ପ୍ରାଚୀନ କାଳରେ ଚାଷି ମାନେ ରାସାୟନିକ ବିଷ ଔଷଧ ବଦଳରେ ନିମ୍ବ, କରଞ୍ଜ ଦ୍ଵାରା ପ୍ରସ୍ତୁତ ତେଲ , ପିଡିଆ, ମଞ୍ଜି ଆଦି ଫସଲରେ ବ୍ୟବହାର କରି ରୋଗ ପୋକ, ଭୁତାଣୁ, ଜୀବାଣୁ, ଫିଞ୍ଚି ଜାତୀୟ ଫସଲ ରୋଗକୁ ଚିକିତ୍ସା କରିବା ସହିତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଥିଲେ। ଫସଲରେ ହେଉଥିବା ରୋଗକୁ ଜୈବିକ ଉପାୟରେ ନିୟନ୍ତ୍ରଣ କରି ଚିକିତ୍ସା କରାଯାଇଥାଏ। ଯାହାଫଳରେ କି ଏହା ରାସାୟନିକ ଔଷଧ ପରି ଶରୀର ତଥା ପରିବେଶ ପାଇଁ କ୍ଷତି କାରକ ହୋଇନଥାଏ । ତେଣୁ ଚାଷି ମାନେ ବାଡିରେ କେତୋଟି ନିମ୍ନ, କରଞ୍ଜ, କରଡା, ସାହାଡା ଆଦି ଗଛ ଲଗାଇଲେ ବହୁ ଫସଲ ରୋଗକୁ ନିୟନ୍ତ୍ରଣ କରି ପାରିବେ । ରାସାୟନିକ ଔଷଧ ପ୍ରଚୁର ବ୍ୟବହାର କରି ହେବା ସହ ପରୋକ୍ଷରେ ଶରୀର, ପରିବେଶ ଓ ମୃଷିକା ପାଇଁ କ୍ଷତି ସୃଷ୍ଟି କରୁଛନ୍ତି । ତେଣୁ ଆଜି ଜୈବିକ ନିମ୍ବ ଦ୍ଵାରା ପ୍ରସ୍ତୁତ କେତୋଟି ଔଷଧର ବିବରଣୀ ପ୍ରଦାନ କରୁଛୁ ।
ନିମ୍ବ ଦ୍ଵାରା ପ୍ରସ୍ତୁତ ଔଷଧ : (ନଂ. ୧) ରସୁଣ ଛେଚା ବା ବଟା ୨୫୦ ଗ୍ରାମ୍ + ୪୦୦ ମିଲି ଲିଟର ଲିମ୍ବ ତେଲ ( ବା କରଂଜ ତେଲ ବା କିରୋସିନି) ଗୋଟିଏ ବୋତଲରେ ରଖନ୍ତୁ । ୨୪ ଘଂଟା ପରେ ଏହାକୁ ଛାଣି ଅନ୍ୟ ଏକ ବୋତଲକୁ ବାହାର କରନ୍ତୁ । ନ କଲେ ମଧ୍ୟ ଏହା ସେମିତି ରହିଲେ କିଛି କ୍ଷତି ନାହିଁ । ୧ ଲିଟର ପାଣିରେ ୨-୪ ଗ୍ରାମ ସାବୁନ ଗୁଣ୍ଡ ମିଶାନ୍ତୁ । ତା ’ପରେ ୫ ମି.ଲି ଲିଟର ଔଷଧ ମିଶାଇ ସକାଳେ ସ୍ପ୍ରେ କରନ୍ତୁ । ଯେତେ ପ୍ରକାରର ଶୋଷକ କୀଟ, ପତ୍ର କାଟି ଖାଉଥିବା କୀଟ, କାଣ୍ଡ ବିନ୍ଧା ପୋକ ଏହାଦ୍ଵାରା ନିୟନ୍ତ୍ରଣ କରିହୁଏ । ଫିଞ୍ଚି ତଥା ଜନିତ ରୋଗ ନ ହେବାରେ ମଧ୍ୟ ଏହା ସାହାଯ୍ୟ କରେ । ପ୍ରତି ୧୨-୧୫ ଦିନରେ ପ୍ରତି ଫସଲରେ ବ୍ୟବହାର କରିପାରିବେ । ଅନ୍ୟ ଫସଲରେ କଢ଼ ଫୁଲ ଆସିଲେ ଓ ଧାନ ଗର୍ଭ ଅବସ୍ଥା ଆସିଲେ ବନ୍ଦ କରିବେ ।
