“ବନରାଜ କୁକୁଡ଼ା ପାଳନ”

ବନରାଜ କୁକୁଡ଼ା ପାଳନରୁ ଲାଭ

  1. ଦେଶୀ କୁକୁଡ଼ା ପରି ଆକର୍ଷଣୀୟ ପରର ରଙ୍ଗ ।
  2. ରୋଗ ପ୍ରତିଷେଧକ କ୍ଷମତା ଅଧିକ, ଅଧ୍ବକ ଅର୍ଥାତ୍ ଏମାନଙ୍କୁ କମ୍ ରୋଗ ହୁଏ ।
  3. ଅତି ସାଧାରଣ ଖାଦ୍ୟ ଯଥା : ଅଗଣାରେ ପଡ଼ିଥିବା ଖାଦ୍ୟଶସ୍ୟ, ପୋକ, ଜୋକ, ରୋଷେଇ ଘରର ଉଦ୍‌ତାଂଶ ଓ ଖୁଦ, କୁଣ୍ଡା ଇତ୍ୟାଦି ଖାଇ ଭଲ ବଢି ପାରନ୍ତି ଓ ଅଣ୍ଡା ଦିଅନ୍ତି ।
  4. ଦେଶୀ କୁକୁଡ଼ା ଭଳି ଦେଖାଯାଉଥିଲେ ବି ସେମାନଙ୍କ ଠାରୁ ଯଥେଷ୍ଟ ଅଧିକ ଅଣ୍ଡା ଦିଅନ୍ତି ଏବଂ ବ୍ରୟଲର ଭଳି ବଢନ୍ତି ।
  5. ବନରାଜା କୁକୁଡ଼ାଙ୍କର ଅଣ୍ଡା ଦେଶୀ ଭଳି ବାଦାମୀ ରଙ୍ଗର ହୋଇଥାଏ ।
  6. ବନରାଜା କୁକୁଡ଼ାଙ୍କର ମାଂସ ସୁସ୍ୱାଦୁ ଅଟେ ।

-: ପରିପାଳନ ପଦ୍ଧତି :-

ବନରାଜା କୁକୁଡ଼ାଙ୍କୁ ଉଭୟ ମାଂସ ଓ ଅଣ୍ଡା ଉତ୍ପାଦନ ପାଇଁ ପାଳନ କରାଯାଇପାରେ । ଯେଉଁ ଅଂଚଳରେ ଜୀଅଁନ୍ତା କୁକୁଡ଼ା ବା କୁକୁଡ଼ା ମାଂସର ଚାହିଦା ଅଧ୍ବକ, ସେଠାରେ ଏହି କୁକୁଡ଼ା ଚିଆଁଙ୍କୁ ବ୍ରୟଲର କୁକୁଡ଼ା ଭଳି ସଘନ ପ୍ରଣାଳୀରେ ଘର ମଧ୍ୟରେ ପାଳନ କରାଯାଏ । ସେମାନଙ୍କୁ ୮ ରୁ ୧୦ ସପ୍ତାହ ବେଳକୁ ବିକ୍ରି କରିଦିଆଯାଇଥାଏ । ସେତେବେଳେକୁ ସେମାନେ ପ୍ରାୟ ୩ ରୁ ୩.୪ କି.ଗ୍ରା ଦାନା ଖାଇ ହାରାହାରି ୨ କି.ଗ୍ରା ଓଜନ ହୋଇଥାନ୍ତି । ଏମାନଙ୍କୁ ବ୍ରୟଲର ଦାନା ଦିଆଯାଏ ଓ ଅଧିକ ସଂଖ୍ୟାରେ ପାଳନ କରାଯାଇପାରେ ।

