ଛେଳିର ବିଭିନ୍ନ ରୋଗ ଓ ତାର ପ୍ରତିଷେଧ ବ୍ୟବସ୍ଥା

ଛେଳ ର ସଂକ୍ରାମକ ରୋଗ ଗୁଡିକକୁ ସାଧାରଣତଃ ୩ ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଯଥା

୧. ଭୂତାଣୁ ଜନିତ,

୨. ଜୀବାଣୁ ଜନୀତ,

୩. କବଚ, କୃମି ଓ କୀଟ ଜନିତ ରୋଗ

ଭୂତାଣୁ ଜନିତ ରୋଗ :-

ପିପିଆର (Pesti des Petits Ruminants) ଏହା ଏକ ଭୟଙ୍କର ମାରାତ୍ମକ ସଂକ୍ରାମକ ଛେଳି ରୋଗ । ଓଡ଼ିଶାରେ ଏହା ଅଧିକାଂଶ ସମୟରେ ଦେଖାଯାଉଛି । ଛେଳି ଚାଷି ମାନେ ଏହି ରୋଗ ରୁ ବହୁତ ଦିନ ଧରି ବହୁ କ୍ଷତି ସହିଲା ପରେ କେନ୍ଦ୍ର ସରକାର ଚଳିତ ବର୍ଷ ଏହାର ସମ୍ପୂର୍ଣ୍ଣ ନିରାକରଣ ୨୦୨୫ ସୁଦ୍ଧା କରିବା ପାଇଁ ଯୋଜନା ପ୍ରସ୍ତୁତ ଓ ଅର୍ଥ ମଞ୍ଜୁର କରିଛନ୍ତି । ଏହି ରୋଗରେ ଛେଳି ଆକାନ୍ତ ହେଲେ ଆଖି ଓ ନାକରୁ ପାଣି ବାହାରେ, ପାଟି ରୁ ଲାଳ ବାହାରେ, ଝାଡା ପତଳା ହୁଏ ଓ ପରିଶ୍ରା ଅଧିକା ହୁଏ । ରୋଗାକ୍ରାନ୍ତ ଛେଳିର ନିଃଶ୍ଵାସ ଓ ପ୍ରଶ୍ଵାସ ମାଧ୍ୟମରେ ରୋଗ ବ୍ୟାପି ଥାଏ ।
ଲକ୍ଷଣ :-୧. ପ୍ରଥମେ ଜ୍‌ର ହୋଇଥାଏ

2.ଦିନେ ଦୁଇଦିନ ପରେ ପାଟିରେ ଘା ସୃଷ୍ଟି ହୁଏ ।
୩. ଆଖିରୁ ନେଞ୍ଜରା, ନାକରୁ ସିଂଘାଣି, ପାଟିରୁ ଲାଳ ଗୋବର ପଡି ପାଣି ଝାଡା ହୁଏ ।
୪. ନିଃଶ୍ବାସ ପ୍ରଶ୍ବାସରେ ବାଧା ହୁଏ ଓ ଛିଙ୍କ ହୁଏ ।

ଚିକିତ୍ସା :- ବର୍ଷା ଦିନରେ ଏଥୁ ରୋଗ ସାଧାରଣତଃ ଦେଖାଯାଏ । ଭୂତାଣୁ ପାଇଁ କୌଣସି ଔଷଧ ନଥିଲେ ବି ପାର୍ଶ୍ଵ ପ୍ରତିକ୍ରିୟା ପାଇଁ ଆଂଟି ବାୟଟିକ୍, ମଲ୍ଟି ଭିଟାମିନ୍ ଆଦି ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଦିଆଯାଇ ଉପକାର ମିଳେ । ଏହାର ପ୍ରତିଷେଧକ ପାଇଁ ଠିକ ସମୟରେ ଟିକା ଦେବା ଆବଶ୍ୟକ ।

ଛେଳି ବସନ୍ତ :- ଏହା ଏକ ଭୂତାଣୁ ଜନିତ ରୋଗ । ସବୁ ବୟସର ଛେଳି ବିଶେଷତଃ ଛେଳି ଛୁଆ ଏହି ରୋଗ ରେ ପଡିଲେ ମରିଯାଆନ୍ତି ।