ନିମ୍ବ ଦ୍ଵାରା ପ୍ରସ୍ତୁତ ଔଷଧ : (ନଂ. ୨) ରସୁଣ ଛେଚା ବା ବଟା ୨୫୦ ଗ୍ରାମ୍ + ଧୂଆଁ ପତ୍ର ବଟା ବା ଗୁଣ୍ଡ ୨୫୦ ଗ୍ରାମ୍ + ଶୁଖିଲା ଲଙ୍କା ଗୁଣ୍ଡ ୨୫୦ ଗ୍ରାମ୍ + ଲିମ୍ବ ତେଲ ( ବା କରଞ୍ଜ ତେଲ) ଦେଢ଼ ଲିଟର ଗୋଟିଏ ଜାର୍ ବା ବୋତଲ ବା ଘୋଡ଼ଣୀ ଥିବା ପ୍ଲାଷ୍ଟିକ ବାଲ୍ମିରେ ରଖନ୍ତୁ । ୪୮ ଘଂଟା ପରେ ଔଷଧ ତିଆରି ହୋଇଯାଏ । ତାକୁ ଭଲ ଭାବରେ ଗୋଳେଇ ଛାଣି ଅଲଗା ଜାଗାରେ ରଖ ପାରିବେ ବା ସେମିତି ଥିଲେ ମଧ୍ୟ ଚଳିବ । ୧ ଲିଟର ପାଣିରେ ୨-୪ ଗ୍ରାମ୍ ସାବୁନ ଗୁଣ୍ଡ ମିଶାଇ ୫ ମିଲି ଲିଟର ଔଷଧ ଗୋଳାଇ ସକାଳେ ସ୍ପ୍ରେ କରନ୍ତୁ । ଏହା ଅଧିକାଂଶ ପତ୍ର କଟା, ପତ୍ର ଶୋଷା, କାଣ୍ଡ ବିନ୍ଧା ପୋକ ଦାଉରୁ ତଥା ଭୁତାଣୁ, ଜୀବାଣୁ ଓ ଫିମ୍ପି ଜନିତ ରୋଗ ଦାଉରୁ ଫସଲକୁ ରକ୍ଷା କରେ । ପ୍ରତି ୧୨- ୧୫ ଦିନରେ ଫସଲରେ ସ୍ପ୍ରେ କରି ପାରିବେ
ନିମ୍ବ ଦ୍ଵାରା ପ୍ରସ୍ତୁତ ଔଷଧ : (ନଂ. ୩) ୫ କେଜି ଲିମ୍ବ ମଞ୍ଜିକୁ ଭଲ ଭାବରେ ବାଟି ଦିଅନ୍ତୁ । ୧୦ ଲିଟର ପାଣିରେ ତାକୁ ୨୪ ଘଂଟା ଭିଜାଇ ଦିଅନ୍ତୁ । ୧୦୦ରୁ ୧୨୦ ଲିଟର ପାଣିରେ ୧୦୦ ଗ୍ରାମ୍ ସାବୁନ ଗୁଣ୍ଡ ମିଶାଇବା ପରେ ଲିମ୍ବ ମଞ୍ଜି ପାଣିକୁ ଛାଣି ସେଥରେ ମିଶାଇ ସ୍ପେ କରନ୍ତୁ । ୧୫ ଦିନରେ ଥରେ ପ୍ରେ କରି ପାରିବେ ।
ନିମ୍ବ ଦ୍ୱାରା ପ୍ରସ୍ତୁତ ଔଷଧ : ନଂ. ୪) ୫ କେଜି ଲିମ୍ବ ପତ୍ର ବାଟି୨୦ ଲିଟର ପାଣିରେ । “ବା ଗୋମୂତ୍ରରେ) ୨ ଦିନ ନଡ଼ାଇ ଦିଅନ୍ତୁ । ସେଥିରେ ୧୦ ଗୁଣି ପାଣି ମିଶାଇ ସେ କରନ୍ତି । ପ୍ରତି ୧ – ୧୫ ଦିନର ଅରେ ତ କରି ପରି ବେ।
