ଆମେ ମାନେ ଜଗବନ ରାଜା ସହିତ ସ ପରିଚିତ ଅଟେ । ଭଗବତ ଗୀତା ହେଉଛି ଭଦ୍ବାନ ଶ୍ରୀକୃଷ୍ଣଙ୍କ ଅର୍ଜୁନଙ୍କ ମନୋରଙ୍ଗ ପାଇଁ ଯୁଦ୍ଧ କ୍ଷେତ୍ର ମଧ୍ୟରେ ଦେଇଥିବା ଉପଦେଶ ଦେଇଥିଲେ । ଏହା ମହାଭାରତର ଭୀଷ୍ମ ପର୍ବରେ ସ୍ଥାନ ପାଇଛି । କିନ୍ତୁ ଅଷ୍ଟାବକୁ ଗୀତା ଠିକ୍ ସେହି ମହାଭାରତର ବନ ପର୍ବରେ ଉଲ୍ଲେଖ ଅଛି । ଏହା ଅଷ୍ଟାବକ ଋଷି ୯ ରାଜାଜନକ କଥୋପକଥନ । ଅଷ୍ଟାବକ୍ର ଗୀତାର ସାରାଂଶ ମୁଁ ହିଁ ଚିଦାନନ୍ଦ ସ୍ଵରୂପ, ଶିବ ଓଁ ଶିବ ଓଁ । ଯାହା ଆମ୍ବ ଉପଲବ୍ଧି ଓ ମୋକ୍ଷ ପଥର ଯାତ୍ରା । ଏହା ଗୁରୁ ଶଙ୍କରାଚାର୍ଯ୍ୟଙ୍କର ନିର୍ବାଣ ଷଠକମ୍ ର ସାରାଂଶ । ମୁଁ ଯେତେବେଳେ ସ୍ଵୟଂ ଶିବ ସେତେବେଳେ ମୋର କାହିଁକି ମନ୍ଦିର ରହିବ । କିନ୍ତୁ ଭଗବତ ଗୀତା ଆମର ସାମ୍ପ୍ରତିକ ପରିସ୍ଥିତିର ଜୀବନ ଯୁଦ୍ଧର ମୋହ ଭଙ୍ଗ ପାଇଁ ଉଦ୍ଦିଷ୍ଟ । ଏଥପାଇଁ ଭଗବାନ କୃଷ୍ଣଙ୍କ ମନ୍ଦିର ଜରୁରୀ ଅଟେ । ବେଦାନ୍ତରେ ୫୦ ରୁ ଅଧିକ ଗୀତାର ପ୍ରାରମ୍ଭିକ ତଥ୍ୟ ଦିଆଯାଇଛି । ଏକ ପରିସଂଖ୍ୟାନର ଆକସ୍ମିକ ଯୋଗ ସୁତ୍ର କୁହାଯାଇପାରେ – ଶବ୍ଦ ଅଷ୍ଟାବିକୁ ଗୀତା ପାଇଁ ଉଦ୍ଦିଷ୍ଟ ହେଲେ, ଈ ଶବ୍ଦ ଭଗବତ ଗୀତା ପାଇଁ ଉଦ୍ଦିଷ୍ଟ । ଏଥପାଇଁ ନିଃସନ୍ଦେହରେ କୁହାଯାଇପାରେ ଅଷ୍ଟାବକୁ ଗୀତା ସବୁ ଗୀତା ମଧ୍ୟରେ ମୂଳରେ ଅଛି । କାରଣ ଯାହାର ସାରାଂଶ ମୁଁ ହିଁ ଭଗବାନ ।
ମହାଭାରତର କିମ୍ବଦନ୍ତୀର କାହାଣୀ ଅନୁଯାୟୀ ପାଣ୍ଡବ ମାନେ ଅଜ୍ଞାତ ବାସ ସମୟରେ ଲୋମେଶ ଋଷିଙ୍କୁ ତାଙ୍କ ଆଶ୍ରମରେ ଭେଟିଥିଲେ । ଆଶ୍ରମରେ ଆସୁ ଥିବା ସୁନ୍ଦର ବାସ୍ନାରେ ବିମୋହିତ ହୋଇ ଲୋମେଷ ଋଷିଙ୍କୁ ଏହାର କାରଣ ପଚାରିଥିଲେ । ଲୋମେଷ ଋଷି କହିଥିଲେ ଯେ, ଏହି ଆଶ୍ରମ ଏକ ହଜାର