ଲକ୍ଷଣ :- ଜ୍ଵର ହୁଏ । ନାକ ଆଖିରୁ ପାଣି ଗଡେ । ଶ୍ଵାସ ନଳୀ, ଖାଦ୍ୟ ନଳୀ, ଚର୍ମ ଆଖିରେ ଫଟୋକା ଦେଖାଯାଏ । ଚିକିତ୍ସା ପ୍ରତିଷେକ ବ୍ୟବସ୍ଥା :- ଭୂତାଣୁ ଜନିତ ରୋଗର କୌଣସି ଚିକିତ୍ସା ନାହିଁ କିନ୍ତୁ ଫୋଟକା ଫାଟିଗଲେ ଜୀବାଣୁଙ୍କ

ଆର୍କମଣରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା ଦରକାର । ନାକ ଆଖି ଘା କୁ ପଟାସ୍ ପାଣିରେ ସଫା କରିବାକୁ ପଡେ । ଖାଉନ । ଥଲେ ଗ୍ଲୁକୋଜ୍ ପାଣି ପ୍ରାଣି ଚିକିତ୍ସକଙ୍କ ପରାମର୍ଶ ଅନୁଯାଇ ଦିଆଯିବା ଉଚିତ୍ । ଏହି ରୋଗର ପ୍ରତିଷେଧକ ଟୀକା ଦେବା ଆବଶ୍ୟକ ।

ଛେଳିର ନିମୋନିୟା :- ସି.ସି.ପି.ପି । ଏହି ରୋଗ ହେଲେ ଭିଷଣ ଜ୍ଵର, ନାକରୁ ସଂଘାଣି ଓ ନିଶ୍ବାସ ପ୍ରଶ୍ଵାସ ନେବାର ବାଧା ହୁଏ । ଖୁବ୍ କଷ୍ଟରେ ପାଟି ମେଲା କରି ପାଟି ବାଟେ ଧକେଇ ହୋଇ ନିଃଶ୍ଵାସ ନିଅଏ । ସଅଁ ଶବ୍ଦ ହେଉଥାଏ । ଚାଲିବାକୁ କଷ୍ଟ ହୁ ଏ । ଖାଦ୍ୟ ଗ୍ରହଣ କରେ ନାହିଁ । ଶରୀରର ଓଜନ କମିଯାଏ । ଛେଳି ଏହି ରୋଗରୁ ମୁକ୍ତ ହେଲେ ବାହକ ଭାବେ କାମ କରେ ଓ ଅନ୍ୟ ଛେଳିକୁ ଏହି ରୋଗ ବ୍ୟାପେ । ଏହି ରୋଗରେ ଗୋଡ ଗଣ୍ଠି ଫୁଲିଯାଏ । ଛେଳି ଛୋଟେଇ ଛୋଟେଇ ଚାଲେ । ଛେଳି ଛୁଆଙ୍କୁ ଏହି ରୋଗ ଧରିଲେ ସେମାନେ ମରିଯାଆନ୍ତି ।

  • ଚିକିତ୍ସା ଓ ପ୍ରତିଶେଧକ ବ୍ୟବସ୍ଥା :- ଛେଳିକୁ ଟାଇଲୋସିନ୍ ଏକ କିଲୋ ଓଜନ ପ୍ରତି ୪୦ ମିଲିଗ୍ରାମ୍ ୫ ଦିନ ଏବଂ ଟାଇଆମୁଟିନ୍ ପ୍ରତି କିଲୋଗ୍ରାମ ଓଜନ ପାଇଁ ୩୬ ମିଲିଗ୍ରାମ ହିସାବରେ ମାଂସପେଶୀରେ ଦେଲେ ଆରୋଗ୍ୟ ଲାଭ କରେ । ଟାଇଲୋସିନ୍ ଉଭୟ ପ୍ରତିଷେଧକ ଏବଂ ଚିକିତ୍ସା ପାଇଁ କାମ କରେ ।

ଫାଟୁଆ :- ଫାଟୁଆ ଏକ ପୁରାତନ ରୋଗ । ଏହା ମଧ୍ୟ ଏକ ଭୟଙ୍କର ଓ ମାରାତ୍ମକ ରୋଗ । ମୁହଁ ଓ ପାଟିରେ ଏହା ଘା ହୁଏ । ଗୋଟିଏ ଛେଳିରୁ ଅନ୍ୟ ଛେଳିକୁ ବ୍ୟାପି ଯାଏ । ଯଦିଓ ମୃତ୍ୟୁ ସଂଖ୍ୟା କମ୍ ଥିଲେ ଏହି ରୋଗ ଦ୍ଵାରା ଛେଳିର ସ୍ୱାସ୍ଥ୍ୟ ହାନି ସହ ଓଜନ କମିଯିବା ସଙ୍ଗେ ସଙ୍ଗେ ବ୍ୟବସାୟରେ ବହୁ କ୍ଷତି ହୁଏ । ଏହାକୁ ମଧ୍ୟ ଦେଶରୁ ସମ୍ପୁର୍ଣ୍ଣ ନିରାକରଣ ୨୦୨୫ ସୁଦ୍ଧା କରିବା ପାଇଁ ସରକାର ଯୋଜନା ଏବଂ ଅର୍ଥ ବ୍ୟବସ୍ଥା କରିଛନ୍ତି ।

ଲକ୍ଷଣ :- – ପାର୍ଟି, ଜିଭ ଓ ଖୁରାରେ ଫୋଟକା ସୃଷ୍ଟି ହୋଇ ଘା ରେ ପରିଣତ ହୁଏ । ପାଟିରୁ ପ୍ରଚୁର ଲାଳ ନିଗ୍ରତ ହୁଏ ।

ନିଗ୍ରତ ଲାଳ ସୁତା ଝୁଲିଲା ଭଳି ଦେଖାଯାଏ । ଖାଦ୍ୟ ଖାଇବା ସମ୍ଭବ ହୁଏ ନାହିଁ । ଛେଳି ଛୋଟେଇ ଛୋଟେଇ ଚାଲେ |

ତୁରନ୍ତ ଚିକିତ୍ସା ନ ହେଲେ ଖାଦ୍ୟ ପାନୀୟ ନ ପାଇ ନ ଖାଇ ମୃତ୍ୟୁ ହୋଇଥାଏ ।

ନିରାକରଣ :- ଉଷୁମ ପାଣିରେ ପଟାସ କିମ୍ବା ଖାଇବା ସୋଡା ମିଶାଇ ଘା କୁ ଧୁଆଯାଏ । ଘା କୁ କଦାପି ଡେଟଲ୍, ଫିନାଇଲ୍ ଆଦିରେ ଧୁଅନ୍ତୁ ନାହିଁ । ଏଥ‌ିରେ ଧୋଇଲେ ଘା ଅଧିକ ବଢିଯାଏ । ଅନ୍ୟାନ୍ୟ ଜୀବାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଅନୁଯାଇ ଆଂଟି ବାଇଓଟିକ୍ ଇଜେକ୍‌ସନ୍ ଆଦି ବ୍ୟବହାର କରାଯାଏ। ଛେଳିକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବା ଉଚିତ୍ । ରୋଗରୁ ସୁରକ୍ଷା ପାଇଁ ଠିକ ସମୟରେ ଟୀକା ଦିଆଯିବା ଉଚିତ୍ ।

ଜଳାତଙ୍କ ରୋଗ :- ଏହା ଏକ ସଂଘାତିକ ଭୂତାଣୁ ଜନୀତ ରୋଗ । ମନୁଷ୍ୟ ପଶୁ ସମସ୍ତଙ୍କୁ ପାଗଳା କୁକୁର, ବିଲୁଆ କାମୁଡିଲେ ଏହି ରୋଗ ଧରେ । ପାହାଡିଆ ବଣ ଜଙ୍ଗଲରେ ପାଗଳା ବିଲୁଆ ଛେଳି ମାନଙ୍କୁ କାମୁଡିଲେ ପାଳକ ମାନେ କିଛି ଚିକିତ୍ସା ନ କଲେ ଛେଳି ଟି ପାଗଳ ହୋଇ ମରିଯାଏ । ତେଣୁ ଛେଳିଟିକୁ ଜନ୍ତୁ କାମୁଡିବାର ୨୪ ଘଂଟା ମଧ୍ୟରେ ଟିକା ଦେବା ଆବଶ୍ୟକ । ବଜାରରେ ଅଳ୍ପ ଦାମ ରେ ସାଧାରଣତଃ ବ୍ୟବହାର ପାଇଁ ରେବିପୋର ନାମକ ଟୀକା ଉପଲବ୍ଧ ହେଉଛି । ସେଇ ଟିକା ଗୁଡିକୁ ନିମ୍ନଲିଖିତ ଦିବସ ଅନୁସାରେ ଦିଆଗଲେ ରୋଗରୁ ମୁକ୍ତି ମିଳେ । ଏଥ ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ସାହାଯ୍ୟ ନେବା ଉଚିତ୍