ନିମ୍ବ ଦ୍ଵାରା ପ୍ରସ୍ତୁତ ଔଷଧ : (ନଂ. ୫) ୧ ଲିଟର ପାଣିରେ ୩ରୁ ୫ ଗ୍ରାମ ମାଇନର । ମିଲି ଲିଟର କିମ ତେଲ ମିଶାଇ ୧୨-୧୫ ଦିନରେ ଥରେ ସ୍ନେ କରି ପାରିବେ । ଏହା ଫସଲର ସରି ଅବସ୍ଥା ଆସିବା ପର୍ଯ୍ୟ କରି ପାରିବେ । ତା ପରେ କ୍ଷୀର ହୋ ସାରିଲା ପରେ ମଧ୍ୟ କରି ପାରିବେ ।
ନିମ୍ନ ଦ୍ବାରା ପ୍ରସ୍ତୁତ ଔଷଧ :(ନଂ. ୬) ୫୦୦ ଗ୍ରାମ୍ ପାଚିଲା ଲିମ୍ବ ଫଳକୁ ଶୁଖାଇ ଭଲ ଭାବରେ ଖୁ କରିଦିଅନ୍ତୁ । ଏହାକୁ ୧ ଲିଟର ପାଣିରେ ଓ ୧ ଲିଟର ଗୋମୂତ୍ରରେ ୧ ଫଟା ପର୍ଯ୍ୟନ୍ତ ଲ ଭାବରେ ପାଟି ୨ – ୩ ଘଂଟା ରଖି ଦିଅନ୍ତୁ । ଏହାକୁ ଛାଣି ୧ ଲିଟର ପାଣିରେ ୧୦-୨୦ ମିଲି ଲିଟର ପର୍ଯ୍ୟନ୍ତ ଔଷଧ ମିଶାଇ ୧୨- ୧୫ ଦିନରେ ଥରେ ସେ କରି ପାରିବେ ।
ନିମ୍ବ ଦ୍ବାରା ପ୍ରସ୍ତୁତ ଔଷଧ :(ନଂ. ୭) ୨୫୦ ଗ୍ରାମ୍ ଲିମ୍ବ ପିଡ଼ିଆକୁ ୧ ଲିଟର ଗୋମୂତ୍ରରେ ଏକ ତଥ୍ୟ ପାତ୍ରରେ ଘୋଡାଇ ୭ ଦିନ ରଖି ଦିଅନ୍ତୁ । ତା’ ପରେ ଏହାକୁ ୨୦ରୁ ୩୦ ଲିଟର ପାଣି ମିଶାଇ ୧୫-୨୦ ଦିନରେ ଥରେ ଫୁଲ ଆସିବା ପର୍ଯ୍ୟନ୍ତ ସେ କରି ପାରିବେ ।
ନିମ୍ନ ଦ୍ବାରା ପ୍ରସ୍ତୁତ ଔଷଧ : (ନଂ. ୮) ୧ କେଜି ଲିମ୍ବ ପଡ଼ିଆ ( ବା କରଞ୍ଜ ପଡ଼ିଆ) ୫ ଲିଟର ଗୋମୂତ୍ରରେ ୭ ଦିନ ମାଠିଆରେ ମୁହଁ ବନ୍ଦ କରି ରଖନ୍ତୁ । ଏଥିରେ ୩୦-୫୦ ଲିଟର ପାଣି ମିଶାଇ ୧୫-୨୦ ଦିନରେ ଥରେ ପୁଲ ଆସିବା ପର୍ଯ୍ୟନ୍ତ ସ୍ପ୍ରେ କରନ୍ତୁ ।
ନିମ୍ବ ଦ୍ବାରା ପ୍ରସ୍ତୁତ ଔଷଧ : (ନଂ. ୯) ୮ ରୁ ୧୦ କେଜି ଲିମ୍ବ ପିଡ଼ିଆକୁ ଏକ ଅଖ୍ୟା ବସ୍ତାରେ ବାନ୍ଧି ଜମିରେ ପାଣି ପଶୁଥିବା ନାଳ ମୁହଁରେ ରଖିଦେବେ । ଯଦି ସ୍ଥିର ପାଣି ଅଳ୍ପ ଅଛି, ମଝିରେ ମଝିରେ କନା ପଡ଼ିଆ ବାନ୍ଧି ପକାଇ ଦିଅନ୍ତୁ । ୧୫-୨୦ ଦିନରେ ଆଉଥରେ ଏମିତି କରନ୍ତୁ । ଏହା ଜମି ସାରା ଖେଳେଇ ହୋଇ ଅନେକ ରୋଗ ପୋକ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଜମିର ଉର୍ବରତା ବଢ଼ାଇବାରେ ସାହାଯ୍ୟ କରେ ।
