ସାଂପ୍ରତିକ ପରିବେଶ ପ୍ରଦୂଷଣ, ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ଦ୍ଵାରା ମୃର୍ତ୍ତିକାର ଉର୍ବରତା କୁ ହ୍ରାସ କରୁଥିବା ବେଳେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପରିବେଶ ଓ ମାନବ ସମାଜ ଉପରେ ପଡ଼ୁଛି । ଅଧୁନା ଜୈବିକ ବା ପାରମ୍ପରିକ ପଦ୍ଧତିରେ ଚାଷ କାର୍ଯ୍ୟକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଏହି ଦୃଷ୍ଟିରୁ ଜୈବିକ ପଦ୍ଧତିରେ ଅଦାଚାଷ ଚାଷୀମାନଙ୍କୁ ଲାଭବାନ କରିବାରେ ସହାୟକ ହୋଇପାରିଛି । ଅଦାଚାଷ ପାଇଁ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ବିହନ ଓ ରସାୟନମୁକ୍ତ ଜମି ଆବଶ୍ୟକ ରହିଛି । ତେବେ ଏଭଳି ଜମି ରାଜ୍ୟରେ ବହୁ କମ୍ ଦେଖିବାକୁ ମିଳେ । ହଠାତ୍ ଏତେଗୁଡିଏ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ବିହନ ସଂଗ୍ରହ କରିବା ପାଇଁ ଯଥେଷ୍ଟ ଆର୍ଥିକ ସମ୍ବଳର ମଧ୍ୟ ଆବଶ୍ୟକତା ରହିଛି । ଜଣେ ଆଗ୍ରହୀ ଚାଷୀ ଅଳ୍ପ ପରିମାଣର ଏହି ବିହନ କିଣି ତାକୁ ଜୈବିକ ପ୍ରଣାଳୀରେ ବାରମ୍ବାର ଚାଷ କରି, ପରିମାଣ ବୃଦ୍ଧି କରି ୪ ରୁ ୫ବର୍ଷରେ ବ୍ୟବସାୟିକ ଅଦା ଉତ୍ପାଦନ କରିବା ସମ୍ଭବ ହୋଇପାରିବ ବୋଲି କୃଷିବିତମାନଙ୍କ ପକ୍ଷରୁ ଜଣାପଡିଛି ।
ଜମି ପ୍ରସ୍ତୁତି
ଜମିରେ ଅନେକ ରୋଗ ସୃଷ୍ଟିକାରୀ କବକ ଥାଆନ୍ତି । ସେମାନଙ୍କ ଦମନ ପାଇଁ ପଟାଳିଗୁଡିକରେ ଅଦା ଲଗାଇବାର ୫/୬ଦିନ ପୂର୍ବରୁ ବୋର୍ଡମିକଚର (୧୦୦ଗ୍ରାମ ତୁତିଆ ସହ ୧୦୦ଗ୍ରାମ ଚୂନ ଓ ୨୦ଲିଟର ପାଣିରେ ପ୍ରସ୍ତୁତ ଦ୍ରବଣ) ଭଲ ସିଂଚନ କରିବା ଦରକାର। ସୂଚନା ଥାଉକି ତୁତିଆ ଓ ଚୂନକୁ ଅନ୍ତର୍ଜାତୀୟ ସ୍ତରରେ ଜୈବ ପଦାର୍ଥ ଆକାରରେ ଗ୍ରହଣ କରାଯାଇଛି । ୧କି.ଗ୍ରା ଟ୍ରାଇକୋଡର୍ମାଭିରିଡି ନାମକ କବକକୁ ୨୦ କି.