୧ ମ ଇଞ୍ଜେକ୍‌ସନ୍
୨ ୟ ଇଞ୍ଜେକ୍‌ସନ୍୩ୟ ଦିବସରେ
୩ ୟ ଇଞ୍ଜେକ୍‌ସନ୍୬ଷ୍ଠ ଦିବସରେ
୪ ର୍ଥ ଇଞ୍ଜେକ୍‌ସନ୍୧୦ ମ ଦିବସରେ
୫ ମ ଇଞ୍ଜେକ୍‌ସନ୧୪ଶ ଦିବସରେ
୬ ଷ୍ଠ ଇଞ୍ଜେକ୍‌ସନ୍୨୮ଶ ଦିବସରେ
7 ମ ଇଞ୍ଜେକ୍‌ସନ୍90 ଦିବସରେ ଦେଲେ

୭ ମ ଇଞ୍ଜେକ୍‌ସନ୍ ୯୦ ଦିବସରେ ଦେଲେ ରୋଗରୁ ମୁକ୍ତି ମିଳେ ।

ମେ ମୈୟା ରୋଗ :- ସୁସ୍ଥ ଛେଳିର ପାର୍ଟି ଓ ଓଠରେ ଘା ସୃଷ୍ଟି

ହୋଇ ଭୂତାଣୁ ମାନେ ଶରୀରକୁ ପ୍ରବେଶ କରି ରୋଗ ସୃଷ୍ଟି କରିଥାଆନ୍ତି । ଛେଳି ମାନେ ସାମୁହିକ ଭାବରେ ଆକ୍ରାନ୍ତ ହେଉଥିବାରୁ ଦେଖାଯାଏ ।

ଛେଳିର ମୁହଁ ପାଟି ଓ ଯୋନି ଦ୍ଵାରରେ ଫୋଟକା ହୁଏ । ଫୋଟକା ଗୁଡିକ ଘା ରେ ପରିଣତ ହୁଏ । ଛେଳି ପାଟିରୁ ଲାଳ, ଆଖିରୁ ଲୁହ ଓ ନାକରୁ ସିଂଘାଣି ବାହାରେ । ଛେଳିର ଜ୍ଵର ହୁଏ ଏବଂ ଛେଳି ବିସର୍ଣ୍ଣ ଦିସେ । ଲକ୍ଷଣ :-

ନିରାକରଣ :- ରୋଗାକ୍ରାନ୍ତ ଛେଳିକି ଅଲଗା ରଖି ଘା ଗୁଡିକରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଅନୁଯାଇ ଆଂଟିସେପ୍ଟିକ ମଲମ ଓ ଆଂଟିବାୟଟିକ୍ ଇଞ୍ଜେକ୍ସନ୍ ଦିଆଯିବା ଉଚିତ୍ । ପାଟି ଘା ରେ ବୋର ଗ୍ଲିସେରିନ ଲଗାଯାଇଥାଏ । ରୋଗର ନିୟନ୍ତ୍ରଣ ପାଇଁ ଗୁହାଳ ପରିଷରକୁ ପରିଚ୍ଛନ୍ନ ରଖାଯିବା ହପରିହାର୍ଯ୍ୟ । ପ୍ରତିଷେଧକ ଟୀକା ଠିକ ସମୟରେ ଦିଆଗଲେ ଏହି ରୋଗରୁ ମୁକ୍ତି ମିଳିବ |

Leave a Reply

Your email address will not be published. Required fields are marked *