ନିମ୍ବ ଦ୍ଵାରା ପ୍ରସ୍ତୁତ ଔଷଧ : (ନଂ. ୧୦) ଫସଲ ରୋଇବାର ୨୦-୨୫ ଦିନ ପରେ ଜମିରୁ ସମ୍ପୁର୍ଣ୍ଣ ପାଣି କାଟି ଦିଅନ୍ତୁ । ୪୦ କେଜି କୁକୁଡା ମଳର ଖତ ସହ ୨୫-୩୦ କେଜି ଲିମ୍ବ ପିଡ଼ିଆ ମିଶାଇ ଜମିରେ ବୁଣି ଦିଅନ୍ତୁ । ଏହାର ୩-୪ ଦିନ ପରେ ପାଣି ଭର୍ତ୍ତି କରିବେ । ଫସଲର ପତ୍ରପୋଡ଼ା, ମହିଷା, ପତ୍ରଚିତା, ମୂଳସଢ଼ା, କାଣ୍ଡ ସଢ଼ା ଓ ଅନ୍ୟାନ୍ୟ ଫିମ୍ପି ଜନିତ ରୋଗ ସହ ଉଇର ମଧ୍ୟ ଏହା ଭଲ ପ୍ରତିଷେଧକ ହିସାବରେ କାମ କରେ ଓ ଜମିର ଉର୍ବରତା ବଢ଼ାଏ ।
ନିମ୍ବ ଦ୍ଵାରା ପ୍ରସ୍ତୁତ ଔଷଧ (ନଂ. ୧୧) ଅଧ ଲିଟର ଲିମ୍ବ ତେଲ, ଅଧ ଲିଟର ଧୂଆ ପତ୍ର ବତୁରା ପାଣି ଓ ୧୦୦ ମିଲି ଗ୍ରାମ୍ ହେଙ୍ଗୁକୁ ୬ ଲିଟର (୩ ଦିନର ପୁରୁଣା) ଗୋମୂତ୍ରରେ ମିଶାଇ ଦିଅନ୍ତୁ । ୫୦୦ ଗ୍ରାମ୍ ରସୁଣ, ୨୫୦ ଗ୍ରାମ୍ ଲଙ୍କା ଓ ୨୫୦ ଗ୍ରାମ୍ ଅଦାକୁ ଚିକ୍କଣ କରି ଏବଂ ତାକୁ ବାଟି ପ୍ରଥମ ମିଶ୍ରଣରେ ଭଲ ଭାବରେ ମିଶାଇ ୬ ଘଂଟା ରଖୁ ଦିଅନ୍ତୁ । ୧୦୦ ଲିଟର ପାଣିରେ ୫୦ ଗ୍ରାମ୍ ସାବୁନ୍ ଗୁଣ୍ଡ ମିଶାନ୍ତୁ । ଔଷଧ ମିଶ୍ରଣକୁ ଛାଣି ଏହା ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ରୋଇବାର ୧୫-୨୦ ଦିନରେ ଥରେ ଓ ୪୦-୪୫ ଦିନରେ ଥରେ ଏହା ଦିଆଯାଇପାରେ । ଅନେକ ରୋଗ ପାଇଁ ତଥା ଅନେକ ପୋକଙ୍କ ପ୍ରତିକାର ପାଇଁ ଏହା ବ୍ରହ୍ମାସ୍ତ୍ର ପରି କାମ କରେ ।
ନିମ୍ବ ଦ୍ୱାରା ପ୍ରସ୍ତୁତ ଔଷଧ : (ନଂ. ୧୨) ୧୫ କେଜି ପାଉଁଶ ବା କୁଣ୍ଡାରେ ୩ ଲିଟର ଲିମ୍ବ ତେଲ ( ବା କରଞ୍ଜ ତେଲ) ଓ ୫୦୦ ମିଲି ଲିଟର କିରୋସିନି ମିଶାଇ ଘଂଟିଲେ ବିଶେଷ କରି ମାଟିଆ ଗୁଣ୍ଡି ପୋକ ନିୟନ୍ତ୍ରଣରେ
ରହନ୍ତି ।
(ସମ୍ଭବ, ଜୈବିକ ପ୍ରତିଷ୍ଠାନ ନୟାଗଡ ର ସଂଗୃହିତ )