ଫସଲରେ ପଞ୍ଚ ଗବ୍ୟ/ଅମୃତ ପାଣିର ପ୍ରଭାବ

ଫଚ ଗବ୍ୟ କହିଲେ ଗୋମାତା ଠାରୁ ଉପନ୍ନ ହେଉଥିବା ପାଞ୍ଚଟି ପଦାର୍ଥର ମିଶ୍ରଣ । ଯଥା ଗୋରୁ ଗୋବର, ଗୋମୁତ କ୍ଷୀର ଓ ଦହି ଓ ଘିଅ। ପ୍ରତ୍ୟକ ପଦାର୍ଥଗୁଡିକକୁ ଗବ୍ୟ କହାଯାଏ। ତେଣୁ ପାଂଚଟି ପଦାର୍ଥର ମିଶ୍ରଣର ଏହି ପଦାର୍ଥକୁ ଫଚ ଗବ୍ୟ କୁହାଯାଏ । ଏହି ସମସ୍ତ ଗବ୍ୟ ଗୁଡିକର ସଠିକ୍ ପରିମାଣର ମିଶ୍ରଣ ଏକ ସକାରାତ୍ମକ ପ୍ରଭାବ ସଜୀବ ଉପରେ ପଡିଥିବାର ଲକ୍ଷ୍ୟ କରାଯାଏ । ଏହି ପଞ୍ଚ ଗବାକୁ ବ୍ଲକ ୱାଇଜ୍, ଆଣ୍ଟି ବ୍ଳକ୍ ୱାଇଜ୍ (ଘଣ୍ଟା କଣ୍ଟା ଚଳନର ଅନୁକୂଳ ଓ ବିପରୀତ ଦିଗରେ । ମିଶ୍ରଣ କଲେ ମିଶ୍ରଣରେ ଏକ ଚାପ ପଡେ ଯାହା ସୌରଶକ୍ତି ମାଧ୍ୟମରେ ସର୍ଜିବ ଉପରେ ପଡି ତାହାର ଭୌତିକ, ରାସାୟନିକ ଏବଂ ଜୈବିକ ପ୍ରଭାବରେ ସଜୀବର ଅସନ୍ତୁଳିତ ଶକ୍ତିକୁ ସନ୍ତୁଳିତ କରାଇଥାଏ । ପଞ୍ଚଗବ୍ୟର ବ୍ୟବହାର ବୈଦିକ ଯୁଗରେ ଆରମ୍ଭ ହୋଇଛି ତାହା ବେଦରେ ବିସ୍ତୃତ ବର୍ଣ୍ଣନା ଅଛି । ଆଜି ଆମେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରି ଅଧିକ ଉତ୍ପାଦନ ବଢାଇ ପାରିଛନ୍ତି ଏବଂ ଏହା ସହିତ ମାଟିର ଉର୍ବରତା, କ୍ଷୟ ଓ ଫସଲର ରୋଗପ୍ରତିରୋଧ ଶକ୍ତି ହରାଇ ବସିଛନ୍ତି ଏବଂ ବିଭିନ୍ନ ପ୍ରକାର ଶାରୀରିକ ରୋଗକୁ କିଣିଛନ୍ତି । ପଞ୍ଚ ଗବ୍ୟର ପୁନଃବ୍ୟବହାର କରି ବୈଜ୍ଞାନିକ ପ୍ରଦ୍ଧତି ଏବଂ ଉତ୍ତମ ଜ୍ଞାନ କୌଶଳ ମାଧ୍ୟମରେ ଜୈବିକ ଉପାୟରେ ଫସଲର ଉତ୍ପାଦନକୁ ବଢାଇ ପାରିବା । ଏହାମଧ୍ୟ

ପରୀକ୍ଷା କରି ଦେଖାଯାଇଛି ଯେ ପଞ୍ଚଗୋବ୍ୟ ବ୍ୟବହାର କାରି ପ୍ରସ୍ତୁତ କର୍ତ୍ତାର ଶାରୀରିକ ରୋଗ ସୋରିଆସିସ୍ , କ୍ୟାନ୍‌ସର, ମଧୁମେହ ଆଦି ଅନେକ ରୋଗରୁ ମୁକ୍ତି ପାଇପାରିଛନ୍ତି। ପଞ୍ଚଗବ୍ୟ ଫସଲ ଉତ୍ପାଦନ ବଢାଇବାରେ ସହାୟକ ହେବା ସଙ୍ଗେ ସଙ୍ଗେ ଏହାର ବ୍ୟବହାର ଓ ପ୍ରଭାବରେ ମଣିଷର ଅନେକ ରୋଗ ନିରାକରଣ ହୋଇ ପାରୁଛି ।

-: ପଞ୍ଚ ଗବ୍ୟର ଉପକାରିତା :-

୧. ଫଚ ଗବ୍ୟର ସର୍ବନିମ୍ନ ୧% ପତ୍ର ଉପରେ ସିଞ୍ଚନ ଅଧିକ ଫୁଲ ଓ ଫଳ ଧାରଣ କରେ । ଗଛକୁ ସତେଜ ରଖେ, ଫଳ ସ୍ଵାଦିଷ୍ଟ ରହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।

୨. ପଞ୍ଚଗବ୍ୟ ସହ ଗୋବର ଖତ ହେକ୍ଟର ପ୍ରତି ୨୫ ଟନ୍, କମ୍ପୋଷ୍ଟ ହେକ୍ଟର ପ୍ରତି ୫ ଟନ୍, ନିମ ପିଡିଆ ହେକ୍ଟର ପ୍ରତି ୫ ଟନ୍, ଆଜୋସିଲିୟମ୍, ଫଟୋ ବ୍ୟାକ୍ଟେରିଆ ହେକ୍ଟର ପିଛା ୨ କେଜି ଏବଂ ପ୍ରତି ୧୫ ଦିନ ବ୍ୟବଧାନରେ ୩% ପଞ୍ଚ ଗବ୍ୟର ପତ୍ର ସିଞ୍ଚନ ଉଭିଦର ତୈଳ ଭାଗ ଅଂଶ ବଢାଇବା ସଙ୍ଗେ ସବୁଜ ସୁବାସିତ ଫଳ ପତ୍ର ଦିଏ । ସଦା ସବୁଜ ଫସଲ ରୁହେ

୩. ଏହା ମଧ୍ୟ ଦେଖାଯାଇଛି ଯେ ପଞ୍ଚ ଗବ୍ୟର ୩% ବ୍ୟବହାର ଫଳରେ ବାସୁମତି ଧାନ, ଡାଳିମ୍ବ ଚାଷ, ହଳଦି ଚାଷ, ମିଠା ମକାରେ ଗୁଣାତ୍ମକ ମୂଲ୍ୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଅଧିକ ଅମଳ ପାଇବା ଏବଂ ଅଧିକ ରେକର୍ଡ ସଂଖ୍ୟକ ଫସଲ ଉତ୍ପାଦନ ହୋଇ ପାରୁଛି ।

୪. ପଞ୍ଚଗବ୍ୟ/ ଅମୃତ ପାଣିର ପ୍ରଭାବରେ ଗଛର ଏନ୍.ପି.କେ. ପତ୍ର ଓ କାଣ୍ଡ ମାଧ୍ୟମରେ ଗ୍ରହଣ କରିବା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଫଟୋସିନ୍‌ଥେସିସ୍ ମାଧ୍ୟମରେ ସବୁଜ ଉଦ୍ଭିଦ ଆଲୋକ ଶକ୍ତି ବ୍ୟବହାର କରି ପାଣି ଓ ଅଙ୍ଗାର କାମ୍ପର ଜଟିଳ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ଯାହା ସବୁବେଳେ ଗଛକୁ ସବୁଜ, ସତେଜ ଓ ବଳଶାଳୀ କରାଇଥାଏ ।

-: ପଞ୍ଚ ଗବ୍ୟର ପ୍ରସ୍ତୁତି :-

ପଞ୍ଚଗବ୍ୟ (୧) କୋକୁ ଗୋବର ୫ କେଜି, ଗୋମୂତ ୨ କେଜି, ଗାଈ କ୍ଷୀର ୨ ଲିଟର, ଦହି ୨ ଲିଟର, ଘିଅ ୫୦୦ ଗ୍ରାମ୍ । ପ୍ରଥମେ ଏକ ମାଟି ହାଣ୍ଡିରେ ୫ କେଜି ଗୋବରକୁ ପକାଇ ୫୦୦ ଗ୍ରାମ୍ ଘିଅ ପକାଇ ଏକ କାଠ ବାଡି ମଧ୍ୟରେ କ୍ଳିକ୍ ୱାଇକ ଓ ଆଣ୍ଟି ବ୍ଲକ୍ ଷ୍ଟାଇଲ୍‌ ୧୫ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ତତ୍ ପରେ ଏକ କପଡାରେ ହାଣ୍ଡିର ମୁହଁକୁ ବାନ୍ଧି ୪ ଦିନ ପର୍ଯ୍ୟନ୍ତ ରଖନ୍ତୁ । ୪ ଦିନ ପରେ ପ୍ରଥମେ ଦହି ୨ ଲିଟର ପକାଇ ସେହିପରି ଘାଣ୍ଟନ୍ତୁ । ତାପରେ କ୍ଷୀର ୨ ଲିଟ୍‌ର ପକାନ୍ତୁ ଏବଂ ଘାଣ୍ଟନ୍ତୁ । ସବାଶେଷରେ ଗୋମୂତ୍ର ୨ ଲିଟର ପକାଇ ସେହିପରି ବ୍ଳକ୍ ଇନ୍ ଓ ଆଣ୍ଟି ବ୍ଲକ୍ ୱାଭିଜ୍ ଘାଣ୍ଟନ୍ତୁ । ତତ୍ ପରେ ସେହି ମାଟିର ହାଣ୍ଡିକୁ ସେହି କପଡାରେ ଘୋଡାଇ ବାନ୍ଧି ଦିଅନ୍ତୁ ଏବଂ ୧୫ ଦିନ ପର୍ଯ୍ୟନ୍ତ ରଖନ୍ତୁ । ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ୨ ଥର ବ୍ଲକ୍ ୱାଇଜ୍ ଓ ଆଣ୍ଟି ବ୍ଲକ ସ୍ଵାଇନ୍ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ୧୫ ଦିନ ପରେ ଗୋଟିଏ ଲିଟର ପଞ୍ଚ ଗବ୍ୟରେ ୩୦ ଲିଟର ପାଣି ମିଶାଇ ଘାଣ୍ଟନ୍ତୁ ଏବଂ ତତ୍ପରେ ଏହାକୁ ଛାଣି ସବୁଜ ଫସଲର ପତ୍ରରେ ୧୫ ଦିନରେ ବ୍ୟବଧାନରେ ୩ – ୪ ଥର ସିଞ୍ଚନ କରନ୍ତୁ । ଦେଖିବେ ଗଛ ଭଲ ବଢିବ, ଫଳ, ଫୁଲ ଓ ଫସଲ, ଓଜନ ଓ ଉତ୍ପାଦନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବାସ୍ନା ଏବଂ ଗୁଣ ବଢିବ ।

