ହିନ୍ଦୁ ଶାସ୍ତ୍ର ଅନୁସାରେ ମହାଭାରତ ଯୁଦ୍ଧ ପରେ ଭଗବାନ କୃଷ୍ଣ ଗାନ୍ଧାରୀଙ୍କୁ ଦେଖା ଦେଇଥିଲେ । ଗାନ୍ଧାରୀ ୧୦୦ ପୁତ୍ରଙ୍କ ହରାଇ ନିଜେ ମ୍ରିୟମାଣ ହେବା ସହ ଭୟଙ୍କରୁ ହୋଇଯାଇ କୃଷ୍ଣଙ୍କୁ ଅଭିଶାପ ଦେଇଥିଲେ । ଅଭିଶାପର୍ଟି ଥିଲା ତାଙ୍କର, ହେ କୃଷ୍ଣ ଚାହିଁ ଥିଲେ ତୁମେ ଏହି ଯୁଦ୍ଧକୁ ରୋକି ପାରିଥାନ୍ତ ମୋର ଶତ ପୁତ୍ର ସହ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିପାରିଥାନ୍ତା । କିନ୍ତୁ, ତୁମେ ସବୁ ବେଳେ ପାଣ୍ଡବମାନଙ୍କ ସାଥୀରେ ରହିଲ । ହେ କୃଷ୍ଣ ଥରେ ପଚାର ତୁମର ମାତା ଦେବକୀଙ୍କୁ, ‘ଯେ ପୁତ୍ରକୁ ହରାଇଥୁବାର ଦୁଃଖ କ’ଣ’ ? ସେହିପରି ଦୁଃଖରେ ମର୍ମାହତ ହୋଇ ମୁଁ ତମକୁ ଅଭିଶାପ ଦେଉଛି ଯେ ଯଦି ମୁଁ ବିଷ୍ଣୁର ପ୍ରିୟ ଭକ୍ତ ହୋଇଥବି ତେବେ ଆଜିଠାରୁ ୩୬ ବର୍ଷ ପରେ ତୁମ ଯାଦବ ଅଂଶ ସଂବ ହେବା ସହ ଦ୍ବାରିକା ନଗରୀ ସମୁଦ୍ରରେ ଲୀନ ହେବ । ଏହାଥିଲା ଗାନ୍ଧାରୀଙ୍କୁ ଅଭିଶାପ ଏବଂ ଭଗବାନ କୃଷ୍ଣଙ୍କ ଦିବାରାବାର ଏକ ଅଂଶ । ଠିକ୍ ୩୬ ବର୍ଷ ପରେ ଭଗବାନ କୃଷ୍ଣ ଶିଆଳି ଗଛର ଦୋଳି ବସି ଧ୍ୟାନମଗ୍ନ ହୋଇ ଥିବା ସମୟରେ କରା ଶବ୍ଦର ଭୁଲିରେ କୃଷ୍ଣଙ୍କ ବାମ ପାଦକୁ ହରିଣ ବୋଲି ଭାବି ତୀର ତୀର ଥିଲା । ଜରା ପୂର୍ବ ଜନ୍ମରେ ବାଳି ରୂପରେ ଜନ୍ମ ଗ୍ରହଣ କରିଥିଲା । ପ୍ରଭୁ ଶ୍ରୀରାମ ମାୟାରେ ବାଳିକୁ ବଦ୍ଧ କରିଥିଲେ । ସେତେବେଳେ ପ୍ରଭୁ ଶ୍ରୀରାମ ବାଳିକୁ କଥା ଦେଇଥିଲେ, ଦ୍ୱାପର ଯୁଗରେ କରା ଉପରେ ଜନ୍ମ ଗ୍ରହଣ କରି କୃଷ୍ଣ ଅବତାରରେ ତାଙ୍କୁ ବଦ୍ଧ କରି ତାର ମୃତ୍ୟୁର ପ୍ରତିଶୋଧ ନେବ । ଏହା ଥିଲା ଭଗବାନ ବିଷ୍ଣୁଙ୍କ ଦିବାକାଳାର ଏକ ଅଂଶ ।କୃଷ୍ଣଙ୍କୁ ତାରଭେଦର କଥା ଶୁଣି ପାଣ୍ଡବମାନେ ଆସି ପହଂଚିଗଲା ପରେ ଅର୍ଜୁନ କୃଷ୍ଣଙ୍କ ପାଦରୁ ତୀର ଟାଣିଲା ପରେ ଭଗବାନ କୃଷ୍ଣ ଇହଧାମ ତ୍ୟାଗ କରିଥିଲେ । ଜରା ତାର ଭୁଲ ହୃଦୟଂଭୂମ କରିବା ସହ କୃଷ୍ଣଙ୍କ ଶରୀରକୁ ହିନ୍ଦୁରୀତି ନୀତି ଅନୁସାରେ ବାହ କରିଥିଲେ କିନ୍ତୁ କୃଷ୍ଣଙ୍କ ଶରୀର ସମସ୍ତ ଦାହ ହୋଇ ପାଉଁଶ ହୋଇଗଲା ସତ କିନ୍ତୁ କୃଷ୍ଣଙ୍କ ହୃଦୟ ରହିଗଲା । କ’ଣ କରିବ କରା ଜାଣି ନ ପାରି କୃଷ୍ଣଙ୍କ ହୃଦୟଟିକୁ ସମୁଦ୍ରରେ ନିକ୍ଷେପ କରିଥିଲା । ସେ ଆଶ୍ଚର୍ଯ୍ୟ ହୋଇଗଲା ସେ ଦଗ୍ଧ ହୋଇଥିବା ହୃଦୟଟି ସମୁଦ୍ରର ପାଣି ସ୍ପର୍ଶରେ ଏକ ନୀଳ ରଙ୍ଗର ପଥରରେ ପରିଣତ ହୋଇଗଲା । ତତ୍ପରେ ସେହି ନୀଳ ପଥରଟିକୁ କରା ଗୁମ୍ଫାରେ ରଖି ପୂଜାଅର୍ଚ୍ଚନା କରୁଥିଲା । ପରେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନ୍ତ୍ରୀ ବିଦ୍ୟାପତି ବିଶ୍ଵାବସୁଙ୍କ ଠାରୁ ନେଇ ନୀଳମାଧବଙ୍କୁ ଆଣି ପୁରୀରେ ପ୍ରତିଷ୍ଠା କରିଥିଲେ । ଜଗନ୍ନାଥଙ୍କ ପ୍ରତିମୂର୍ତି ଦାରୁ କାଠରେ ତିଆରି ହୋଇଥିବାରୁ ତାହାର କ୍ଷୟ ହୋଇଥାଏ ।ଆଜି ପର୍ଯ୍ୟନ୍ତ ଜଗନ୍ନାଥ ନବକଳେବର ବା ବ୍ରହ୍ମ ପରିବର୍ତନ ରୀତିନୀତି ଜଗନ୍ନାଥ ସଂସ୍କୃତିରେ ଚଳନ ଅଛି । ଜଗନ୍ନାଥ ସୟଂ ପରବ୍ରହ୍ମ ବିଷ୍ଣୁଙ୍କ ଅବତାର ତାହା ଆଜି ସାରା ବିଶ୍ବ ଅନୁଭବ କରୁଛି ।ଜୟ ଜଗନ୍ନାଥ
ତ, ଶ୍ରୀଶ ପଟେଲ, ପ୍ରାବନ୍ଧିକ, ସମାଲୋଚକ ଓ ଅଧ୍ୟାପକ, ନୟାପଲ୍ଲୀ, ଭୁବନେଶ୍ୱର