ଗ୍ରା ଖତ ସହ ମିଶାଇ ୭ଦିନ ଛାଇରେ ଓଦାକରି ସିଆର ଓ ପଟାଳିରେ ପ୍ରୟୋଗ କଲେ ଜମିରେ ଥିବା ଅଦାର ରୋଗ ସୃଷ୍ଟିକାରୀ କବକଗୁଡିକ ନଷ୍ଟ ହୋଇଯାଆନ୍ତି । ଜମିର ଅମ୍ଳତା ଅଧିକ ରହିଲେ, ରୋଗ ସୃଷ୍ଟିକାରୀ କବକ ଓ ଜୀବାଣୁଗୁଡିକର ପ୍ରାଦୁର୍ଭାବ ଫସଲ ଉପରେ ଅଧିକ ପରିମାଣରେ ପଡେ । ଏଣୁ ଜମିରେ ମାଟି ପରୀକ୍ଷା ପରେ ଅନୁମୋଦିତ ପ୍ରଣାଳୀରେ ଚୂନ ଓ ଖତ ପ୍ରୟୋଗ ମାଧ୍ୟମରେ ଅମ୍ଳତା ଦୂର କରାଯାଇପାରେ । ଗାଈ ମୂତ୍ର, କଂଚା ଗୋବର, ଲିମ୍ବ ପତ୍ର ଓ ବେଲପତ୍ର ବଟା ପ୍ରତ୍ୟେକ ୧କି.ଗ୍ରା ହିସାବରେ ଗୋଳାଇ ତାହା ସାଙ୍ଗରେ ୧୦-୧୨ଟି ଅରଖ ପତ୍ର ବଟା ଗୋଳାଇ ସେଥିରେ ୫୦ଗ୍ରାମ ଗୁଡ ମିଶାଇବା ପରେ ଭଲ ଭାବରେ ପବନ ନିରୋଧକ ପଲିଥିନ୍ ବାନ୍ଧି ୭-୮ଦିନ ରଖି ଏକ ପୋଚ ପ୍ରସ୍ତୁତ କରନ୍ତୁ । ଉକ୍ତ ପୋଚକୁ ୧୦୦ଲିଟର ପାଣିରେ ମିଶାଇ ଦ୍ରବଣ କରି ୧/୨ ଏକର ଅଦା ପଟାଳିରେ ସିଂଚନ କଲେ ଏହାର ରୋଗ ଓ କୀଟନାଶକ ରୂପେ କାର୍ଯ୍ୟ କରିଥାଏ ।
ଅଦା ବିହନ ବିଶୋଧନ
ସଦ୍ୟ କଟା ଯାଇଥିବା ଅଦାଖଣ୍ଡ ଗୁଡିକୁ ସଜ ଗାଈ ମୂତ୍ର, ସଦ୍ୟ ଗୋବର, ଉଇବିଲ ମାଟି ଦୁଇ କି.ଗ୍ରା ହିସାବରେ ନେଇ ୧୦୦ଏମ୍.ଏଲ୍ ଲିମ୍ବ ତେଲ ମିଶାଇ ସମସ୍ତ ଦ୍ରବଣକୁ ୫୦ କି.ଗ୍ରା ଅଦାଖଣ୍ଡ ଗୁଡିକରେ ଗୋଳାଇ ଛାଇରେ ଶୁଖାଇ ଲଗାଯାଇପାରେ । ପୂର୍ବରୁ ଜମିରେ ଟ୍ରାଇକୋଡର୍ମାଭିରିଡି ଖତ ପ୍ରୟୋଗ କରି ନ ଥିଲେ ଉକ୍ତ ବିହନ ଖଣ୍ଡଗୁଡିକରେ ଗାଈ ମୂତ୍ର ଇତ୍ୟାଦି ସହ ତାକୁ ମଧ୍ୟ ଗୋଳାଯାଇପାରେ । ଏହା କରିବା ଦ୍ୱାରା ଅଦାଖଣ୍ଡଗୁଡିକ ସହଜରେ ସଢିବ ନାହିଁ ।
ଜମିରେ ଜୈବିକ ସାର ପ୍ରୟୋଗ
ଅଦା ୧୦ମାସିଆ ଦୀର୍ଘସ୍ଥାୟୀ ଫସଲ । ଏହାର ଖାଦ୍ୟ ଆବଶ୍ୟକତା ଧାନ ଭଳି ଫସଲର ଦୁଇଗୁଣ ଅଟେ । ଏଣୁ ଏହି ଫସଲ ସମ୍ପୂର୍ଣ ଜୈବିକ ଉପାୟରେ ଚାଷ କରିବାକୁ ହେଲେ ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ଖତ ପ୍ରୟୋଗ ନିତ୍ୟାନ୍ତ ଆବଶ୍ୟକ । ଏଥି ପାଇଁ ଚାଷୀ ଉନ୍ନତମାନର କମ୍ପୋଷ୍ଟ ପ୍ରସ୍ତୁତ କରିବା ଦରକାର । ଅଧିକାଂଶ ଚାଷୀ ଅନ୍ୟମାନଙ୍କ ପାଖରୁ ଅଧାସଢ଼ା ଗୋବର ଖତ କିଣି ଆଣି ସିଧାସଳଖ ଜମିରେ ପ୍ରୟୋଗ କରନ୍ତି । ଏଥିରେ ଉଭିଦର ଖାଦ୍ୟ ପ୍ରୟୋଗ ପୂର୍ବରୁ ନଷ୍ଟ ହୋଇଯାଇଥାଏ । ଏଣୁ ନିଜର ଥିବା ଖତ ଏବଂ କିଣାଯାଇଥିବା ଖତ ତିନିମାସ ପୂର୍ବରୁ ଆଉଥରେ ଉନ୍ନତ ପ୍ରଣାଳୀରେ ସୁପର ଫସଫେଟ୍ ବା ଟିଏସ୍ପି ମିଶାଇ ଉପଯୁକ୍ତ ପରିବେଶରେ ସଢିବା ପାଇଁ ଦିଆଯାଏ । ଉକ୍ତ ସଢା ଖତ ସହ ଆଜାଟୋବ୍ୟାକ୍ଟର ପିଏସଏମ୍ ୨କି.