ପ୍ରବାଦ ଅଛି ଛେଳି ଗରିବ ଲୋକର ଗାଈ । ଭାରତର ମୂଖ୍ୟ ମାଂସ ଉତ୍ପାଦନ ପଶୁଭାବରେ ଏହା ଜଣାଶୁଣା । ଏହି ମାଂସ ଅତି ଲୋକ ପ୍ରିୟ ହୋଇଛି । ଛେଳି ଚାଷରୁ ସାଧାରଣତଃ କ୍ଷୀର, ମାଂସ, ଚମଡା, ଫାଇବର ଅମଳ କରିବା ଉଦ୍ଦେଶ୍ୟରେ ଛେଳି ପାଳନ କରାଯାଏ । ଛେଳି ପାଳିବା ଏକ ନୂତନ ପ୍ରକଳ୍ପ ନୁହେଁ । ଏହା ଆଦିମ କାଳରୁ ଚାଳି ଆସିଛି । ଏହା ମନେ ରଖିବା ଉଚିତ୍ ଯେ ଏହି ଚାଷକୁ ଭଲ ରୋଜଗାର ହେଉଥିବା ଯୋଗୁ ଏବଂ ଏହାର ଉତ୍ପାଦକ ଗୁଡିକର ଅଧିକ ଚାହିଦା ଥିବାରୁ ବହୁ ଶିକ୍ଷିତ, ପ୍ରଗତିଶୀଳ ଯୁବକ, ବ୍ୟବସାୟି, କୃଷକ, ଦୂର୍ବତନ ସୈନିକ ତଥା ଶିକ୍ଷିତ ଯୁବକ ଛେଳି ଉଦ୍ୟୋଗ ଗ୍ରହଣ କରିବା ପାଇଁ ଆଗେଇ ଆସୁଛନ୍ତି । ସମ୍ପ୍ରତି ଛେଳି ଚାଷ ଏକ ଲାଭ ଜନକ ବ୍ୟବସାୟରେ ପରିଣତ ହୋଇଛି । ଏହାର ବହୁକାର୍ଯ୍ୟକ୍ରମ ଉପଯୋଗିତାହେତୁ ବହୁ କମ୍ ବିନିଯୋଗ ଆବଶ୍ୟକ । ଏହି ପାଇଁ ବ୍ୟବସାୟୀକ ଛେଳି ଚାଷ ଏକ ଦେଶର ଅର୍ଥନିତି ସୃଷ୍ଟିକର ଖାଦ୍ୟର ବଡ ଅବଦାନ ରହିଛି । ଆମେ ଜାଣୁ ଯେ ଛେଳି ଠାରୁ ମିଳିଥିବା ଉତ୍ପାଦକ ଗୁଡିକ ଯଥା – କ୍ଷୀର, ମାଂସ, ଖତ,
ଚମଡା ର ଚାହିଦା ଦିନକୁ ଦିନ ବଢିଚାଲିଛି ।
ଛେଳି ଚାଷରୁ ସର୍ବାଧୁକ ଲାଭ ପାଇଁ କେତୋଟି ଟିପ୍ସ
କ. ତିୟା ଛେଳି କେଉଁଠି ପାଇବେ ଏବଂ କିପରି ପାଇବେ ଏହାର ସଠିକ୍ ଅନୁସନ୍ଧାନ ଜରୁରୀ ସହ ଯୋଜନା ଟିଏ ପ୍ରସ୍ତୁତ କରନ୍ତୁ । ଆପଣଙ୍କ ବ୍ୟବସାୟ ପାଇଁ ସଠିକ୍ ଓ ଉଚ୍ଚ ଉତ୍ପାଦନ କାରି ଛେଳି ବାଛନ୍ତୁ ।
