ଓଡ଼ିଶା ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ହସ୍ତଶିଳ୍ପ କାରିଗରମାନଙ୍କ ବିକାଶ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଅଛି । ହସ୍ତଶିଳ୍ପ ଓଡିଶାର ସାଂସ୍କୃତିକ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହୋଇଥିବା ଦୃଷ୍ଟିରୁ ଆମ ରାଜ୍ୟ ଏକ ହସ୍ତଶିଳ୍ପ ରାଜ୍ୟ ଭାବେ ପରିଗଣିତ ହୋଇଥାଏ । ଏଠାରେ ପ୍ରାୟ ୧,୩୦,୦୦୦ କାରିଗର ୫୦ଗୋଟିରୁ ଉର୍ଧ ଅସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି କରି ଜୀବିକା ନିର୍ବାହ କରିଥାନ୍ତି ।
ଓଡିଶା ସରକାରଙ୍କ ଦ୍ବାରା ଅନୁମୋଦିତ ହସ୍ତଶିଳ୍ପ ଗୁଡିକ ମଧ୍ୟରେ ଚାନ୍ଦୁଆ, କାରୁକାର୍ଯ୍ୟପୂର୍ଣ୍ଣ ଚମଡା କାମ, ବାନ୍ଧ କାମ, କୁତ୍ରିମ ବନସାଇ, କାରୁକାର୍ଯ୍ୟ ପୂର୍ଣ୍ଣ ଯୋତା କାମ, କାରୁକାର୍ଯ୍ୟ ପୂର୍ଣ୍ଣ ସପ, ବାଟିକ ଛାପ କାମ, ଗୁଆ କାମ, ମାଟି କଣ୍ଢେଇ, କପଡା ଫୁଲ, ନଡିଆ ସଢେଇ କାମ, କତା ହସ୍ତଶିଳ୍ପ, ପ୍ରସାଧନ ଅଳଙ୍କାର, ସତରଞ୍ଜି ଆଦି ରହିଅଛି । ରାଜ୍ୟ ସରକାର ଉନ୍ନତମାନର ହସ୍ତଶିଳ୍ପ ଉତ୍ପାଦନ ପାଇଁ ତାଲିମ ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ବାରା ତାଲିମ ପ୍ରଦାନ କରୁଛନ୍ତି । ଏଥି ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ହସ୍ତଶିଳ୍ପ ତାଲିମ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଅଛି । ତାଲିମ ନେବା ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା ୧୪ ରୁ ୪୦ ବର୍ଷ ଯେଉଁଥିରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଶାରୀରିକ ଭିନ୍ନକ୍ଷମ କ୍ଷେତ୍ରରେ ବୟସ ସୀମା ୩ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇ ଏହି କେନ୍ଦ୍ର ଜରିଆରେ ତାଲିମ ଗ୍ରହଣ କରିପାରିବେ ।