ବର୍ଷ ପୂର୍ବର ଆଶ୍ରମ । ଏହି ଆଶ୍ରମ ଉଦ୍ଦାଳକ ଋଷିଙ୍କର ଥିଲା । ଏହି ଆଶ୍ରମରେ ଉଦାଳକଙ୍କର ଦୁଇ ଆତ୍ମଜ୍ଞାନୀ ବ୍ରହ୍ମବେଦ ପୁରୁଷ ଥିଲେ । ଯାହାଙ୍କର ନାମ ଶ୍ଵେତକେତୁ ଓ ଅଷ୍ଟାବକ୍ର । ଋଷି ଉଦ୍ଦାଳକଙ୍କର ଏକ କନ୍ୟା ଏବଂ ଏକ ପୁତ୍ର ଥିଲେ । ଏମାନଙ୍କର ବୟସ ତାରତମ୍ୟ ଥିଲା ୨୦ ବର୍ଷର ବ୍ୟବଧାନ । କାରଣ ସେ ସମୟରେ ଏପରି ଚଳଣି ଥିଲା । ଆଶ୍ରମରେ ଜଣେ ପୂର୍ଣ ସମର୍ପିତ ଆମ୍ ଜ୍ଞାନୀ, ପଣ୍ଡିତ, ସେବକ, ଶିଷ୍ୟ ଥିଲେ ତାଙ୍କର ନାମ କହୋଡ଼ ଥିଲା । ତାଙ୍କର ସେବାରେ ସନ୍ତୁଷ୍ଟ ହୋଇ ଉଦ୍ଦାଳକ ତାଙ୍କର ଝିଅ ସୂଜାତାଙ୍କୁ ତାଙ୍କ ସହ ବାହାଘର କରାଇଥିଲେ । ଯଦିଓ କହୋଡ ବ୍ରହ୍ମ ଜ୍ଞାନୀ ନଥିଲେ କିନ୍ତୁ ପଣ୍ଡିତ ଜ୍ଞାନୀ ଥିଲେ । ଦିନ ରାତ୍ରିରେ ଶ୍ଳୋକ ଗୁଡିକ ଅଭ୍ୟାସ କରୁଥିଲେ । ଘରେ ସୁଜାତା ଗର୍ଭରେ ସନ୍ତାନ ଥିବା ସମୟରେ ତାଙ୍କ ସମ୍ଭାରେ ଏକ ପଣ୍ଡିତ ମାନଙ୍କର ତର୍କ ଶାସ୍ତ୍ର ଆଲୋଚନା ସମୟରେ କ୍ରମାଗତ ଭାବରେ ୮ ଥର ଶ୍ଳୋକ ଗୁଡିକ ଭୁଲ ବ୍ୟାଖ୍ୟା କରିଥିଲେ । ନିଜର ପଣ୍ଡିତ ପଣିୟାକୁ ବଜାୟ ରଖିବା ପାଇଁ ନିଜର ଭୁଲ ଗୁଡିକକୁ ଏଡାଇ ଦେଇ ଯାଉଥିଲେ । ଏହି ସମୟରେ ସୁଜାତାଙ୍କ ଗର୍ଭରେ ଥିବା ଅଷ୍ଟାବକ୍ର କହିଥିଲେ ଯେ ବାପା ଆପଣ କ୍ରମାଗତ ଭାବରେ ୮ ଥର ଶ୍ଳୋକ ଗୁଡିକ ଭୁଲ୍ କହିଲେଣି । ଗର୍ଭର ବାଳକ କଥା କହିବା ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ କିଛି ବଡ କଥା ନୁହେଁ । କାରଣ ଭବିଷ୍ୟତରେ ହେବା ମହାପୁରୁଷଙ୍କର ତିଆରି ଗର୍ଭରୁ ହିଁ ଆରମ୍ଭ ହୋଇଥାଏ । ଗର୍ଭରେ ଅଷ୍ଟାବକ୍ର ପିତାଙ୍କର ଏହି ଭୁଲ ଧରିବା ଫଳରେ କ୍ରୋଧର ଶିକାର ହୋଇ ପିତାଙ୍କ ଠାରୁ ଅଭିଶାପ ପାଇଥିଲେ ।