ସୃଷ୍ଟିର ସବୁ ଜିନିଷରେ କିଛି ନା କିଛି ଗୁଣ ପ୍ରକୃତି ଭରି ରଖିଛି । ରୋଷେଇ କରିସାରିବା ପରେ ପନିପରିବା ଚୋପା, କମଳା ଲେମ୍ବୁ ଚୋପା, କଦଳୀ ଚୋପା, ଅଣ୍ଡା ଖୋଳପା, ପିଆଜ ରସୁଣ ଚୋପା ଗୁଡିକରେ ପ୍ରଚୁର ପଣିମାଣରେ ଖଣିଜ ଦ୍ରବ୍ୟ ଭରିରହିଛି । ଯାହାକୁ ଆମେ ଫୋପାଡି ଦିଅନ୍ତି ସେହି ଅଳିଆକୁ ହାତ ଗନ୍ଧ ନକରି ତାକୁ ପ୍ରତ୍ୟେକ ଦିନ ସଂଚୟ କରି ଏକ କଷ୍ଟରେ ପରିଣତ କରିପାରିବା । ସାଧାରଣତଃ କମଳା ଚୋପାରୁ ପ୍ରଚୁର ନାଇଟ୍ରୋଜେନ୍ , ପଟାସିୟମ, ଫଣ୍ଟରସ୍ କ୍ୟାଲସିୟ, ସଫ୍ଟର ଆଦି ଭରି ରହିଥାଏ। ଯାହା ଗଛକୁ ବୃଦ୍ଧିକରିବା ଓ ଚେରକୁ ଦୃଢ କରିବାରେ ସାହାଯ୍ୟ କରେ । କଦଳୀ ଚୋପା ୪୧% ପଟାସିୟମ ଥାଏ । ଯାହା ଫୁଲ, ଫଳ ବୃଦ୍ଧି କରିବାରେ ସାହାର୍ଯ୍ୟକରେ । କିନ୍ତୁ ଏହି ଚୋପା ଗୁଡିକକୁ ଶିଘ୍ର ପଚିବା ପାଇଁ ଖଣ୍ଡ ଖଣ୍ଡ କରି କାଟିବାକୁ ପଡିଥାଏ । ତାପରେ ଏହି ସବୁ ବ୍ୟର୍ଜବସ୍ତୁ ତଥା ରୋଷଇ ଘରର ଚୋପା ସହ ପନିପରିବା ଚୋପାକୁ ଗୋଟିଏ କଣା ନଥିବା ଫୁଲ ଗାମଲାରେ ପକାନ୍ତୁ। ଯଦି ଅଣ୍ଡାଖୋଳପା ଥାଏ ତାହାକୁ ଟିକି ଟିକି କରି ତା ଉପରେ ପକାନ୍ତୁ । ଅଣ୍ଡା ଖୋଳରେ ପ୍ରଚୁର କ୍ୟାଲସିୟମ୍ ଥାଏ । ଏହା ଗଛ ବଢାଇବାରେ ଓ ଉତମ ଫୁଲ ଫଳ ଧରିବାରେ ଏହା ସାହାଯ୍ୟ କରେ। ଗଛ ବଢାଇବା ଓ ଫୁଲଫଳ ଧରାଇବା ପାଇଁ ଯେଉଁ ରାସାୟନିକ ପଦାର୍ଥ ଦରକାର ହୁଏ ତାହା ହେଲା ନାଇଟ୍ରୋଜେନ୍,
କ୍ୟାଲସିୟମ୍, ଫିଲ୍ମରସ୍, ସଲଫର, ପଟାସିୟମ । ଏହି ସମସ୍ତ ହାଣ୍ଡି ଶାଳ ବର୍ଜବସ୍ତୁରୁ ମିଳେ । ପ୍ରଥମେ ଏହି କଣାନଥିବା ଗାମଲାରେ ଏହି ବ୍ୟର୍କ ବସ୍ତୁ ମାନଙ୍କୁ ପକାନ୍ତୁ । ତାପରେ କିଛି ଶୁଖିଲା ପତ୍ର ପକାନ୍ତୁ । ଏବଂ ପରେ କଂଚା ଘାସ ଓ କିଛି ମାଟି ପକାନ୍ତୁ । ପତ୍ର ଗୁଡ଼ିକ ବାୟୁ ଚଳାଚଳ ପାଇଁ ସାହାର୍ଯ୍ୟ କରିବ । ମାଟି ମଧ୍ୟରେ ଥିବା ଉପକାରି ଅଣୁ ଜୀବ ଓ ଜୀବାଣୁ ପାଚେଇବାରେ ସାହାଯ୍ୟ କରିବେ । ଏ ସମସ୍ତଙ୍କୁ ପକାଇ ସାରିବାପରେ ଗାମଲାଟିକୁ ଘୋଡାଇ ଦିଅନ୍ତୁ । ପ୍ରତିଦିନ ପରସ୍ତ ପରେ ପରସ୍ତ ଗାମଲା ପୁରା ହେବା ପର୍ଯ୍ୟନ୍ତ ପକାଇ ଚାଲନ୍ତୁ । ଏହାକୁ ଛାତ ଉପରେ କିମ୍ବା ବାଡିପଟ ଖରା ଜାଗାରେ ରଖନ୍ତୁ ଘୋଡ଼ଣା ଘୋଡାଇ ରଖନ୍ତୁ । ଗାମଲା ପୁରା ହୋଇଗଲେ ୧୫ ଦିନ ଖରାରେ ଘୋଡାଇ ଛାଡି ଦିଅନ୍ତୁ । ୧୫ ଦିନରେ ପରେ ଗ୍ରାମଲାରେ ଅନ୍ୟଗୋଟିଏ ଖାଲି ଗାମଲା ଉପରେ ଦେଇ ଲଉଟାଇ ଦିଅନ୍ତୁ । ଦେଖନ୍ତୁ କିଛି ଅଂଶ କମି ଯାଇଥିବ ତେବେ କମ୍ପଷ୍ଟ ପ୍ରସ୍ତୁତ ହୋଇଗଲା ବୋଲି ଜାଣନ୍ତୁ। ତତ୍ପରେ ୧୦ ଦିନ ଛାଡି ଦିଅନ୍ତୁ ଏବେ ସମ୍ପୂର୍ଣ୍ଣ କମ୍ପଷ୍ଟ ପ୍ରସ୍ତୁତ ହୋଇଯାଇଥିବ । ପ୍ରଥମରେ ଦେଢ ମାସରୁ ଦୁଇ ମାସ ଲାଗିଯିବ । ଥରେ ପଚିଗଲେ ଆସନ୍ତା ଥର ଦହି ଭଳି ଜୁଇ ପରି ଏହି କମ୍ପଷ୍ଟ ରୁ କିଛି ଜୁଇ ରଖି ଗାମଲା ମଧ୍ୟରେ ପକାଇଲେ ଶିଘ୍ର ମାସକ ମଧ୍ୟରେ କମ୍ପଷ୍ଟ ତିଆରି ହୋଇଯାଏ । ଏବେ ଏହି କମିଷ୍ଟକୁ ଚାଲୁଣିରେ ଛାଣି ଏହାର ବାଲି ଗୁଣ୍ଡ, ଦାନା ଗୁଡ଼ିକକୁ ଗଛ ମୂଳରେ ଯଥା ଗାମଲାରେ ଥିବା ଗଛ ଗୁଡିକରେ ଦୁଇ ରୁ ତିନି ଚାମଚ ପକାନ୍ତୁ ଏବଂ ପରେ ପାଣି ଦିଅନ୍ତୁ । ଦେଖନ୍ତୁ ଏବେ ଆପଣଙ୍କ ଗଛରେ ଫୁଲଫଳ କିପରି ଭରୁଛି । ସୁନ୍ଦର ସତେଜ, ବରିଷ୍ଠ, ଶ୍ଵାସରୁ ଜୈବିକ ଖାଦ୍ୟ ଯତା ପନିପରିବା ବାଡିରୁ ମିଳିପାରିବ । ଏହି ଜୈବିକ ସାର ରଖି ଆପଣ ୬ ସାତ ୭ ମାସ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । ବଜାରରୁ ମିଳୁଥିବା ରାସାୟନିକ ସାର ଓ ବିଷ ରୁ ପ୍ରସ୍ତୁତ ପନିପରିବାର ବିଷ ବଳରୁ ମୁକ୍ତ ହୋଇ ପାରିବ ।