-: ଛେଳିର ଖାଦ୍ୟ :-

ଛେଳି ସାଧାରଣତଃ ଚରିବୁଲି ଖାଦ୍ୟ ସଂଗ୍ରହ କରିଥାଏ । ପାହାଡିଆ ଅଂଚଳରେ ଗଛଲତା ବଣବୁଦା, ଉପକୂଳ ବର୍ତି ଅଂଚଳରେ ନଦୀ ବନ୍ଧରେ ୮ ରୁ ୯ ଘଟା ଚରିଥାନ୍ତି । ବଉ, ଅସ୍ତ୍ର, ଅଗସ୍ତି, ସୁବାବୁଲ, ଆମ୍ବ, ଚାକୁଣ୍ଡା ଡାଳପତ୍ର, ଘାସ ଓ ରୋଷେଇ ଶାଳରୁ ବର୍ଜ୍ୟ ବସ୍ତୁ ଖାଦ୍ୟ ରୂପରେ ଯୋଗାଇ ଦିଆଯାଇଥାଏ । ବୋଦା ଓ ଗର୍ଭଣା ଦୁଧୂଆଳି ଛେଳି ଓ ଛୁଆ ମାନଙ୍କୁ ଡାଳ ପତ୍ର ଛଡା ସୁଷମ ଖାଦ୍ୟ ଯୋଗାଇବା ଦରକାର । ଦୁଆଳି ଛେଳି ଗାଈ ଭଳି ଅଧିକ ପୃଷ୍ଟି ସାର ଓ ଶ୍ଵେତସାରି ଖାଦ୍ୟ ଦରକାର କରନ୍ତି । ଆଶ୍ଚର୍ଯ୍ୟ ଲାଗେ ଗୋଟିଏ ଗାଈ ତାର ଶରୀର ରକ୍ଷା ପାଇଁ ତାର ଓଜନ ଅନୁସାରେ ୧ କେଜି ଓଜନ ପାଇଁ ଯେତିକି ଖାଦ୍ୟ ଦରକାର କରେ ଗୋଟିଏ ଛେଳି ତାର ଶରୀରର ୧ କେଜି ଓଜନ ପାଇଁ ଗାଈର ଦେଢ ଗୁଣ ଖାଦ୍ୟ ଲୋଡେ । ଗଛ ପତ୍ର ଘାସ ଅଭାବ ହେଲେ ଅଧିକ ଦାନା ଦେବାକୁ ହେବ ।

-: ବ୍ୟବସାୟୀକ ସୁଷମ ଖାଦ୍ୟ :-

1.ମକା ଗୁଣ୍ଡ50ଭାଗ
2.ଗହମ ଚକଡ୩୦ ଭାଗ
3.ବାଦାମ ପିଡିଆ୧୦ ଭାଗ
4.ଗୁଡ୭ ଭାଗ
5.ଧାତୁ ସାର୨ ଭାଗ
6.ଲୁଣ୧ ଭାଗ
7.ସମୁଦାୟ୧୦୦ ଭାଗ

ଏହିଭଳି ମିଶ୍ରିତ ଦାନା ଛେଳିର ଓଜନ ଅନୁସାରେ ଦୁଧିଆଳି ଓ ଗର୍ଭିଣା ଛେଳିକୁ ସ୍ବତନ୍ତ୍ର ଭାବରେ ଦିଆଯିବା ଉଚିତ୍ ।

–: ଛେଳିର ଦୈନିକ ଖାଦ୍ୟ ତାଲିକା :-

କଂଚା ଘାସ, ଡାଳ ,ପତ୍ର ଖାଉଥିବା ଛେଳି ପାଇଁ ପାଣି ଦରକାର ହୁଏ ନାହିଁ । କିନ୍ତୁ ଗୁହାଳରେ ବନ୍ଧା ହୋଇଥୁବା ଛେଳି ପାଇଁ ଦରକାର ଅନୁସାରେ ପାଣି ଯୋଗାଇ ଦେବାକୁ ପଡେ ।

ଶ୍ରେଣୀହାରାହାରୀ ଓଜନ
(କିଲୋ)
ସୁଷମ ଖାଦ୍ୟ ଗ୍ରାମ
ହିସାବ
ସବୁଜ ପତ୍ର ଘାସ
(କିଲୋ)
୧. ଛୋଟ ଓ ବଢିଲା ଛେଳି୧୫-୨୦୩୦୦-୪୨୦୧-୨
୨. ବୟସ୍କ ୩. ଗର୍ଭିଣୀ୨୫-୩୦୨୦୦ -୩୦୦୨-୩
୩. ଗର୍ଭିଣୀ୨୫-୩୦୨୦୦-୩୦୦ ରୁ ଅଧିକ୨-୩

Leave a Reply

Your email address will not be published. Required fields are marked *