ଖ. ନିକଟସ୍ଥ ପଶୁ ପାଳନ ତାଲିମ୍ କେନ୍ଦ୍ର । ଅନ୍ ଲାଇନ୍ ତାଲିମ / ବିଶେଷଜ୍ଞ / ଉତ୍ପାଦକଙ୍କ ଠାରୁ ଛେଳି ବ୍ୟବସାୟ ତ ଥ। ଟିକାରଣ, କୃମି ନାଶନ, ରକ୍ଷଣା ବେକ୍ଷଣ, ସ୍ୱାସ୍ଥ୍ୟ ପରିଚାଳନା ସମ୍ବନ୍ଧରେ ଜ୍ଞାନ କୌଶଳ ହାସଲ କରନ୍ତୁ ।
ଗ. ଛେଳି ମାନେ ଦଳରେ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କ ପାଇଁ ବଡ କ୍ଷେତ୍ରଟିଏ ପ୍ରସ୍ତୁତ କରନ୍ତୁ । ସେଠାରେ ସେମାନେ ମୁକ୍ତ ଭାବରେ ବୁଲି ପାରିବେ ।
ଘ. ଛେଳି ମାନଙ୍କ ପାଇଁ ୧୨ ମାସିଆ ଖାଦ୍ୟ ଗଛ ଗୁଡ଼ିକ ଯଥା – ସୁବାବୁଲ, ମୋରିଙ୍ଗା (ସଜନା), ଅଶ୍ଵସ୍ତ, ବର ଆଦି ଗଛ ଲଗାନ୍ତୁ ।
ଡ.ଛେଳିକୁ ପ୍ରଦୁଷିତ ପାଣି ଓ ଦୁଷିତ ଖାଦ୍ୟ ଦିଅନ୍ତୁ ନାହିଁ ।
ଚ. ଗର୍ଭବତୀ ମାଈ ଓ ପିଲା ମାନଙ୍କର ଅଧିକା ଯତ୍ନ ନିଅନ୍ତୁ ।
ଛ. ନୂତନ ପଦ୍ଧତି ଅନୁସାରେ ବଜାରର ଚାହିଦା କୁ ଦେଖି ଏକା ସମୟରେ ସମସ୍ତଙ୍କୁ ପୋଷ୍ଟାଗ୍ରାମିଂ ହରମୋନ ବ୍ୟବହାର କରି କୃତିମ ପ୍ରଯୋଜନ କିମ୍ବା ପ୍ରାକୃତିକ ସଂଗମ କରାଇ ଏକାଥରେ ଗର୍ଭ ରଖନ୍ତୁ । ଯାହାଫଳରେ କି ନୂଆ ବର୍ଷ, ବାହା ଘର ସମୟ, ବିକ୍ରି ଇଦ୍ ର ଚାହିଦା ସମୟରେ ଅଧିକା ଦାମରେ ବିକ୍ରି କରି ପାରିବେ । ଏକ ପ୍ରାକୃତିକ ମିଳନ ପରିସ୍ଥିତିର ପ୍ରଜନନ ବା ଗର୍ଭଧାରଣ ସମୟ ବ୍ୟବଧାନକୁ ଛୋଟ କରିବା ପାଇଁ ସିଂଙ୍କୋନାଇଜେସନ୍ ଏକ ନମୋନିୟ ଅର୍ଥ ନୈତିକ ପଦ୍ଧତି । ଏଥି ସହ ପ୍ରଷ୍ଟାଗାଣ୍ଡଲିନ୍ ପ୍ରାକୃତିକ ମିଳନ ଛେଳିର ପ୍ରଭାବ ଶାଳୀ ପ୍ରଜେଷ୍ଟେରନ୍ ଆଧାରିତ ସିଂକୋନାଇଜେସନ୍ ପ୍ରଟୋକଲ ଚିକିତ୍ସା ଭାବରେ ବ୍ୟବହୃତ ହେଉଛି । ଯାହା ଲିଉଟାକୁ (Lutalyse) ନାମରେ ନାମିତ ଏବଂ ସାଧାରଣରେ ବ୍ୟବହାର ହେଉଛି ।
ଓଡ଼ିଶାର ବ୍ୟବସାୟୀକ କେତୋଟି ଛେଳିର ପ୍ରଜାତି