ଗ୍ରା, ପଟାସ ବ୍ୟାକ୍ଟେରିଆ ୨କି.ଗ୍ରା ମିଶାଇ ସାମାନ୍ୟ ଓଦା ଅବସ୍ଥାରେ ୭-୮ଦିନ ଛାଇରେ ରଖି ଉପରବେଳା ଜମିରେ ପ୍ରୟୋଗ କରି ମାଟି ଘୋଡାଇ ଦେଲେ ଅଦା ଫସଲକୁ ଯଥେଷ୍ଟ ପରିମାଣରେ ଆବଶ୍ୟକ ଖାଦ୍ୟସାର ମିଳିଥାଏ । ଫସଲ ୪୫ ଦିନ ହେଲାବେଳେ ତାକୁ କୋଡାଖୁସା କରି ଜମିରେ ପୂର୍ବପ୍ରଣାଳୀ କରି ଜମିରେ ପୂର୍ବପ୍ରଣାଳୀ ଅଦାଗଛ ଥିବା ପଟାଳିରେ ପ୍ରୟୋଗ କରି ସେଗୁଡିକୁ ମାଟି ଘୋଡାଇ ଦିଆଯାଏ । ଅନୁସାରେ ପ୍ରସ୍ତୁତ ଲିମ୍ବ, ବେଲପତ୍ର ଓ ଗାଇ ମୂତ୍ର, ଗୋବର ଦ୍ରବଣ ପୋଚ, ଟ୍ରାଇକୋଡର୍ମାଭିରିଡି ପୋଚ ମିଶାଇଅଦା ଲଗାଇଲାବେଳେ ଲିମ୍ବ କିମ୍ବା କରଞ୍ଜ ପିଡିଆ ଏକର ପ୍ରତି ୨୫୦କି.ଗ୍ରା ପ୍ରୟୋଗ କରାଯାଏ । ଏହା ଦ୍ଵାରା ମାଟିରେ ଥିବା ଅନିଷ୍ଟକାରୀ କୀଟଗୁଡିକ ନଷ୍ଟ ହୋଇଯାଆନ୍ତି । ଅଦା ଲଗାଇବା ପରେ ଘୋଡଣୀ ଆକାରରେ କଞ୍ଚା ଘୂରିସିଡିଆ ଡାଳ, ବେଗୁନିଆ ଡାଳ, କରଞ୍ଜ ପତ୍ର ଇତ୍ୟାଦି ଦେଲେ ସେଗୁଡିକ ୪୫ ଦିନ ମଧ୍ୟରେ ସଢି ଯଥେଷ୍ଟ ଜୈବିକ ସାର ଯୋଗାଇବା ସଂଗେ ସଂଗେ ଫସଲକୁ ପୋକ ଦାଉରୁ ରକ୍ଷା କରିଥାଏ । ଏହା କରିବା ଦ୍ଵାରା ଫସଲ ଯଥେଷ୍ଟ ଜୈବିକ ଖାଦ୍ୟ ପାଇଥାଏ । ଅଦାରେ ପତ୍ରଖିଆ କିମ୍ବା ଜଉପୋକ ଲାଗିଲେ ଲାଣ୍ଟେନାକ୍ୟାମେରା ନାମକ ବୁଦା ଗଛର ଫୁଲ ଓ ପତ୍ରକୁ ଶୁଖାଇ ଗୁଣ୍ଡ କରି ତାକୁ ୧ଲିଟର ପାଣିରେ ୨୦ଗ୍ରାମ ହିସାବରେ ମିଶାଇ ଫସଲକୁ ଏକର ପ୍ରତି ୨୦୦ଲିଟର ହିସାବରେ ପ୍ରୟୋଗ କଲେ ଏହି ପୋକ ନଷ୍ଟ ହୋଇଯାଇଥାନ୍ତି ।
ଅମଳ
ଅଦା ୮-୧୦ମାସ ମଧ୍ୟରେ ଅମଳ ହୋଇଥାଏ । ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ଅଦା ଦୀର୍ଘ ଦିନ ପର୍ଯ୍ୟନ୍ତ ସାଇତି । ଏହି ଭଳି ଅଦା ପାଇଁ ଆଜିକାଲି ଦେଶ ବିଦେଶରେ ଯଥେଷ୍ଟ ବଜାର ଚାହିଦା ରହିଛି ।