କୃଷକ ତାର ଆୟ ପାଇଁ ଅମଳ ବଢାଇଲେ ହେବ ନାହିଁ ନିଜକୁ ସୁସ୍ଥ ତଥା ପରିବେଶକୁ ସୁପ୍ନ ଓ ସୁରକ୍ଷିତ ରଖିବା ପାଇଁ ଜୈବିକ ଖତ ବ୍ୟବହାର କରିବାର ପ୍ରକୃଷ୍ଟ ସମୟ ଆସିଯାଇଛି । ତେଣୁ ଚାଷୀ ଭାଇ ନିଜକୁ ସୁସ୍ଥ ରଖିବା ପାଇଁ ଜୈବିକ ଚାଷ ଉପରେ ମନ ଦେବାକୁ ପଡିବ । ଜୈବିକ ଖତର ପ୍ରଚାର ଓ ପ୍ରସାର ପାଇଁ ସରକାର ୧୦% ସହାୟତା ରର ଘୋଷଣା କରିସାରିଲେଣି । ନିମ୍ନରେ କିଛି ଜୈବିକ ଖତ ଉପରେ କିଛି ସୂଚନା ଦିଆଗଲା :
କମ୍ପୋଷ୍ଟ : ଜୈବିକ ଆବର୍ଜନା, ଅନାବନା ଗଛ, ଗୋବର ଓ ପୁତ୍ର ଇତ୍ୟାଦିକୁ ସଢ଼ାଇ କମ୍ପୋଷ୍ଟ ପ୍ରସ୍ତୁତ କରି ପ୍ରତ୍ୟେକ ଫସଲ ଲଗାଇବା ପୂର୍ବରୁ ଜମିରେ ଏକର ପ୍ରତି ୪-୫ ଗାଡ଼ି ପ୍ରୟୋଗ କରାଗଲେ ମାଟିର ଉର୍ବରତା ବୃଦ୍ଧି ହୋଇଥାଏ । ସବୁଜ ଖତ- ଧାନ ରୋଇବା ଆଗରୁ ଅଳ୍ପ ଦିନିଆ ଡାଲି କିମ୍ବା ଅଣତାଲି ଜାତୀୟ ଫସଲ ଯଥା- ଧଣିବା, ଛଣି, ମୁଗ, ବିରି, କରଞ୍ଜ, ବାକୁଣ୍ଡାର କଅଁଳ ପତ୍ର ଇତ୍ୟାଦି ହଳ କରି ମାଟିରେ ମିଶାଇ ଦିଆଯାଏ । ଏକର ପ୍ରତି ୨୦ ରୁ ୨୫ କିଲୋ ପର୍ଯ୍ୟନ୍ତ ଯବକ୍ଷାରଜାନ ମିଳିବା ସହ ମାଟିରେ ବାନ୍ଧି ହୋଇ ରହିଥିବା ଫସ୍ଟ୍ ଓ ପଟାସ ଫସଲ ପାଇଁ ଗ୍ରହଣ ଯୋଗ୍ୟ ଅବସ୍ଥାକୁ ଆସେ । ଧଣିବା ଶିଘ୍ର ବଢ଼ୁଥିବା ଏକ ଶିମ୍ବ ଜାତୀୟ ଫସଲ ମେ ମାସର ତୃତୀୟ ସପ୍ତାହରେ ମଝାଳିଆ, କିମ୍ବା ଖାଲୁଆ ଯାଗାରେ ଏକର ପ୍ରତି ୧୦କି.ଗ୍ରା. ଧଣିଆ ବୁଣାଯାଏ। ଜୁଲାଇ ପ୍ରଥମ ସପ୍ତାହ ବେଳକୁ ଫସଲ ଦେଢମାସରେ ହୋଇଥାଏ। ଏହାକୁ ହଳ କରି ମାଟିରେ ମିଶାଯାଏ, ତାପରେ ଧାନ ରୁଆଯାଏ।
ଜିଆଖତ :- ସଢ଼ିପାରୁଥିବା ଘରର ଆବର୍ଜନା ଯଥା – ପରି
ଘାସ, ପତ୍ର, ଲଟା ଇତ୍ୟାଦିକୁ ଏକ କୁଣ୍ଡରେ ଗୋବର ସହିତ ରଖୁ ୧୦୦୦ ଟି ପର୍ଯ୍ୟନ୍ତ ଜିଆ ଛାଡ଼ି ଲେ ଜିଆଖତ ପ୍ରସ୍ତୁତ ହୋଇଥାଏ । ଏହି ଖତରେ ୧.୫ରୁ ୨.୦% ଯବକ୍ଷାରଜାନ, ୦.୨୫ର ୦.୫ % ଫସଫର ଓ ଏବଂ ୧.୦ରୁ ୧.୫ ଶତକଡ଼ା ପଟାସ୍ ପାଇ ସହିତ କେତେକ ଭିଟାମିନ୍ ଓ ହରମୋନ ମିଳିଥାଏ । ଏହି ଖତ ଏକର ପ୍ରତି ୧୦ ଜିଣ୍ଟାଲ୍ ପ୍ରୟୋଗ କଲେ ମାଟି ତାର ହୁଏ ଏବଂ ଜମିରେ ଜିଆ ବଂଶ ବୃଦ୍ଧି ବଂଶ ବୃଦ୍ଧି ପାଇଥାଏ । ଫଳରେ ମାଟିର ଜୈବିକ ଏବଂ ଭୌତିକ ଅବସ୍ଥାରେ ଉନ୍ନତି ହୋଇଥାଏ । ଏହି ଖତକୁ ପନିପରିବା ଓ ଫୁଲ ଗଛରେ ପ୍ରୟୋଗ କଲେ ଉନ୍ନତ ମାନର ଫଳ ଫୁଲ ମିଳିଥାଏ ।
ହାଣ୍ଡି ଖତ :- ହାଣ୍ଡି ଖତ ଉଭୟ ରୋଗ ଓ ପୋକ ଦମନ କରିବା ସହ ଗଛକୁ ଖାଦ୍ୟ ଯୋଗାଇ ଥାଏ । ଏହାକୁ ଶସ୍ୟର ସୁରକ୍ଷା ଏବଂ ଉପଚାର ପାଇଁ ବ୍ୟବହାର କରାଯାଏ । ଏହା ଗଛର ହରମୋନ୍ ଦକ୍ଷତାକୁ ସନ୍ତୁଳିତ ରଖେ ।
ଆବଶ୍ୟକୀୟ ସାମଗ୍ରୀ :(କ) ଏକ ୫-୭ ଲିଟର ପାଣି ରହୁଥିବା ମାଠିଆ (ଖ) ଦେଶୀ ଗାଈର ସଜ ଗୋବର ୧ କେ.ଜି (ଗ) ଗୋ-ମୃତ ୫ ଲିଟର (ଘ) ଗୁଡ଼ – ୫୦ ଗ୍ରାମ୍ (୫) ନିମ୍ବ ପତ୍ର – ୧ କେ.ଜି (ଚ) କରଞ୍ଜ ପତ୍ର – ୧.କେ.ଜି (ଛ ଅରଖ ପତ୍ର – ୧ କେ.ଜି. ।
ପ୍ରସ୍ତୁତ ପ୍ରଣାଳୀ :- ୧.ପ୍ରତ୍ୟେକ ପତ୍ରକୁ ଅତି ଛୋଟ ଛୋଟ କରି କାଟି ମାଠିଆରେ ପକାନ୍ତୁ । । ୨.ଏହା ପରେ ୧ କେ.ଜି. ଗୋବର ପକାଇ ଭଲ ଭାବରେ ମିଶାନ୍ତୁ ଏବଂ ୧୦ ମିନିଟ୍ ରଖନ୍ତୁ । ୩. ୫ ଲିଟର ଗୋ-ମୂତ୍ରକୁ ସେଥିରେ ଢ଼ାଳି ଭଲ ଭାବରେ ମିଶାନ୍ତୁ । ପରେ ଗୁଡ଼କୁ ଚୁନାକରି ମିଶାନ୍ତୁ । ୪. ମାଠିଆର ମୁହଁକୁ ଭଲ ଭାବେ ବାନ୍ଧି ଏକ ଛାଇ ସ୍ଥାନରେ ୭ ରୁ ୧୦ଦିନ ରଖନ୍ତୁ ।
ପ୍ରୟୋଗ :(୧) ୭-୧୦ ଦିନ ପରେ ମାଠିଆରୁ ତରଳ ପଦାର୍ଥକୁ ନିଗାଡ଼ି ଓ ଛାଣି ଅଲଗା କରନ୍ତୁ । ଯେତିକି ତରଳ ପଦାର୍ଥ ବାହାରିବ, ସେଥିରେ ୪୦ ଭାଗ ପାଣି ମିଶାଇ ପତ୍ର ସିଂଚନ କରନ୍ତୁ। ଏହାଦ୍ଵାରା ଶସ୍ୟକୁ ରୋଗ ଓ ପୋକ କବଳରୁ ସୁରକ୍ଷା ଦେଇ ପାରିବେ । ଯଦି ପୋକ ଲାଗି ଥା’ନ୍ତି ତେବେ ( ୧:୨୦) ଅନୁପାତରେ ପ୍ରୟୋଗ କରନ୍ତୁ । (୨) ମାଠିଆରୁ ତରଳ ପଦାର୍ଥ ନେଇଗଲା ପରେ ପୁନର୍ବାର ସେଥିରେ ୫ ଲିଟର ଗୋ-ମୂତ୍ର ପକାଇ ଘାଣ୍ଟି ମୁହଁ ବାନ୍ଧି ୭ ରୁ ୧୦ ଦିନ ପର୍ଯ୍ୟନ୍ତ ରଖନ୍ତୁ । (୩)ଏହାକୁ ୬ ମାସ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ।
ପଞ୍ଚ ଗବ୍ୟ :- ପଞ୍ଚ ଗବ୍ୟ ଏକ ଗଛର ପୋଷକ ଏବଂ ରୋଗ ପୋକ ନିରୋଧକ ପରି ବ୍ୟବହାର ହୁଏ । ଏଥିରେ ଗାଈର ପାଂଚଟି ଅଂଶ ବ୍ୟବହାର ହୁଏ । ଏହା ମଧ୍ୟ ଗଛରେ ଥିବା ହରମୋନକୁ ସନ୍ତୁଳିତ କରିଥାଏ ।
ଆବଶ୍ୟକୀୟ ସାମଗ୍ରୀ ( ଏକ ଏକର ପାଇଁ) :
କ) ତରଳ ଗୋବର – ୫୦୦ ମି.ଲି.. ଖ) ଗୋ-ମୃତ୍ୟୁ – ୩୦୦ ମି.ଲି..
ଗ) ଦହି – ୭୦୦ ମି.ଲି
ଘ) କ୍ଷୀର-୨୦୦ ମି.ଲି.
ଙ) ଘିଅ – ୧୦୦ ମି.ଲି
ଚ) ପାଚିଲା କଦଳୀ
ଛ) ପଇଡ଼ – ୨ ଟା
ଜ) ମାଠିଆ – ୧ ଟା
ପ୍ରସ୍ତୁତ ପ୍ରଣାଳୀ :-
୧) ଏକ ମାଠିଆରେ ପ୍ରଥମେ ତରଳ ଗୋବର ପକାଇବ, ଏହାପରେ ଗୋ-ମୂର୍ତ୍ତି, ଦହି ଓ କ୍ଷୀରକୁ ପକାଇ ଭଲ ଭାବରେ ପାଂଟି ୧୦ ମିନିଟ୍ ରଖୁବ ।
(୨) ପାଚିଲା କଦଳୀକୁ ଭଲ ଭାବରେ ଚକଟି ସେଥରେ ମିଶାଇ ପରେ ଦୁଇଟି ପଇଡ଼ କାଟି ଏହାର ପାଣିକୁ
ମିଶାଇବ ।
(୩) ମାଠିଆର ମୁହଁକୁ ଭଲ ଭାବରେ ବାନ୍ଧି ୧୦ ଦିନ ପର୍ଯ୍ୟନ୍ତ ଗୋଟିଏ ଛାଇ ସ୍ଥାନରେ ରଖିବେ । (୪) ପ୍ରତିଦିନ ସକାଳୁ ମିଶ୍ରଣକୁ ଘଂଟିବା ଦରକାର ।
ପ୍ରୟୋଗ ପ୍ରଣାଳୀ :ମାଠିଆରୁ ତରଳ ମିଶ୍ରଣକୁ ଛାଣି ୧ ଲିଟରରେ ୨୦ ଲିଟର ପାଣି ମିଶାଇ ପତ୍ର ସିଞ୍ଚନ କରିବେ । ଏହା ପତ୍ରର ଓ ଶସ୍ୟର ରୋଗ ନିରାକରଣ କରିବ ।
ଶ୍ରୀମତୀ ରେଣୁକା ବାରିକ, ପ୍ରତିନିଧି, ଖୁଣ୍ଟାପଡା ଝୁମ୍ପୁରା, କେନ୍ଦୁଝର, ମୋ,୮୨୬୫୬୨୫୦୫