୧୮୧ ଭାମ୍ୟମାଣ ପ୍ରାଣୀ ଚିକିତ୍ସା ପାନ ଉଦ୍ ଘାଟିତ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୮। ୦୯।୨୩ କଳିଙ୍ଗ ଷ୍ଟାଡିୟମ ଆୟୋଜିତ ଏକ କାର୍ଯ୍ୟ କ୍ରମରେ ୧୮୧ ଭ।ମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ କୁ ପତକା ଦେଖାଇ ଉଦ୍ ଘାଟନ କରିଛନ୍ତି। ଭାମ୍ୟମାଣ ଏହି ପ୍ରାଣୀ ଚିକିତ୍ସା ଯାନ ପ୍ରାଣୀ ଚିକିତ୍ସା ଅନୁଷ୍ଠାନ ଠାରୁ ଦୂରରେ ରହୁଥିବା ଗାଁଗୁଡିକର ଚାଷିମାନଙ୍କ ଦ୍ଵାର ମୁହଁରେ ପ୍ରାଣୀ ଚିକିତ୍ସା ସେବା ପହଞ୍ଚାଇପାରିବ । ପଶୁ ପାଳନ କରୁଥିବା ଚାଷିମାନଙ୍କ ରୋଜଗାରକୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ ରହିଛି । ଏହି ମୋବାଇଲ ୟନୁଟିଗୁଡିକ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇଦେବ।ପୂର୍ବରୁ ମୋବାଇଲ ୟନୁଟି କାମ କରୁଥିଲା କିନ୍ତୁ ଏହି ଗାଡିଗୁଡିକ ଭଡ଼ା ରେ ଆସୁଥିଲା। କିନ୍ତୁ ଏବେ ରାଜ୍ୟ ସରକାର ନିଜସ୍ଵ ବ୍ୟବସ୍ଥା କରିଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟ ରେ ୩୦କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଏଥିରେ ଜିପିଏସ୍‌ ବ୍ୟବସ୍ଥା ସହ ଉନ୍ନତ ସେବା ମିଳିପାରିବ ବୋଲି ସରକାର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *