ସିଦ୍ଧାର୍ଥ ଗୌତମ ବୁଦ୍ଧ

ଗବାନ ରକ୍ତ ମାଂସ ଧାରୀ ବ୍ୟକ୍ତି ବା ବସ୍ତୁ ନୁହନ୍ତି । ଉଭୟ ବୈଜ୍ଞାନିକ ଓ (y) ଅଧ୍ୟାତ୍ମିକ ବାବିମାନେ ବିବ୍ୟାଙ୍ଗ ଥିଓରି ଏବଂ ଏକ ପ୍ରଚଣ୍ଡ ବିସ୍ଫୋରଣ କୁ ବିଶ୍ଳେଷଣ କରି ଏହି ବିଷ୍ଣୁ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଥିଲା ବୋଲି ବିଶ୍ବାସ କରନ୍ତି | ଏସମସ୍ତ ବିଶ୍ବ ଏକ ଶକ୍ତି ଦ୍ବାରା ବାନ୍ଧି ହୋଇଛନ୍ତି । ଶକ୍ତି କହିଲେ ଆଲୋକ ଓ ଉତ୍ତାପର ସମାହାର। ଏହି ଶକ୍ତି ବସ୍ତୁକୁ ଏବଂ ବସ୍ତୁ ଶକ୍ତିକୁ ରୂପାନ୍ତରିତ ହେବା ଏକ ନିୟମିତ । ପ୍ରକ୍ରିୟା ପରୋକ୍ଷରେ ବା ଅଦୃଶ୍ୟରେ ଯେଉଁ ଶକ୍ତି ପରସ୍ପରକୁ ବାନ୍ଧି ରଖନ୍ତି ସେହି ଶକ୍ତିକୁ କିଏ ଇଶ୍ବର, ଆଲୁ, ଯୀଶୁ , ଭଗବାନ, ନାନକ, କି ବୁଦ୍ଧ କୁହନ୍ତି ଏବଂ ତାହା ବିଭିନ୍ନ ଧର୍ମରେ ପରିଣତ ହୋଇଛି ସେହି ଧର୍ମ ମଧ୍ୟରେ ଏକ ପୁରାତନ ଧର୍ମ ବୌଦ୍ଧ ଧର୍ମ ଯାହା ୨୫୦୦ ବର୍ଷ ପୂର୍ବରୁ ପରିଚୟ ସୃଷ୍ଟି କରିଥିଲା ।

ସିଦ୍ଧାର୍ଥ ଗୌତମ ବୁଦ୍ଧ ହେଉଛନ୍ତି ବୌଦ୍ଧ ଧର୍ମର ପ୍ରତିଷ୍ଠାତା । ବୁଦ୍ଧ ଶବ୍ଦର ଅର୍ଥ ଆଲୋକିତ ହେବା କିମ୍ବା କାଗ୍ରତ ଅବସ୍ଥା। ବୁଦ୍ଧଙ୍କ ଶିକ୍ଷା କହେ ସମସ୍ତ ଜଗତ ପରିଭ୍ରମଣଶିଳ କୌଣସି ବସ୍ତୁ ବା ଜୀବ ସ୍ଥାୟୀ ନୁହେଁ । ସବୁ ଅନିତ୍ୟ ଓ ପରିବର୍ତ୍ତନଶୀଳ ଦୁଃଖ ହେଉଛି ମଣିଷର ଏକ ସାଥି ସମସ୍ତେ ଏହି ମରଣଶିଳ ପୃଥିବୀରେ ଜାତ ହୋଇ ବଂଶ ବୃଦ୍ଧି ବଜାୟ ରଖି ଜୀବନର ଗତିପଥରେ ଚାଲିଥାନ୍ତି । ଥରେ ଜଣେ ପୁତ୍ରହରା ଜନନୀ ବୁଦ୍ଧଙ୍କୁ ଦେଖା କରି କହିଲା ମୁଁ ଅନେକ ଦୂରରୁ ମଲା ପୁତ୍ର ଧରି ଚାଲି ଚାଲି ଆସିଛି, ସମସ୍ତେ କହନ୍ତି ଆପଣ ଭଗବାନ, ପ୍ରଭୁ ଦୟାକରି ମୋ ପୁତ୍ରକୁ ବଞ୍ଚାଇ ଦିଅନ୍ତୁ । ବୁଦ୍ଧ ଉତ୍ତରରେ କହିଲେ ମା ତୁ ଗୋଟିଏ କାମ କର ଯେଉଁ ଘରେ କେହି ମରି ନଥିବେ ସେ ଘରୁ | ମୁଠାଏ ସୋରିଷ ଆଣିଲେ ମୁଁ ତୋର ପୁତ୍ର ଉପରେ ପକାଇବି ସେ ବଞ୍ଚି ଯିବ | ଖୁସି ହୋଇ ମା ଟି ଦୌଡିଲା ସୋରିଷ ଆଣିବା ପାଇଁ, ଘର କୁ ଘର ବୁଲିଲା କିନ୍ତୁ ପାଇଲା ନାହିଁ | ତେଣୁ ଜନ୍ମ ହେଲେ ମୃତ୍ୟୁ ସ୍ବଭାବିକ ଏବଂ ସୁଖ ଓ ଦୁଃଖ ସାଥି ଭାବରେ ରହନ୍ତି । ହିମାଳୟ ପାହାଡରେ ତପସ୍ୟା କରୁଥିବା ସେ ସମୟରେ ସର୍ବଶ୍ରେଷ୍ଠ ମହାନ ସିଦ୍ଧିପ୍ରାପ୍ତ ତପସ୍ବୀ ଅସିତ ମୁନି ନିଜର ତପ ବଳରେ ବୁଦ୍ଧଙ୍କ ଜନ୍ମ ନେବାର ସନ୍ଦେଶ ପାଇଲେ ଏବଂ ଦେବତା ମାନେ ବୁଦ୍ଧଙ୍କ ପୃଥିବୀରେ ଆବିର୍ଭାବରେ ପୁଷ୍ପବୃଷ୍ଟି କରୁଥିବାର ଦୃଶ୍ୟ ଦେଖିବାକୁ ପାଇଲେ | ତେଣୁ ସେ ବୃଦ୍ଧ ଙ୍କ ଦର୍ଶନ ପାଇଁ ନିଜର ଭଣକା ସହ କପିଳବାୟୁ ନଗର ତୁରନ୍ତ ଆସିଲେ । ରାଜ ଦରବାର ଆସି ଶିଶୁର ପାଦ ଦର୍ଶନ କରି ମୁଣ୍ଡିଆ ମାରିବା ସହ ମସ୍ତକକୁ ଚୁମ୍ବନ ସହ ପ୍ରଣାମ କରିବା ବେଳେ ଆଖିରୁ ଧାର ଧାର ଅଶ୍ରୁ ବହି ଚାଲିଥିଲା ରାଜା ତାଙ୍କୁ କାନ୍ଦୁ ଥିବାର ଦେଖି ପ୍ରଶ୍ନ କରିଥିଲେ | ଆପଣଙ୍କ କାନ୍ଦିବାର କାରଣ କ’ଣ? ଉତ୍ତରରେ ମୁନିବର କହିଥିଲେ ମୁଁ ଝଡିବା ପତ୍ର ଅଳ୍ପଦିନରେ ଝଡି ଯିବି କିନ୍ତୁ ମୋର ଭାଗ୍ୟରେ ବା ସୌଭାଗ୍ୟରେ ଭଗବାନଙ୍କ ସହ ବିଚରଣ କରିବା ଏହା ହିଁ ମୋର ଦୁଃଖର ଲୁହ ଓ ତାହା ସହିତ ମୋର ଆନନ୍ଦ ଲୁହ ଏଥିପାଇଁ ଆପଣଙ୍କ ଶିଶୁ ଭଗବାନଙ୍କ ୩୨ଟି ଲକ୍ଷଣ ନେଇ ଜନ୍ମ ହୋଇଛନ୍ତି। ଏହି ଶିଶୁ ଦିନେ ଚକ୍ରବର୍ତୀ ରାଜା ହୋଇପାରନ୍ତି କିମ୍ବା ଗୃହ ତ୍ୟାଗ କରି ସନ୍ୟାସୀ ହୋଇପାରନ୍ତି | ସେ ଅନେକ ଲୋକଙ୍କୁ ଦୁଃଖ ସାଗରରୁରୁ ପାରି କରିବେ | ଅସିତ ମୁନି ଯିବା ପୂର୍ବରୁ ନିଜର ଭଣଜାକୁ କହିଥିଲେ ତୁମେ ମୋର ମୃତ୍ୟୁ ପରେ ଏହି ସନ୍ୟାସୀଙ୍କ ଭିକ୍ଷୁ ହେବୁ । ରାଜା ମୁନିଙ୍କ ଠାରୁ ଭବିଷ୍ୟବାଣୀ ଶୁଣିଲା ପରେ ଶିଶୁ ପୁତ୍ରକୁ ଇନ୍ଦ୍ରିୟ ଆସକ୍ତି କରିବାର ସମସ୍ତ ବନ୍ଦୋବସ୍ତ କରାଇ ସଂସାଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସିଦ୍ଧାର୍ଥ ଗୌତମ ୨୯ ବର୍ଷ ବୟସରେ ସ୍ତ୍ରୀ ଯଶୋଧରା ଏବଂ ଶିଶୁ ପୁତ୍ର ରାହୁଳଙ୍କୁ ଛାଡି ଗୃହ ତ୍ୟାଗ କରିଥିଲେ I ଶୁଣାଯାଏ ଯେ ୪୦ ଦିନ ଏକ ନିଷ୍ଠା ତପସ୍ୟା ପରେ ନିର୍ବଣ ପ୍ରାପ୍ତି ହୋଇଥିଲେ । ଦୀର୍ଘ ୪୫ ବର୍ଷ ଭିକ୍ଷୁମାନଙ୍କ ସହ ପରିଭ୍ରମଣ କରି ଶିକ୍ଷା ପ୍ରଦାନ କରିଥିଲେ ଏବଂ ଅଶି ବର୍ଷ ଜୀବିତ ଥିଲେ । ମହାତ୍ମା ବୁଦ୍ଧ ଯେଉଁ ଜାଗା ସବୁ ଗ୍ରସ୍ତ କରୁଥିଲେ ସେଠାରେ ଲକ୍ଷାଧିକ ଲୋକ ବୁଦ୍ଧଙ୍କ ପ୍ରବଚନ ଏବଂ ଦର୍ଶନ ପାଇଁ ଜମା ହେଉଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ ଏହା ଥିଲା ଯେ ସେତେବେଳେ ଡାକବାଜି ଯନ୍ତ୍ର ବା ମାଇକ ନଥିଲା ତେବେ ଏତେ ଲୋକ ଶୁଣୁଥିଲେ କିପରି ଏହା ନିଶ୍ଚିତ ଯେ ବୁଦ୍ଧଙ୍କ ଆସନ ଠାରୁ ୫୦ ଫୁଟ ଯାଏ ଜଣେ ବୁଦ୍ଧ ଭିକ୍ଷୁ ଶୁଣି ବୁଦ୍ଧଙ୍କ ବାଣୀକୁ ପ୍ରସାରଣ କରୁଥିଲେ ଏବଂଲକ୍ଷାଧିକ ଲୋକେ ମହାତ୍ମା ବୁଦ୍ଧଙ୍କ ଦର୍ଶନ ପାଇଁ ଲୋକମାନେ ଶୃଙ୍ଖଳା ସହିତ ଧାଡି ବାନ୍ଧି ରହୁଥିଲେ ।

Leave a Reply

Your email address will not be published. Required fields are marked *