ଓଁ ଦତ୍ତାତ୍ରୟ ବିଦ୍ୟମନ୍ତେ ଅବଧୂତୟେ ଧୀମହି ଧୟେ ତନୋ ଦବା ପ୍ରଚୋଦୟାତ ।
ହିନ୍ଦୁ ଧର୍ମର ଚଉଷଠି ଗୋଟି ଗୀତା ମଧ୍ୟରୁ ବରାତ୍ରିୟ ଗୀତା ଅନ୍ୟତମ । ସତୀ ଅନୁସୟା ଓ ସନ୍ୟାସୀ
ଅତ୍ରିଙ୍କ ପୁତ୍ର ବଳାକ୍ରମ । ଦରାତ୍ରିୟ ଙ୍କ ଦ୍ଵାରା ଲିଖିତ ଏହି ଗୀତାରେ ଆଠଗୋଟି ଅଧ୍ୟାୟ ଓ ଦୁଇଶହ ଅଣାନବେ ଗୋଟି ଶ୍ଳୋକ ରହିଅଛି । ସାଧାରଣତଃ ଗୀତ ଆକାରର ଲେଖାଯାଉଥିବାରୁ ଏହାକୁ ଗୀତା ବୋଲି କୁହାଯାଇଥାଏ। ସ୍ଵୟଂ ପାତାଞ୍ଜଳି, ପରଶୁରାମ, ଶିବ ପାର୍ବତୀଙ୍କ ପୁତ୍ର କାର୍ତ୍ତି କେୟ ଦତ୍ତାତ୍ରୟ ଙ୍କ ଶିଷ୍ୟ ଅଟନ୍ତି ।ମହାଭାରତ ପର୍ବରେ ଦତ୍ତାତ୍ରୟ ଗୀତାର ସନ୍ଧାନ ମିଳେ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହଞ୍ଚିନାରଦମା ସରସ୍ଵତୀ, ଲକ୍ଷ୍ମୀ ଓ ଓ ପାର୍ବତୀଙ୍କ ପାଖରେ ଧରାଧାମରେ ଅତ୍ରି ମୁନିଙ୍କ ସ୍ତ୍ରୀ ଅନୁସୟା ମହାସତୀ ବୋଲି ବର୍ଣ୍ଣନା କରିଛନ୍ତି । ଏହି ତିନି ଦେବୀ ସତୀ ଅନୁସୟାଙ୍କର ସତୀତ୍ବ ପରୀକ୍ଷା କରିବା ପାଇଁ ତାଙ୍କର ତିନି ସ୍ୱାମୀ ଦେବତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ ପଠାନ୍ତି । ଯାହାଫଳରେ ତିନି ଦେବତା ତିନି ସନ୍ନ୍ୟାସୀ ଭିକ୍ଷୁ ରୂପରେ ଅତ୍ରିଙ୍କ ଆଶ୍ରମକୁ ଯାଇ ଅତ୍ରି ନଥୁଲାବେଳେ ଭିକ୍ଷା ମାଗିଛନ୍ତି । ଭିକ୍ଷା ର ସର୍ଭ ଅନୁସାରେ ଅନୁସୟା ବିନା ବସ୍ତ୍ରରେ ଭିକ୍ଷୁଙ୍କୁ ୯ ଭିକ୍ଷା ପ୍ରଦାନ କରିବେ । ସତୀ ଅନୁସୟା ନିଜର ସତୀତ୍ବ ବଳରେ ତିନି ଦେବତାଙ୍କୁ ତିନୋଟି ଶିଶୁ ରୂପରେ ପରିଣତ କରି ସ୍ତନ ପାନ କରାଇଥିଲେ । ପରେ ତିନି ଦେବୀଙ୍କ ଅନୁରୋଧ କ୍ରମେ ତିନି ଶିଶୁଙ୍କୁ ତିନି ପ୍ରଭୁଙ୍କର ସ୍ଵରୂପରେ ପରିଣତ କରାଇଥିଲେ । ତିନି ପ୍ରଭୁ ସତୀଙ୍କ ପ୍ରଗାଢ ସତୀତ୍ଵରେ ସନ୍ତୁଷ୍ଟ ହୋଇ ତାଙ୍କୁ ବରଦାନ କରିଥିଲେ ଯେ ସେମାନେ ଦିନେ ଏକାଠି ତାଙ୍କର ପୁତ୍ର ହୋଇ ଜନ୍ମ ଗ୍ରହଣ କରିବେ। ସେହି ସତୀ ଅନୁସୟାଙ୍କ ପୁତ୍ର ବ୍ରହ୍ମା ବିଷ୍ଣୁ ମହେଶ୍ବରଙ୍କର ଅବତାର ସ୍ବରୂପ ଦତ୍ତାତ୍ରୟ ଯାହାଙ୍କର ତିନୋଟି ମସ୍ତକ, ଛଅ ଗୋଟି ହାତ, ଚାରୋଟି କୁକୁର ବାହାନ ରୂପରେ ଦେଖାଯାଏ । ତିନି ମସ୍ତକ ବ୍ରହ୍ମା ବିଷ୍ଣୁ ମହେଶ୍ଵର । ତାଙ୍କର ଛଅଟି ହାତରେ ଶଙ୍ଖ, ଚକ୍ର, ଗଦା, ତ୍ରିଶୁଳ, କମଣ୍ଡଳୁ ଓ ଭିକ୍ଷା ପାତ୍ର ଥାଏ । ଶଙ୍ଖ ର ଅର୍ଥ ‘ଶ’ରେ ସମ୍ୟକ ଓ ‘ଖ’ରେ ଜ୍ଞାନ । ଯାହା ଜ୍ଞାନର ଆଧ୍ୟାତ୍ମିକ ସନ୍ନ୍ୟାସରଣକୁ ବୁଝାଏ । ଚକ୍ର ହେଉଛି କାଳ, ଗଦା ହେଉଛି ଅହଂ ଭାବର ତ୍ୟାଗ। ତ୍ରିଶୂଳ ଇଡା , ପିଙ୍ଗଳା ଓ ସୁଷମା ନାଡିର ସମାନତାକୁ ବୁଝାଏ । କମଣ୍ଡଳୁ ହେଉଛି ଗୁରୁଙ୍କର ଆଶିର୍ବାଦ । ଶିକ୍ଷା ପାତ୍ର ହେଉଛି ମୁଁ ଭାବର ବିନାଶକୁ ଭିକ୍ଷା ସୁଚାଏ । ଚାରୋଟି କୁକୁର ହେଉଛନ୍ତି ଚାରୋଟି ବେଦଯଥା – ରକ୍, ଯହୁଁ, ସାମ୍ ଓ ଅଥର୍ବ, ଚାରୋଟି ଯୁଗ କ୍ରେତା, ତ୍ରେତା, ଦ୍ୱାପର ଓ କଳି ଓ ଚାରୋଟି ବଚନ ଯଥା – ସଚେତନ, ଚିନ୍ତା, ବଚନ, ଓ କର୍ମର ସମାହାରର ଚିହ୍ନ ସ୍ବରୂପେ ଦତ୍ତାତ୍ରୟ ଜନ୍ମଗ୍ରହଣ କରିଥିଲେ।