ହୃଦଘାତ କୁ ରୋକି ଥାଏ ଲଙ୍କା

ହୃଦଘାତ କୁ ରୋକି ଥାଏ ଲଙ୍କା

ହୃଦଘାତ କୁ ରୋକି ଥାଏ ଲଙ୍କା

ଲଙ୍କା ସବୁବେଳେ ଆମର ଖାଦ୍ୟ ଓ ଖାଦ୍ୟ ପ୍ରସ୍ତୁତିରେ ଉପଯୋଗୀ ପଦାର୍ଥ। ଏହା ରୋଷେଇ ଘରେ ଲାଲ ଲଙ୍କାର ମସଲା ଗୁଣ୍ଡ କିମ୍ବା କଞ୍ଚା ଲଙ୍କା ମାଧ୍ୟମରେ ପରିଚିତ । ଦୁଇ ପ୍ରକାର ଲଙ୍କା ଆମେ ପାଇଥାଉ ଯଥା ଶୁଖିଲା ଲାଲ ଲଙ୍କା ଏବଂ ସବୁଜ କଞ୍ଚା ଲଙ୍କା, ଉଭୟଙ୍କର ଭିନ୍ନ ସ୍ବାଦ ଓ ସ୍ବାସ୍ଥ୍ୟ ଉପକରିତା ଅଛି, ଲଙ୍କା ପ୍ରାରମ୍ଭ ଅବସ୍ଥାରେ ସବୁଜ ରଙ୍ଗରେ ଥାଏ ଯେତେବେଳେ ସମସ୍ତ ଜଳୀୟ ଅଂଶ ନିର୍ଗତ ହୁଏ ସେତେବେଳେ ଲାଲ ରଙ୍ଗର ପରିଣତ ହୁଏ।

କଞ୍ଚା ଲଙ୍କା

କଞ୍ଚା ଲଙ୍କା ନିଶ୍ଚିତ ଭାବରେ ସ୍ବାସ୍ଥ୍ୟ ପାଇଁ ଅଧିକ ହିତ କାରୀ । କଞ୍ଚା ଲଙ୍କା ଅଧିକ ଜଳିୟ ଅଂଶ ଏବଂ ଶୂନ କେଲୋରି ଥାଏ । କଞ୍ଚା ଲଙ୍କାରେ ବିଟା କେରୋଟିନ, ଆଣ୍ଟି ଆକ୍ସିଡେଣ୍ଟ, ଥାଏ, ଏହା ସ୍ଵାସ୍ଥ୍ୟ ପାଇଁ ଅଧିକ ହିତକରୀ । ଲାଲ ଲଙ୍କା ଅଧିକ ଖାଇଲେ ଆଲସର, ଏବଂ ଅନ୍ତନଳି ପ୍ରବାହ ଅଧିକ ହେବାର ସମ୍ଭାବନା ଥାଏ ।

କଞ୍ଚା ତଥା ସବୁଜ ଲଙ୍କାର ସ୍ବାସ୍ଥ୍ୟ ଉପକାରିତା

୧ . ମଧୁମେୟ ନିୟନ୍ତ୍ରଣ କରେ ଇନୁସୁଲିନ ପରିମାଣ ସ୍ଥିର ରଖେ

୨ . ରକ୍ତ ଚାପ ନିୟନ୍ତ୍ରଣ କରେ

୩. ତନ୍ତୁ ବହୁଳ ହୋଇଥିବାରୁ ହଜମ ପ୍ରଥା ଓ ପାଚନ ପ୍ରକ୍ରିୟ ସହଜ କରେ ।

୪ . ଚର୍ମ ପାଇଁ ଉତ୍ତମ ପୋଷକ କାରଣ ଭିଟାମିନ୍ ସି ଏବଂ ଇ ରେ ଏହା ଭରପୁର ।

୫ . ଏହା ହୃଦୟ ମାଂସପେଶୀ କୁ ସଦୃଢ ଓ ସୁସ୍ଥ ରଖେ । ଏହା ମଧ୍ୟରେ ବିଟା କୋରୋଟିନ ଭରିଥିବାରୁ ହୃଦୟ ଦ୍ୱାରା ସଠିକ ରକ୍ତ ସଞ୍ଚାଳନ ସହ ଶରୀର ପ୍ରତିରୋଧକ ଶକ୍ତି ଜାଗ୍ରତ କରାଏ ।

୬ . ଏହା ଶରୀର ଓଜନ ସ୍ଥିର ରଖିବା ସହ ଅଧିକ କେଲୋରି ନାଶ କରି ପାଚନ ପ୍ରକୀୟ ଏବଂ ମେଦ ବହୁଳ ହ୍ରାସ୍ୟ କରାଇଥାଏ।

ଶୁଖିଲା ଲଙ୍କା ଏବଂ ଲଙ୍କା ଗୁଣ୍ଡର ସ୍ବାସ୍ଥ୍ୟ ଉପକାରିତା

  • ରକ୍ତ ଚାପ ନିୟନ୍ତ୍ରଣ କରିବା ସହ ହୃଦଘାତ ସମୟ ରକ୍ତ କୁ ପତଳା କରି ହୃଦଘାତ ରୁ ରକ୍ଷା କରିଥାଏ । ଯଦି କୌଣସି ବ୍ୟକ୍ତିର ହୃଦଘାତ ଲକ୍ଷଣ ପ୍ରକାଶ ପାଏ ତାକୁ ଏକ ଚାମଚ ଲାଲ ଲଙ୍କା
    ଗୁଣ୍ଡ କିମ୍ବା ୩ ଟି ଲାଲ ଲଙ୍କା ଚୋବାଇ ଖାଇବାକୁ ଦେଲେ ରକ୍ତ ପତଳା କରିବା ସହ ହୃଦଘାତରୁ ରକ୍ଷା କରିଥାଏ ବୋଲି ଖାଦ୍ୟ ବିଶେଷଜ୍ଞ କହନ୍ତି ।
  • ଶରୀର ନେଉଥିବା ଅଧିକ କେଲୋରି ଯୁକ୍ତ ଖାଦ୍ୟ ର କେଲୋରି କୁ ହ୍ରାସ କରିଥାଏ ।
  • ପାଚନ ପ୍ରକ୍ରିୟା ତ୍ଵରାନିତ କରେ ।
  • ଏହା ଭିଟାମିନ୍ ସି ର ଗନ୍ତାଘର ଯାହା ଶରୀର ପ୍ରତିରୋଧକ ଶକ୍ତି ଜାଗ୍ରତ କରାଏ |
  • ଏଥିରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ରକ୍ତ ଧମନୀ ଓ ଶିରାରେ ଥିବା ଜମାଟ କୁ ନିଷ୍କାସନ କରାଏ ।

କିପରି ଖାଇବା

କଞ୍ଚା ବ ଶୁଖିଲା ଗୋଟା ବା ଗୁଣ୍ଡ କରି କାଟି ଖାଇବା ଉଚିତ । ଲଙ୍କା ପାଉଡରରେ ବେଳେ ବେଳେ ରଙ୍ଗର ଅପ ମିଶ୍ରଣ ଥିବାରୁ ହାନିକାରକ ହୁଏ । ଯେତେବେଳେ ଲଙ୍କା ଘରକୁ ଆସେ ଆମେ ତାକୁ ରେଫ୍ରିଜରେଟର ରେ ରଖିଲେ ସତେଜ ଏବଂ ଉନ୍ନତ ମାନ ଗୁଣ ରହେ ।

Leave a Reply

Your email address will not be published. Required fields are marked *