ବ୍ଲାକ ବେଙ୍ଗଲ ବା କୃଷ୍ଣକାୟ ବଙ୍ଗିୟ :
ଉତମ ମାନର ମାଂସ ପାଇଁ ଏମାନେ ଅଦରଣୀୟ । ଏଗୁଡ଼ିକ ଗେଡା ଓ ରଙ୍ଗ ତିନି ପ୍ରକାର । ତେବେ କଳା ରଙ୍ଗର ଛେଳି ବହୁ ସଂଖ୍ୟାରେ ଦେଖାଯାଆନ୍ତି । ବୋଦା ଓ ଛେଳିଙ୍କର ଛୋଟ ଛୋଟ ଶିଙ୍ଗ ଥାଏ । ବୋଦା ର ଓଜନ ୩୦ ରୁ ୩୨ କେଜି, ମାଇ ର ଓଜନ ୧୬ ରୁ ୨୦ କେଜି । ଏହା ପ୍ରଥମେ ୧୨ – ୧୩ ମାସ ଅନ୍ତରରେ ଛୁଆ ଜନ୍ମ କରେ ଏବଂ ପରେ ୮ -୯ ମାସରେ ଆଉ ଥରେ ଛୁଆ ଦିଏ। ଗର୍ଭ ବାସ ୧୫୦ ଦିନ । ଛୁଆ ସଂଖ୍ୟା ୫୦ ପ୍ରତିଶତ ୨ ଟି ଏବଂ ୪.୫ ପ୍ରତିଶତ ୩ ଟି ରୁ ୪ ଟା ।
ଗଞ୍ଜାମି :
ଏମାନେ ଗଞ୍ଜାମ, କରାପୁଟ, ଆନ୍ଧ୍ରପ୍ରଦେଶ ଉପକୂଳରେ ଅଂଚଳରେ ଦେଖାଯାଆନ୍ତି । ଏମାନେ ଗୋଲା ମାନଙ୍କ ସମ୍ପ୍ରଦାୟରେ ବିଶେଷତଃ ବ୍ୟବସାୟ ରୂପେ ରହିଥାନ୍ତି । ଗୋଟିଏ ଗୋଟିଏ ଗୋଠରେ ୨୦୦ ରୁ ଅଧିକା ଛେଳି ରଖି ଥାଆନ୍ତି । ଏମାନଙ୍କର ଛୁଆ ବ୍ୟବଧାନ ୧ ବର୍ଷ । ଏକାଥରକେ ମାତ୍ର ଗୋଟିଏ ଛୁଆ ଦିଅନ୍ତି ।
ଯମୁନାପାରି :
ଏମାନେ ସବୁଠାରୁ ବଡ ଓ ଉନ୍ନତ ପ୍ରଜାତିର ଛେଳି । ଏମାନେ ଉଭୟ ଦୁଗ୍ଧ, ମାଂସର ଦୈତ ସମ୍ପଦ ପାଇ, ଅତି ଆଦରର ଛେଳି ବଂଶ । ଆମ ଓଡ଼ିଶାରେ ଦେଶୀ ଛେଳି ମାନଙ୍କୁ ଯମୁନା ପାରି ବୋଦା ସଂଗମ କରାଇ ଉନ୍ନତ କ୍ରମୋନ୍ନତ ଛେଳି ଜନ୍ମ ହେଉଚି | ଏହି ଛେଳି ର ରଙ୍ଗ ଧଳା । କିନ୍ତୁ କସରା କିମ୍ବା କସରା ଚିହ୍ନ ଥିବା ଧଳା । ବୋଏର ଛେଳି ଭଳି ଏହି ଛେଳି ର ବିଶେଷତ୍ଵ ହେଲା ଉନ୍ନତ ନାକ । ଏହାକୁ ରୋମାନ୍ ନାକ କୁହାଯାଏ । ବଟିକା ଓ ଛୋଟ ଶିଙ୍ଗ । ପହ୍ନା ଟି ବଡ । ଚେର ଗୁଡିକ ଉନ୍ନତି । ଛେଳି ଦୈନିକ ୨.୨୫ ଠାରୁ ୨.୭ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଏ । ମାଈ ବର୍ଷକୁ ଗୋଟିଏ ଛୁଆ ଦିଏ । ଅଣ୍ଡିରା ଛେଳିକୁ ୩ ମାସରେ ଧାରଣ କଲେ ହୃଷ୍ଟ ପୃଷ୍ଟ ହୋଇ ଭଲ ମାଂସ ପାଇଁ ଉପଯୁକ୍ତ ହୋଇଥାଏ ।
