ନକଲି ଖାଦ୍ୟ କୁ ଚିହ୍ନନ୍ତୁ କର୍କଟ ପରି ଭୟଙ୍କର ରୋଗ ରୁ ଦୂର ରେ ରୁହନ୍ତୁ

ନକଲି ଖାଦ୍ୟ କୁ ଚିହ୍ନନ୍ତୁ କର୍କଟ ପରି ଭୟଙ୍କର ରୋଗ ରୁ ଦୂର ରେ ରୁହନ୍ତୁ

ଆଜିକାଲି ପଇସା ଲୋଭରେ ବ୍ୟବସାୟୀ କିମ୍ବା ଚାଷୀ ମାନେ ଖାଦ୍ୟ ରେ ଅପମିଶ୍ରଣ କରି ଅଧିକା ଲାଭ ପାଇଁ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି । ଯାହା ଫଳରେ ଆମେ ସାଧରଣ ଲୋକ ନକଲି ଖାଦ୍ୟ ଖାଇ କର୍କଟ ତଥା ଅନେକ ରୋଗର ଶିକାର ହେଉଛନ୍ତି । ଏଠି ଆମେ ଆପଣ ଖାଦ୍ୟପଦାର୍ଥ କିଣିବା ପୂର୍ବରୁ ସହଜ ଓ ସରଳ ଉପାୟରେ ଘରୋଇ ପରୀକ୍ଷା କରି ପାରିବେ । ଅସଲ କି ନକଲି ଖାଦ୍ୟ ସହଜରେ ଜାଣି ପାରିବେ । ତେବେ ଯାଇ ଆମେ ନିଜକୁ ରକ୍ଷା କରିପାରିବା । ଏଥିପାଇଁ ଆମେ ସହଜ ଓ ସରଳ ଉପାୟରେ କେତେଗୁଡିଏ ରୋଷେଇ ଘରର ଖାଦ୍ୟ ପଦାର୍ଥ ର ଅସଲି ଓ ନକଲି ର କିପରି ପରୀକ୍ଷା କରିପାରିବେ ତାହା ଜଣାଉଛୁ ।
ମଟରରେ ସବୁଜ ରଙ୍ଗ ଚିହ୍ନଟ-
ଗୋଟିଏ କପ ସବୁଜ ମଟରକୁ ଏକ ଗ୍ଳାସ ପାଣିରେ ରଖନ୍ତୁ । ଅଧ ଘଣ୍ଟା ଅପେକ୍ଷା କରନ୍ତୁ। ପାଣିର ରଙ୍ଗ ପରିବର୍ତ୍ତନ ହେଲେ ଅପମିଶ୍ରଣର ସୂଚନା ମିଳିଥାଏ । ଅସଲି ମଟରର ରଙ୍ଗ ପାଣିର ରଙ୍ଗ ପରିବର୍ତ୍ତନ ହେବ ନହିଁ ।

ପନିପରିବାରେ ରଙ୍ଗର ଚିହ୍ନଟ-
ତୁଳାରେ ପାରାଫିନ ଟିକେ ମିଶାନ୍ତୁ, ପଣି ପରିବାରେ ତୁଳା ଟିକୁ ଘଷନ୍ତୁ, ରଙ୍ଗ ଛାଡିଲେ ରଙ୍ଗ ମିଶାଯାଇଥିବ ବୋଲି ଜାଣନ୍ତୁ |

ଆଇସକ୍ରିମରେ ସାବୁନ ପାଉଡରର ଚିହ୍ନଟ- ଆଇସକ୍ରିମରେ ଲେମ୍ବୁର ପାଣି ଟିକେ ମିଶାନ୍ତୁ, ଫେଣ ବାହାରିଲେ ସାବୁନ ପାଉଡର ମିଶିଛି ବୋଲି ଜାଣନ୍ତୁ ।
କ୍ଷୀରରେ ଜଳ – କିଛି ବୁନ୍ଦା କ୍ଷୀର ନେଇ ପରିଷ୍କାର ମସୃଣ ଚଟାଣରେ ଢାଳନ୍ତୁ । ଯଦି କ୍ଷୀର ଅସଲି ହୋଇଥିବ ତେବେ ଧଳା ଦାଗ ଛାଡି ଧୀରେ ଧୀରେ ପ୍ରବାହିତ ହେବ । ନକଲି ହୋଇଥିଲେ ଚିହ୍ନ ନ ଛାଡି ତୁରନ୍ତ ବୋହି ଯିବ ।

କ୍ଷୀରରେ ଡିଟରେଜେଣ୍ଟ ଚିହ୍ନଟ –
୫ ମିଲିମିଟର କ୍ଷୀର ସହିତ ସମାନ ପାଣି ମିଶାନ୍ତୁ । ଗୋଟିଏ ଟେଷ୍ଟଟ୍ୟୁବ ରେ ରଖନ୍ତୁ । ମିଶ୍ରିତକୁ ଭଲ ଭାବରେ ହଲାନ୍ତୁ । କିଛି ସମୟ ପରେ ନକଲି କ୍ଷୀର ଘନ ଚମଡା ସୃଷ୍ଟି କରିବ । ଅସଲି କ୍ଷୀରର ପତଳା ଫ୍ରେମ ଟିଏ ସୃଷ୍ଟି ହେବ । ଓ କ୍ଷୀରଜାତ ପଦାର୍ଥ (ପନିର, ଛେନା,

ଖୋୟା ଷ୍ଟାରବ – ୫ ଏମ ଏଲ ପାଣି ସହିତ ୨-୩ ଏମ ଏଲ କ୍ଷୀର ମିଶାଇ ୨-୩ ଟୋପା ଆୟୋଡିନ ଢାଳନ୍ତୁ ନୀଳ ରଙ୍ଗ ଗଠନ ହେଲେ ଷ୍ଟାରଚ ବା ଶର୍କରାର ଉପସ୍ଥିତିକୁ ସୁଚାଏ । କ୍ଷୀର କ୍ଷେତ୍ରରେ ପାଣି ମିଶିବା ଆବଶ୍ୟକ ନୁହେଁ ।

ଲହୁଣିରେ ମସଲା, ମିଠା ଆଳୁ ଅନ୍ୟାନ୍ୟ ଚିହ୍ନଟ – ୨-୩ ବୁନ୍ଦା ଆୟୋଡିନ ମିଶାନ୍ତୁ | ନୀଳ ରଙ୍ଗ । ଗଠନ ହେଲେ ଉପସ୍ଥିତ ମିଶ୍ରଣକୁ ଚିହ୍ନଟ କରାଏ। ଘିଅ ଚିହ୍ନଟ – ଘିଅ ଚାମଚକୁ ଗରମ କରନ୍ତୁ ଯଦି ଗରମ ପରେ ବାଦାମି ରଙ୍ଗ ଦେଖାଯାଏ ତାହେଲେ ଅସଲି ଯଦି ସାମାନ୍ୟ ହଳଦିଆ ଦେଖାଯାଏ ତାହେଲେ ନକଲି ।

ତେଲରେ ଚର୍ବି –ନଡିଆ ତେଲ ଓ ଅନ୍ୟ ତେଲରେ ଚର୍ବିର ଚିହ୍ନଟ ପାଇଁ ଏକ ଗ୍ଲାସ ନଡିଆ ତେଲ ବା ଅନ୍ୟ ତେଲକୁ ୩୦ ମିନିଟ ରେଫ୍ରିଜରେଟର (ଫ୍ରିଜର ନୁହେଁ) ଯଦି ତେଲ ନକଲି ହୋଇଥିବ ତାହେଲେ ତେଲ ଏକ ପୃଥକ ସ୍ତର ଭାବରେ ।
ଲଙ୍କା ଗୁଣ୍ଡରେ ରଙ୍ଗ ଚିହ୍ନଟ –ଏକ ଗ୍ଳାସ ଜଳ ଉପରେ ଲଙ୍କା ଗୁଣ୍ଡ ପକାନ୍ତୁ କୁତ୍ରିମ ରଙ୍ଗ ଥିଲେ ଧାଡିରେ ଅବତରଣ କରିବ ଅସଲି ପାଉଡର ପାଣି ଉପରେ ଏକ ସ୍ତର କିଛି ସମୟ ଧରି ରଖିଥାଏ ।

ଅସଲି ଜୀରାର ପରୀକ୍ଷା – ଜିରରେ ଅଙ୍ଗାର, ଘାସ ମଞ୍ଜି ,ସିମେଣ୍ଟ, ଗୁଡ ଆଦି ଅପ ମିଶ୍ରଣ କରାଯାଏ | ଜିରାକୁ ହାତରେ ରଗଡନ୍ତୁ ଯଦି କଳା ହୋଇଯିବ ତାହେଲେ ନକଲି।

ସୋରିଷରେ ଅପମିଶ୍ରଣ ପରୀକ୍ଷା – ସୋରିଷ ମସୃଣ ହୋଇଥିବ ଏବଂ ତାକୁ ଦବାଇଲେ ଯଦି ହଳଦିଆ ରଙ୍ଗ ବାହାରିବ ତାହେଲେ ଖାଣ୍ଟି ସୋରିଷ । ଯଦି ଖଦଡା କଳା ରଙ୍ଗ ହୋଇଥିବ ଦବାଇଲେ ଧଳା ଆସିବ ତାହେଲେ ନକଲି ସୋରିଷ

ମସଲା ଗୁଣ୍ଡରେ ଅପମିଶ୍ରଣ ପରୀକ୍ଷା – ଚିମୁଟାଏ ମସଲା ଗୁଣ୍ଡକୁ ପାଣିରେ ପକାନ୍ତୁ ଯଦି ଗୋବର , କାଠ ଗୁଣ୍ଡ, ତୁଷ ମିଶା ହୋଇଥିବ ତାହେଲେ ପାଣିରେ ଭାସିବ ।

ହଳଦିରେ ରଙ୍ଗ ପରୀକ୍ଷା – ଗ୍ଲାସେ ପାଣିରେ 1 ଚାମଚ ହଳଦୀ ପକାନ୍ତୁ | ଅସଲି ହଳଦୀ ପାଣିକୁ ସାମାନ୍ୟ ହଳଦୀ ରଙ୍ଗ କରି ତଳକୁ ବସିବ, ନକଲି ହଳଦୀ ପାଣିକୁ ଗାଢ ହଳଦୀ ରଙ୍ଗ କରିବ ଏବଂ ଗାଢ ରଙ୍ଗର ହଳଦୀ ତଳକୁ ବସିବ ।
କଫିରେ ମାଟି ଓ ଚକୋରୀ ପାଉଡରର ମିଶ୍ରଣ – ଅଧା ଚାମଚ କଫିକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ । 2 ରୁ ୫ ମିନିଟ ଘାଣ୍ଟନ୍ତୁ | ନକଲି କଫିରେ ମାଟି ଓ ଚକୋରି ତଳକୁ ବସିଯିବ । ଅସଲି କଫି ଭାସୁଥିବ ।
ମହୁ ଅସଲି କି ନକଲିର ଘୋରଇ ପରୀକ୍ଷା –

୧ . ନଖ ଆଙ୍ଗୁଠି ପରୀକ୍ଷା :- ଏହା ଏକ ସରଳ ପରୀକ୍ଷା l ବୁଢା ଆଙ୍ଗୁଠି ନଖରେ ଏକ ମହୁ ଟୋପା ଟିଏ ରଖନ୍ତୁ । ଏହା ଛିଞ୍ଚିକି ବିସ୍ତାର ହୋଇଛି କି ନାହିଁ ଦେଖନ୍ତୁ । ଯଦି ଏହା ବିସ୍ତାର ହୁଏ ଅଶୁଦ୍ଧ ଏବଂ ଆଙ୍ଗୁଠି ରେ ଅକ୍ଷୁର୍ଣ ରହେ ତାହା ଶୁଦ୍ଧ ।

୨. ଜଳ ପରୀକ୍ଷା : –ଅଶୁଦ୍ଧ ମହୁକୁ ଚିହ୍ନିବା ପାଇଁ “” ଜଳ ବ୍ୟବହାର କରି ପରୀକ୍ଷା କରାଯାଏ | ଗୋଟିଏ ଗ୍ଲାସରେ ପାଣି ଭର୍ତ୍ତି କରି ୧ ଚାମଚ ମହୁ ମିଶାନ୍ତୁ ।ମହୁ ସହଜରେ ପାଣିରେ ମିଶିଯିବ । ଅପ ମିଶ୍ରିତ ମହୁ ଚାରିପଟରେ ଦେଖାଯିବ । କିନ୍ତୁ ଶୁଦ୍ଧ ମହୁ ଗ୍ଳାସର ତଳ ଭାଗରେ ଲାଖି ରହିବ ଓ ପାଣିରେ ବୁଡି କଠିନ ପରି ଏକତ୍ର ରହିବ ।

୩ . ଦିଆସିଲି କାଠି ଦ୍ଵାରା ପରୀକ୍ଷା :-ଦିଆସିଲି କାଠିରେ ମହୁକୁ ବୁଡାନ୍ତୁ । ମହୁ ବୁଡି ଥିବା କାଠିରେ ଦିଆସିଲି ବାରୁଦରେ ଘସିଲେ ନିଆଁ ବାହାରିବ । ଯଦି ନକଲି ହୋଇଥିବ ଆର୍ଦ୍ରତା ଥିବାରୁ ଜଳିବ ନାହିଁ ।

୪ . ବ୍ଲଟିଂ ପରୀକ୍ଷା :- ବ୍ଲଟିଂ କାଗଜରେ କିଛି ମହୁ ରଖନ୍ତୁ । ଏହା ଶୋଷିତ ହୋଇ ପାରେ କିମ୍ବା କାଗଜରେ କିଛି ଚିହ୍ନ ଛାଡିପାରେ । ଅସଲି ମହୁ ଶୋଷିତ ହେବ ନାହିଁ । କିନ୍ତୁ ନକଲି ମହୁ ଓଦା ଚିହ୍ନ ଛାଡ଼ିବା

୫ . ଫେଣ ପରୀକ୍ଷା :-ଟିକେ ମହୁ ନେଇ ପାଣି ମିଶାନ୍ତୁ । ଏଥିରେ ୪ କିମ୍ବା ୫ ବୁନ୍ଦା ଭିନେଗାର ମିଶାନ୍ତୁ । ଯଦି ଫେଣ ବାହାରେ ମହୁ ଜିପ୍ସନ ସହ ଅପମିଶ୍ରିତ ହୋଇଛି ।

୬ . ଆୟୋଡିନ ପରୀକ୍ଷା :-ଟିକେ ମହୁକୁ ପାଣିରେ ମିଶାନ୍ତୁ । କିଛି ବୁନ୍ଦା ଆୟୋଡିନ ପକାନ୍ତୁ। ଯଦି ନୀଳ ହୋଇଯାଏ ମହୁରେ ଷ୍ଟାରଚ କିମ୍ବା ମଇଦା ମିଶିଛି ।

୭ . ରୁଟି ସହ ପରୀକ୍ଷା :-ଖଣ୍ଡେ ବାସୀ ରୁଟି ସହ ମହୁରେ ବୁଡାନ୍ତୁ । ୧୦ ମିନିଟ ଅପେକ୍ଷା କରନ୍ତୁ। ଯଦି ରୁଟି କଠିନ ଥାଏ ତାହେଲେ ଅସଲି ଯଦି ରୁଟି ନରମ ହୁଏ ତେବେ ନକଲି |

ରବିନ୍ଦନାଥ ପ୍ରଧାନ, ଜିଲ୍ଲା ପ୍ରତିନିଧି, ଅନୁଗୋଳ ମୋ: ୯୭୭୭୩୬୪୩୦

Leave a Reply

Your email address will not be published. Required fields are marked *