ମାତ୍ର ବନରାଜା କୁକୁଡ଼ାଙ୍କୁ ଅଣ୍ଡା ପାଇଁ ପାଳନ କରିବାକୁ ହେଲେ, ଘର ଅଗଣାରେ ୧୦ ରୁ ୨୦ ଟି ପର୍ଯ୍ୟନ୍ତ ପାଳନ କରାଯାଇପାରେ । ଏହି ଚିଆଁ ମାନଙ୍କୁ ୬ ସପ୍ତାହ ପରେ ରଖ୍ ଅଣ୍ଡା ଦିଆ ପ୍ରଜାତି ପାଇଁ ଉଦ୍ଦିଷ୍ଟ ବଢିବା ସମୟରେ ଦାନା ଦିଆଯାଏ । ତା ପରେ ସେମାନଙ୍କୁ ଘର ଅଗଣାରେ ଚରିବା ପାଇଁ ଛାଡ଼ି ଦିଆଯାଏ । ସେହି ସମୟରେ ସେମାନଙ୍କୁ ସକାଳେ ଛାଡ଼ିବା ପୂର୍ବରୁ ପାଣି ଦିଆଯାଏ ଏବଂ ସନ୍ଧ୍ୟାରେ ଘରେ ପଶିବା ସମୟରେ ଦାନା ବା ବଳକା ଖାଦ୍ୟ ବା ନିଜ ଅଂଚଳରେ ଶସ୍ତାରେ ମିଳୁଥିବା ଶସ୍ୟ ସାମଗ୍ରୀକୁ ନେଇ ହାତ ତିଆରି ଦାନା କିଛି ପରିମାଣରେ ଦିଆଯାଇପାରେ । ତେବେ ଦେଖିବାକୁ ହେବ, ଯେପରି ସେମାନେ ୬ ମାସ ବୟସ ବେଳକୁ ୨.୨ ରୁ ୨.୫ କି.ଗ୍ରା ଅଧୂକ ଓଜନର ନ ହୁଅନ୍ତୁ । ୬ ମାସ ପରେ ସେମାନେ ଅଣ୍ଡା ଦେବା ଆରମ୍ଭ କରନ୍ତି । ଅଣ୍ଡା ଦେବା ସମୟରେ ସେମାନଙ୍କୁ ବାହାରେ ଚରିବୁଲି ଖାଇବା ସହ ଉପରୋକ୍ତ ହାତ ତିଆରି ଦାନାକୁ କୁକୁଡ଼ା ପ୍ରତି ୫୦ ଗ୍ରାମ୍ ଦେଲେ ଅଧୁକ ଅଣ୍ଡା ଦେବେ । ଏହି କୁକୁଡ଼ାଙ୍କ ମଧ୍ୟରୁ ଅଣ୍ଡିରା କୁକୁଡ଼ାଙ୍କୁ ୬ ମାସ ବୟସ ପୂର୍ବରୁ ଆବଶ୍ୟକତା ଅନୁସାରେ ମାଂସ ପାଇଁ ବିକ୍ରି କରିପାରିବେ । ଅଣ୍ଡା ଦେବା ପାଇଁ ଅଣ୍ଡିରା କୁକୁଡ଼ାଙ୍କର ଆବଶ୍ୟକତା ନାହିଁ । ବନରାଜା କୁକୁଡ଼ା ବର୍ଷକୁ ୧୨୦ – ୧୪୦ ଟି ଅଣ୍ଡା ଦେଇଥାନ୍ତି ।

ମାଂସ ପାଇଁ ହେଉ ବା ଅଣ୍ଡା ହେଉ, ବନରାଜା କୁକୁଡ଼ାକୁ ପ୍ରଥମ ୩-୪ ସପ୍ତାହ ଅତ୍ୟନ୍ତ ଯନ୍ତ୍ରର ସହିତ କୁକୁଡ଼ା ଘରେ କରତ ଗୁଣ୍ଡ ଉପରେ ବୁଡର ତଳେ ରଖ୍ ବିଜୁଳି ଆଲୁଅ ସାହାଯ୍ୟରେ ଉତାପ ଦେଇ ପାଳନ କରାଯାଏ ।

2 Comments on ““ବନରାଜ କୁକୁଡ଼ା ପାଳନ””

Leave a Reply

Your email address will not be published. Required fields are marked *