ବାରବରି :
ଏହି ଛେଳି ବଂଶ ପୂର୍ବ ଆଫ୍ରିକାର ବରବେରା ସହରରେ ଜନ୍ମ । ଆଗ୍ରା ଓ ମଥୁରା ଅଂଚଳରେ ମିଳନ୍ତି । ଓଡ଼ିଶାରେ ଏହି ଛେଳି ଆସି ଚାଷ ହେଲେଣି । ଏହି ଗ୍ରାମିଣ ଅଂଚଳରେ ବାହାରେ ବୁଲାବୁଲି କରନ୍ତି । ସହର ଅଂଚଳରେ ଲୋକମାନେ ଗୁହାଳରେ ରଖି ଘାସ ପତ୍ର ଖାଇବାକୁ ଦିଅନ୍ତି । ବର୍ଷକୁ ଦୁଇଥର ଛୁଆ ଜନ୍ମ କରନ୍ତି । ଥରକେ ଦୁଇ ରୁ ତିନୋଟି ଛୁଆ ଦିଅନ୍ତି । ଏମାନଙ୍କର ରଙ୍ଗ ଧଳା, ମଝିରେ ବାଦାମି ଛାପ, କାନ ଛୋଟ, ଉନ୍ନତ ପହ୍ମା, ଦୈନିକ ୧ କିଲୋରୁ ୧ଲି, ୫୦୦ ଗ୍ରାମ୍ କ୍ଷୀର ଦିଏ । ଗର୍ଭବାସ ସମୟ ୧୪୬ ଦିନ । ଆମ ଓଡ଼ିଶାରେ ଦେଶି ଛେଳି ସହ ସଂଗମ କରି ଛୁଆ ଜନ୍ମ ନେଲେଣି ।
ବିଟଲ୍ :
ପଞ୍ଜାବର ସିଆଲ୍ କୋଟ୍, ଜେରୁଜେଲମ୍, ଗୁରୁଦାସ ପୁର ଅଂଚଳରେ ଏମାନେ ଦେଖାଯାନ୍ତି । ଏମାନଙ୍କର ଶିଙ୍ଗ ବାହାରକୁ ଯାଇ ମୋଡି ହୋଇ ଯାଇଥାଏ । ବୋଦାର ରଙ୍ଗ ଧଳା, ଛଉକା ଓ ଧୂସରୀଆ । ଏହି ଛେଳି ଦୈନିକ ୧,୫ କିଲୋ କ୍ଷୀର ଦିଏ । ବର୍ଷକୁ ଦୁଇଥର ଓ ଥରକୁ ଦୁଇଟି ଛୁଆ ଦିଏ । ଗର୍ଭବାସ ସମୟ ୧୫୦ ଦିନ । ବିଟଲ୍ ୩ ମାସର ମାଈ ଛୁଆ ବର୍ତମାନ ଓଡ଼ିଶାରେ ଅଢେଇ ହଜାର ରୁ ତିନି ହଜାର ରେ ବିକ୍ରି ହୁଏ ।
ଶ୍ରୁତି :