ପଞ୍ଚଗବ୍ୟ (୨) – ୧ କେଜି ଗୋବର + ୨ ଲିଟର ଗୋମୂତ୍ର + ୧ ଲିଟର କ୍ଷୀର + ୧ ଲିଟର ଦହି + ୨୫୦ ମିଲି ଲିଟର ଘିଅ ନିଅନ୍ତୁ । ୧ ଘଣ୍ଟା ପର୍ଯ୍ୟନ୍ତ ଭଲ ଭାବରେ ଚକଟି ମିଶାନ୍ତୁ । ଏହି ମିଶ୍ରଣକୁ ୧୫୦ ରୁ ୨୦୦ ଲିଟର ପାଣିରେ ମିଶାଇ ଫସଲରେ ୧୫ ଦିନରେ ଥରେ ୩୦ ଦିନରେ ଥରେ ଓ ୪୫ ଦିନରେ ଥରେ ଦେଇ ପାରିବେ । ବଡ଼ ଦିନ ହୋଇ ଥିଲେ ୭୫ ଦିନରେ ଆଉଥରେ ମଧ୍ୟ ଦେଇ ପାରିବେ । ଏହା ଦ୍ଵାରା ଗଛ ଭଲ ବଢେ, ଗଛକୁ ରୋଗରୁ ରକ୍ଷା କରିହୁଏ । ବିଶେଷତଃ ଧାନ ଫସଲରେ କ୍ଷୀର ଢୋକି ଦାନା ହୋଇ ସାରିଲା ପରେ ମଧ୍ୟ ଥରେ ହେଲେ ଧାନର ଓଜନ, ବାସ୍ନା ଓ ଗୁଣ ବଢେ ।

ପଞ୍ଚଗବ୍ୟ ସହ ଅନ୍ୟାନ୍ୟ ଦ୍ରବ୍ୟର ମିଶ୍ରଣ ର ପ୍ରସ୍ତୁତି ଗବ୍ୟ (୩) – ୫ କେଜି ଗୋବର । ୩ ଲିଟର ଗୋମୂତ୍ର + ୨ ଲିଟର କ୍ଷୀର + ୨ ଲିଟର ଦହି + ୧ ଲିଟର ଘିଅ । ୩ ଲିଟର ଆଖୁରସ + ୩ ଲିଟର ପଇଡ଼ ପାଣି + ୧ କେଜି ପାଚିଲା କଦଳୀ ନିଅନ୍ତୁ । ଏ ସମସ୍ତ ଜିନିଷକୁ ଭଲ ଭାବରେ ୧ ଘଣ୍ଟା ପର୍ଯ୍ୟନ୍ତ ମିଶାନ୍ତୁ । ତା’ପରେ ଗୋଟିଏ ମାଟି ମାଠିଆରେ ଛାଇରେ ଏହି ମିଶ୍ରଣ ରଖୁ ମୁହଁରେ କନା ବାନ୍ଧି ଦିଅନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୨ ଥର ମାଠିଆ ମୁହଁ ଖୋଲି ୨୦ ମିନିଟ୍ ଲେଖାଏଁ ଭଲରେ ଘାଣ୍ଟନ୍ତୁ । ୧୫ ଦିନ ପରେ ଏହା ତିଆରି ହୋଇଯାଏ । ସକାଳେ ୧ ଲିଟର ପାଣିରେ ଏଥୁରୁ ୩ ରୁ ୫ ମିଲି ଲିଟର ମିଶାଇ ଫସଲରେ ୧୫-୨୦ ଦିନରେ ଥରେ ସ୍ପ୍ରେ କରିନ୍ତୁ । ଏଥିରେ ଗଛ ସୁସ୍ଥ ହୋଇ ବଢେ, ଫୁଲ, ଫଳ ଭଲ ହୁଏ ଓ ରୋଗ ପ୍ରତିରୋଧକ ଶକ୍ତି ବଢେ । ଜୀବାଣୁ ଭୁତାଣୁ ଓ ଫିମ୍ପି ଜନିତ ରୋଗ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *