ଡାଲଚିନିଚାଷ

ଡାଲଚିନି ଚିରହରିତ ମଧ୍ୟମ ବିଶିଷ୍ଟ ବହୁ ବର୍ଷିୟ, ସୁଗନ୍ଧିତ ବୁଦାଳିୟ ଗଛ । ଏହାର ଛେଲି ଓ ପତ୍ର ଔଷଧୀୟ ଏବଂ ତେଲ ଯୁକ୍ତ ହୋଇଥିବାରୁ ଏହା ଆୟୁର୍ବେଦିକ ଭାବରେ ବ୍ୟବହାର କରାଯାଏ । ଏହାର ଛେଲି ଦ୍ବାରା ପେଟ ରୋଗ, ଶ୍ୱାସ ରୋଗ, ହୃଦରୋଗ, କଫ, ଅର୍ସ, କୃମି, ନେତ୍ର ରୋଗ ଆଦି ଭଲ ହୁଏ ବୋଲି ଆୟୁର୍ବେଦିକ୍ ବିଶ୍ଵାସ ରହିଛି। ଏହାର ଛେଲିରୁ ମସଲା ଗୁଣ୍ଡ ଏବଂ ଏହାର ପତ୍ରରୁ ବାସ୍ନା ତେଲ ପ୍ରସ୍ତୁତ ହୁଏ ଯାହାକି ଶିଳ୍ପ କ୍ଷେତ୍ରରେ ଓ କସ୍ମେଟିକ୍ କମ୍ପାନୀ ଦ୍ବାରା ବ୍ୟବହାର ହୁଏ । ଏହା ଏକ ଲାଭ ଜନକ ଭାବରେ ଚାଷ କରିବା ସଙ୍ଗେ ସଙ୍ଗେ ଦୁଇ ତିନିଟି ଗଛ ଚାଷି ଯଦି ବାଡିରେ ଲଗାଏ ଦୁଇ ତିନି ବର୍ଷ ପରେ ତାର ଅତିରିକ୍ତ ଆୟ ସୃଷ୍ଟି କରିପାରିବ। ଏହା ଏକ କଠିନ, କାଠୁଆ, କଷ୍ଟ ସହିଷ୍ଣୁ ହୋଇଥିବାରୁ ଏହା ଉଷ୍ମ ତଥା ଶୁଷ୍କ, ଆର୍ଦ୍ର ଜଳବାୟୁ ତଥା ପାହାଡିଆ ଓ ସମୁଦ୍ର କୁଳିଆ ଅଂଚଳରେ ଭଲ ବଢିପାରେ । ଭାରତିୟ ମସଲା ଗବେଷଣା କେନ୍ଦ୍ର ଦ୍ବାରା ଦୁଇ କିଶମର ଲାଭ ଜନକ ବ୍ୟବସାୟୀକ ଗଛ ଯଥା – ନବଶ୍ରୀ ଓ ନୃତ୍ୟଶ୍ରୀ ବାହାର କରାଯାଇଛି । ଏହି ଚାଷ ପାଇଁ ପ୍ରଥମେ ବାଡିରେ ଅନାବନା ଗଛକୁ ବାହାର କରାଯାଇ ୫୦ ସିଏମ୍ × ୫୦ ସିଏମ୍ × ୫୦ ସିଏମ୍ ଏବଂ ୩ ମିଟର × ୩ ମିଟର × ୩ ମିଟର ବ୍ୟବଧାନରେ ଗାତ ଖୋଳି ଗାତରେ ନିମପେଡିଆ ଅଧା କେଜି, ଜୈବିକ ଖତ ୧୦ କେଜି, କେଏମ୍ ବି ୫୦ ଗ୍ରାମ୍, ଆଜ ବେକ୍‌ଟ୍ରିୟା ଆଜ ବେସିଲସ୍ ଆଦି ପ୍ରୟଗ କରି ୭ ଦିନରେ ଦୁଇଟି ଗଛ ଗାତରେ ଲଗାନ୍ତୁ । ପ୍ରତ୍ୟେକ ବର୍ଷ ଦିଆଯାଉଥ‌ିବା ରାସାୟନିକ ସାର ଗୁଡ଼ିକ ହେଲା –

ନାଇଟ୍ରୋଜେନ୍ ୨୦ ଗ୍ରାମ୍, ୧୮ ଗ୍ରାମ୍ ପି୨୦୫, ୨୦ ଗ୍ରାମ୍ କେ୨୦ ଆଦି ପ୍ରଥମ ବର୍ଷରୁ ଆରମ୍ଭ କରାଯାଇ ଆସ୍ତେ ଆସ୍ତେ ବଢାଯାଇ ୨୦୦ ଗ୍ରାମ ନାଇଟ୍ରୋଯେନ୍, ୧୮୦ ଗ୍ରାମ ପି୨୦୫, ୨୦୦ ଗ୍ରାମ୍ କେ ୨୦ ଆଦି ୧୦ ବର୍ଷ ପର୍ଯ୍ୟନ୍ତ ଦିଆଯାଏ । ଗଛ ଗୁଡ଼ିକ ୨ ବର୍ଷରେ ଥରେ କାଟି ସେଥୁରୁ ତେଲ ଏବଂ ଛେଲି ଉତ୍ପାଦନ କରାଯାଏ । ପୂର୍ଣ ଗଛ ର ଉଚ୍ଚତା ୬ ମିଟର ରୁ ୧୫ ମିଟର ହୁଏ। ଏହା ଅନାବୃଷ୍ଟି ଅଂଚଳରେ ହୋଇପାରିବ । ମୌସୁମୀ ତଥା ଜୁନ୍ ଜୁଲାଇରେ ଏହି ଗଛ ରୋପଣ କରାଯାଏ ।

Leave a Reply

Your email address will not be published. Required fields are marked *