ଏମାନେ ସୁରାଟ ଓ ନାସିକ୍ ଜିଲ୍ଲାରେ ମିଳନ୍ତି । ଏମାନେ କୃଷ୍ଣକାୟ ଓ ବ୍ଲାକ୍ ବେଙ୍ଗଲ ଭଳି ଛୋଟ । ସହର ଅଂଚଳର କର୍ମ ଜୀବି ମାନେ ଏହାକୁ ପାଳନ କରନ୍ତି । ଏହି ଛେଳି ବେଶି ଦୂର ଚାଲିପାରେ ନାହିଁ । ଟିକେ ଫିଟି ବୁଲାବୁଲି କଲେ ଗୁହାଳରେ ପୁରାଇ ଦିଆଯାଏ । ଏମାନେ ରୋଷେଇ ଘରର ବର୍ଜ୍ୟ ବସ୍ତୁ, ପେଜ ପାଣି, ପରିବା ପତ୍ର ଖାଇ ଏକ ଲିଟର ରୁ ଦୁଇ ଲିଟର କ୍ଷୀର ଦିଅନ୍ତି ।
ଶିରୋହି :
ଏହି ଛେଳି ରାଜସ୍ଥାନର ଶିରୋହି ଜିଲ୍ଲାରୁ ଆସିଅଛି । ଏହି ଛେଳି ମଧ୍ୟମରୁ ବଡ ଜାତୀୟ । ଉଭୟ ମାଂସ ଓ କ୍ଷୀ ପାଇଁ ପାଳନ କରାଯାଏ । ବର୍ଷକୁ ଦୁଇଥର ଛୁଆ ଦିଏ । ଶତକଡା ୪୦ ଭାଗ ଗୋଟିଏ ଲେଖା ଏବଂ ୬୦ ଭାଗ ୨ ଟି କରି ଛୁଆ ଦିଏ । ପ୍ରଥମ ଛୁଆ ୧୯ ରୁ ୨୦ ମାସ ଭିତରେ ଦିଏ । ଏହାର ରଙ୍ଗ ଧୂସର ଧଳା କାନ ଚେପେଟା ଓ ପତ୍ର ଭଳି ଓହଳି ଥାଏ । ୨ ବର୍ଷରେ ଅଣ୍ଡିରାର ଓଜନ ୭୫ ରୁ ୮୫ କେଜି ଏବଂ ମାଇ ର ଓଜନ ୬୦ ରୁ ୬୫ କେଜି ହୋଇଥାଏ । ଓଡ଼ିଶାରେ କ୍ରମନୋତ ଦେଶୀ ଛେଳି ସହିତ ପ୍ରଜନନ କରାଇ ଭଲ ଛୁଆ ବାହାର କରାଯାଉଅଛି । ଓଡ଼ିଶାରେ ଏହାର ବଜାର ଦାମ୍ ୮୦୦ ରୁ ୧୦୦୦ ଟଙ୍କା ଜୀବନ୍ତ ଛେଳିର କେଜି ପ୍ରତି ବିକ୍ରି ହେଉଅଛି ।
ବୟର :
ଏହାକୁ ବ୍ରଏଲର୍ ଛେଳି କୁହାଯାଏ । ବୟର ଅର୍ଥ । ଏହି ଜାତୀୟା ଛେଳି ଦକ୍ଷିଣ ଆଫ୍ରିକାରେ ପଞ୍ଜିକୃତ । ଏହି ଜାତିର ଛେଳିର ସୁନ୍ଦର ଧଳା ଦେହ । ରୋମାନ୍ ନାକ ଓ ଝୁଲନ୍ତା କାନ ରହିଛି । ଏହାର ରଙ୍ଗ ବେକ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ନାଲି ମିଶା ମାଟିଆ । କେତେକଙ୍କ ଗାଢ କଳା ରଙ୍ଗର ବେକ ଥିଲାବେଳେ ଆଉ କେତେକଙ୍କର ବେକ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ରଙ୍ଗ ଫିକା । ଏହି ଛେଳି ୯ ମାସ ବୟସରେ ଗର୍ଭ ଧାରଣ କରେ । ପ୍ରାୟ ୧୫ ମାସ ବେଳକୁ ଗୋଟିଏ କିମ୍ବା ଦୁଇଟି ଛୁଆ ଜନ୍ମ କରେ । ଗର୍ଭ ଧାରଣର ସମୟ ୧୫୦ ଦିନ । ବୟର ଛେଳି ଦୁଇ ବର୍ଷରେ ତିନି ଥର ଛୁଆ ଦିଏ । ଏହା ପ୍ରଥମ ଥର ଗୋଟିଏ କି ଦୁଇଟି ଦିଏ । ଏହାପରେ ପ୍ରତ୍ୟେକ ଥର ଦୁଇଟା ରୁ ଚାରିଟା ଛୁଆ ଜନ୍ମ ଦିଏ । ବୟର ଛେଳି ମା ହିସାବରେ ତାର ଛୁଆକୁ ୩ ମାସ ପର୍ଯ୍ୟନ୍ତ କ୍ଷୀର ଦିଏ ଓ ତାପରେ ଦିଏ ନାହିଁ । ଏହି ଛେଳିର ୪ ଟି ଚିର । ସବୁ ଚିର ରୁ କ୍ଷୀର ବାହାରେ ନାହିଁ । ଛୁଆ ଜନ୍ମ ହେବାର ୧୭ ରୁ ୨୧ ଦିନ ଭିତରେ ଗରମ ହୁଏ ଏବଂ ଗର୍ଭ ଧାରଣ କରେ । ୨ ବର୍ଷରୁ ୩ ବର୍ଷ ମଧ୍ୟରେ ମାଈ ଛେଳିର ଓଜନ ପ୍ରାୟ ୮୦ ରୁ ୧୦୦ କେଜି. । ୫ ମାସ ମଧ୍ୟରେ ୨୫ ରୁ ୩୦ କେଜି ଖାସି ଗୁଡିକ ହୋଇଥାନ୍ତି । ଉତମ ଦାନା ଓ ମା କ୍ଷୀର ଖାଇବାକୁ ପାଇଥାଆନ୍ତି ବୟର ଛେଳି ଗୁଡିକ କଷ୍ଟ ସହିଷ୍ଣୁ ଓ ଟାଣୁଆ । ଏମାନେ ବହୁ ଥଣ୍ଡା ଓ ବହୁ ଗରମ ପରିବେଷକୁ ଖୁବ୍ ସହଜରେ ସହି ପାରନ୍ତି । ବୟର ଛେଳିକୁ ଆମ ଦେଶି ଛେଳିଙ୍କ ସହିତ ସଂଗମ କରାଇ ଉତମ ବ୍ୟବସାୟୀକ ଛେଳି ପାଇ ପାରୁଛନ୍ତି । ଓଡ଼ିଶାରେ ବୟର ଗୋଟିଏ ବୁଦାର ଦାମ୍ ୧୦,୦୦୦ ରୁ ୧୨,୦୦୦ ହଜାର ପଡୁଛି କିମ୍ବା ୮୦୦ ରୁ ୧୦୦ ଟଙ୍କା ଜୀବନ୍ତ ଛେଳିର କେଜି ପ୍ରତି ବିକ୍ରି ହେଉଅଛି ।
ବୋଦା ଚୟନ କରିବେ କିପରି ? :-
ବୋଦା ହେଉଛି ଛେଳି ଗୋଠର ଅଧା । ଦୁଇ ବର୍ଷରୁ ଅଢେଇ ବର୍ଷ ନ ହେଲେ ବୋଦାକୁ ସଙ୍ଗମ କରିବା ଛାଡିବା ଅନୁଚିତ୍ । ଗୋଟିଏ ବୋଦାକୁ ୭୫ ଠାରୁ ୧୦୦ ଟି ସଙ୍ଗମ ବର୍ଷକୁ କରିବାକୁ ଦିଆଯାଏ । ବୋଦା ସବୁବେଳେ ବଦଳାଇବା ଉଚିତ୍ । ନିଜ ଗୋଠରେ ଥିବା