେଳିକୁ ବଂଚାଯାଇ ପାରିବ ।