ଛେଳିରୁ ବୋଦା କରି ସେହି ଜାତୀୟ ଛେଳି ସହ ସଙ୍ଗମ ବା ଅନ୍ତପ୍ରଜନନ କଲେ ଶିଶୁ ସାବକ ଗୁଡିକର ଅକାଳ ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ଅନେକ ରୋଗରେ ଶିକାର ହୁଅନ୍ତି । ସେଥୁପାଇଁ ସବୁବେଳେ ସତର୍କ ରୁହନ୍ତୁ ।
ବୋଦା ଚୟନ :-
୧. ଅଣ୍ଡିରା ଛୁଆଟି ସୁସ୍ଥ ଓ ହୃଷ୍ଟପୃଷ୍ଟ ହୋଇଥିବ । ୨. ତାର ବଂଶର ସମସ୍ତ ଗୁଣ ଗ୍ରହଣ କରିଥବ । ୩. ତାର କୋଷ ଦୁଇଟି ଗୋଡ ସଂନ୍ଧିରେ ଓହଳି ଥିବ । ୪. କୋଷର ଦୁଇ ପାର୍ଶ୍ଵରେ ଦୁଇଟି ଅଣ୍ଡ ଥିବ । ୫. ତା ଦେହରେ କୀଟ ଓ କୃମି ହୋଇନଥିବ ।
୬. ଅବୟବ ଚିକ୍କଣ ହୋଇଥବ ।
ଧାରଣର ଉପକାରିତା :-
ଅଣ୍ଡିରା ଛୁଆଟିକି ୨ ରୁ ୪ ମାସ ରେ ଧାରଣ କରାଯାଏ । ଧାରଣ କଲେ ଛେଳିର ମାସଂ ବଢିଯାଏ । ଅଣ୍ଡିରା ଛେଳି ଖାସିରେ ପରିଣତ ହୋଇ ଓଜନ ଶିଘ୍ର ବଢିଯାଏ । ଚମଡାର ମାନ ଉତ୍କୃଷ୍ଟ ହୁଏ । ଡେରିରେ ଧାରଣ କଲେ ମାଂସ ବୋଦାଳିଆ ଗନ୍ଧାଏ ।
ଋତୁ ଚକ୍ର :- ସାଧାରଣତଃ ୧୫ ରୁ ୧୮ ମାସ ବୟସ ବେଳକୁ ଛେଳି ପ୍ରଜନନ କ୍ଷମ ହୁଏ । ଦୁଇ ବର୍ଷ ପାଖାପାଖିରେ ପ୍ରଥମ ଛୁଆ ଜନ୍ମ କରେ । ପ୍ରଥମ ଛୁଆ ଦେବାର ୬ ରୁ ୮ ସପ୍ତାହରେ ପୁଣି ଗରମ କୁ ଆସିଥାଏ । ଗର୍ଭବାସ ହେଲା ପର୍ଯ୍ୟନ୍ତ ୧୮ ରୁ ୨୧ ଦିନ ବ୍ୟବଧାନରେ ଗରମ ହୋଇଥାଏ । କ୍ଷୀର ଦେଉଥିବା ଛେଳି ବର୍ଷକରେ ଥରେ ଛୁଆ ଦେଲେ ଭଲ । ମାଂସ ପାଇଁ ବ୍ୟବହୃତ ହେଉଥିବା ଛେଳି ବର୍ଷକରେ ଦୁଇ ଥର ଓ ୨ ବର୍ଷରେ ୩ ଥର ଛୁଆ ଦେବା ପାଳକ ପକ୍ଷରେ ଲାଭ ଦାୟକ । ଗରମ ହେବାର ୧୦ ରୁ ୧୫ ଘଂଟା ପରେ ସଙ୍ଗମ କରିବାର ପ୍ରକୃଷ୍ଟ ସମୟ । ଛେଳିର ଗର୍ଭବାସ ସମୟ ୧୫୦ ଦିନ