ରାଷ୍ଟ୍ରୀୟ ଜୈବିକ କୃଷି କେନ୍ଦ୍ର ଅନୁଷ୍ଠାନ ଗାଜିଆବାଦ୍ ଦ୍ଵାରା ପ୍ରସ୍ତୁତ ୱେଷ୍ଟ ଡିକମ୍ପୋଜର ଯାହାକି ସମସ୍ତ ଜୈବିକ ବ୍ୟର୍ଯ୍ୟ ବସ୍ତୁକୁ ଶୀଘ୍ର କମ୍ପୋଷ୍ଟ ବା ଖତରେ ପରିଣତ କରିବା ସହ ମୃର୍ତ୍ତିକା ସ୍ୱାସ୍ଥ୍ୟ ଓ ଉଭିଦର ସୁରକ୍ଷା ଓ ଫସଲ ବୃଦ୍ଧିର ସହାୟକ ହୋଇଥାଏ । ଏହା ବ୍ୟାକ୍ଟେରିଆ ଦ୍ଵାରା ଏକ ଦଳ ଯାହା ଦେଶୀ ଗାଈ ଗୋବରରୁ ଉପଲବ୍ଧ ହୋଇଥାଏ । ଏହି ପ୍ରସ୍ତୁତ ଜୀବାମୃତ ICAR ଦ୍ବାରା ଅନୁମୋଦିତ କହିବାକୁ ଗଲେ ଦହିର ଜୁଆ ପରି ଏହି ବ୍ୟାକ୍ଟେରିଆ ଗୁଡିକ ବ୍ୟର୍ଯ୍ୟ ବସ୍ତୁରେ ଅତିଶୀଘ୍ର ଅଧିକ ସଂଖ୍ୟକ ଉପଯୋଗୀ ଅଣୁଜୀବ ବଢାଇ ପାରନ୍ତି । ଏହି ୩୦ ଗ୍ରାମ ବୋତଲ ମାତ୍ର ୨୦ ଟଙ୍କାରେ ଉପଲବ୍ଧ ହୋଇଥାଏ । ଯାହା। NCOF ପ୍ରତିଷ୍ଠାନ କିମ୍ବା ତାର ଆଂଚଳିକ କାର୍ଯ୍ୟାଳୟରେ ଉପଲବ୍ଧ ହୋଇଥାଏ । ଗୋଟିଏ ୨୦ ଟଙ୍କାର ବୋତଲ ଏକ ହଜାର ବ୍ୟର୍ଯ୍ୟ ବସ୍ତୁକ ମାତୃ ୩୦ ଦିନରେ କମ୍ପୋଷ୍ଟରେ ପରିଣତ କରିପାରେ । ଏହି ଜୀବାଣୁ ଜନିତ ଜୀବାମୃତ ଫସଲର ବଳକା ବ୍ୟର୍ଯ୍ୟବସ୍ତୁ ଅବଶିଷ୍ଟାଶ କୁ କମ୍ପୋଷ୍ଟ ଖତରେ ପରିଣତ କରିବା ସହ ମାଟିର ପି.ଏଚ୍ ବୃଦ୍ଧିକରିବାକୁ ସହାୟକ ହୋଇଥାଏ । ଯାହା ଫସଲକୁ ଅଧିକ ଅମଳକ୍ଷମ କରିବା ସହ ରୋଗ ପୋକରୁ ମୁକ୍ତ କରିପାରିଥାଏ । ଏହି ବ୍ୟର୍ଯ୍ୟବସ୍ତୁ ଗାଈ ଗୋବରରୁ ପ୍ରସ୍ତୁତ ହୋଇଥିବା ଅଣୁଜୀବର ସମାହାର । ରାସାୟନିକ ସାର ବ୍ୟବହାର କରିବା ଦ୍ଵାରା ଜମିର ପାଚକ ତତ୍ତ୍ଵ ବା ହଜମ ପ୍ରକ୍ରିୟା ଲୋପ ପାଇଥାଏ । ମାଟିର ଅଣୁଜୀବଙ୍କ ମୃତ୍ୟୁ ହେଲା ପରେ ମାଟିର ଅମ୍ଳତ୍ଵ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମାଟି ଖପରା ପରି ହୋଇଥାଏ। ମାଟିର ସ୍ଵାସ୍ଥ୍ୟକୁ ଫେରି ପାଇବା ପାଇଁ ଏକର ପିଛା ହଜାରେ ଲିଟର ପ୍ରସ୍ତୁତ ୱେଷ୍ଟ ଡିକମ୍ପୋଜର/ ଜୀବାମୃତ ପ୍ରୟୋଗରେ ଏକୋଇଶ ଦିନ ମଧ୍ୟରେ ମୃତ୍ତିକାର ସମସ୍ତ ଜୈବିକ ଓ ଶାରୀରିକ ଗୁଣ ପରିବର୍ତ୍ତନ କରିଥାଏ । ମାତ୍ର ୬ ମାସ ମଧ୍ୟରେ ଏକ ଏକର ଜମିରେ ୪ ଲକ୍ଷ ଉପକାରୀ କୀଟ ଜନସଂଖ୍ୟା ବୃଦ୍ଧି କରିଥାଏ ଏବଂ ମାଟିକୁ ହାତରେ ଧରିଲେ ନରମ ହୋଇଯାଏ ।
ୱେଷ୍ଟ ଡିକମ୍ପୋଜର କିପରି ପ୍ରସ୍ତୁତ ହୁଏ –
୧. ୨୦୦ ଲିଟର ପାଣିରେ ୨ କିଲୋଗ୍ରାମ ଗୁଡ ମିଶାଇ ଭଲ ଭାବରେ ଗୋଳାନ୍ତୁ ।
୨. ଗ୍ଲୋବସ୍ ପିନ୍ଧନ୍ତୁ, ବୋତଲ ଖୋଲନ୍ତୁ ହାତ ଠାରୁ ଦୂରରେ ରଖି ପାଣିରେ ଢାଳି ଘାଟନ୍ତୁ ।
୩. ପାଣି ଡ୍ରମକୁ କାଗଜ କିମ୍ବା କାର୍ଡବୋର୍ଡ କପଡାରେ ଘୋଡାଇ ଦିଅନ୍ତୁ ।
୪. ୭ ରୁ ୧୦ ଦିନ ପର୍ଯ୍ୟନ୍ତ ଦିନକୁ ଦୁଇ ଥର ଘାଟନ୍ତୁ ।
୫. ୭ ରୁ ୧୦ ଦିନ ମଧ୍ୟରେ ଜୀବାମୃତ ପ୍ରସ୍ତୁତ ହୋଇଯାଏ ।
କୃଷକ ଏହି ପ୍ରସ୍ତୁତ ଦ୍ରବଣକୁ ୨୦ ଲିଟର ଦ୍ରବଣ ନେଇ ପୁଣି ୨ କେଜି ଗୁଡ ମିଶାଇ ପୁଣି ୨୦ ଲିଟର ପାଣି ଯୋଗ କରି ପୁନର୍ବାର ୱେଷ୍ଟ ଡିକମ୍ପୋଜର ପୁସ୍ତୁତ କରି ପାରିବ ଏହିପରି ଭାବରେ ସେ ଜୀବନ ସାରା ଏହି ଜୀବାମୃତି କୁ ସାଇତି ରଖିପାରିବ ।
କମ୍ପୋଷ୍ଟ – ଛାଇ ତଳେ ରଖାଯାଇଥିବା ଏକ ପ୍ଲାଷ୍ଟିକ୍ ଷ୍ଟିକ୍ ସିଟ୍ ଉପରେ ଏକ ଟନ୍ ବିସ୍ତାର କରନ୍ତୁ । କମ୍ପୋଷ୍ଟ ସ୍ତର ଉପରେ ଉପରୋକ୍ତ ପ୍ରସ୍ତୁତ ଜୀବାମୃତ ୨୦ ଲିଟର ସିଞ୍ଚନ୍ତୁ । ଏହି ସ୍ତର ଉପରେ ଆଉ ଏକ କମ୍ପୋଷ୍ଟ ସ୍ତର ବିଛାନ । ସେଥରେ ମଧ୍ୟ ୨୦ ଲିଟର ଦ୍ରବଣ ଛିଚନ୍ତୁ । ଏହିପରି ଭାବରେ ୧୦ଟି ସ୍ତର କରାଯାଇ ପାରିବ । କମ୍ପୋଷ୍ଟ ସମୟରେ ଆଦୃତା ବଜାୟ ରଖିବା ଆବଶ୍ୟକ । ଯଦି ଶୁଖିଯାଏ ପାଣି ସିଂଚନ କରନ୍ତୁ। ତାକୁ ପୋଲିଥିନ ରେ ଘୋଡାଇ ଦିଅନ୍ତୁ । ମଝିରେ ମଝିରେ ୭ ଦିନ ବ୍ୟବଧାନରେ ଉପର ତଳ କରନ୍ତୁ । ୩୦ ଦିନ ପରେ କମ୍ପୋଷ୍ଟ ବ୍ୟବହାର ପାଇଁ ପ୍ରସ୍ତୁତ ହୁଏ ।
ଫସଲର ପତ୍ରରେ ଛିଞ୍ଚନ – ଫସଲର ପତ୍ରରେ ଛିଞ୍ଚନ କଲେ ଅଧିକ ଫୁଲ ଫଳ ଓ ରୋଗ ମୁକ୍ତ ଅଧିକ ଅମଳକ୍ଷମ ଫସଲ ଉତ୍ପାଦନ ହୁଏ । ୧୦ ଦିନ ବ୍ୟବଧାନରେ ୪ ଥର ଛିଡ଼ା ହୋଇଥିବା ଫସଲରେ ସ୍ପ୍ରେ କରନ୍ତୁ ।
ଜଳସେଚନ – ଆବଶ୍ୟକ ପାଣିରେ ପ୍ରସ୍ତୁତିକୁ ମିଶ୍ରଣ କରନ୍ତୁ । ଏକ ଏକର ପାଇଁ ଏହାକୁ ତ୍ରିପ୍ ଜଳସେଚନ ପାଇଁ ବ୍ୟବହାର କରନ୍ତୁ ।
ବିହନ ଚିକିତ୍ସା – ଗ୍ଲୋବସ ପିନ୍ଧନ୍ତୁ । ଗୋଟିଏ ବୋତଲକୁ ୩୦ ଗ୍ରାମ୍ ଗୁଡ ସହିତ ଭଲ ଭାବରେ ମିଶାନ୍ତୁ ଏବଂ ୨୦ କେଜି ମଞ୍ଜିରେ ତାହା ୩୦ ମିନିଟ୍ ପର୍ଯ୍ୟନ୍ତ ଚିକିତ୍ସା କରନ୍ତୁ । ୩୦ ମିନିଟ୍ ପରେ ମଞ୍ଜି ଗୁଡିକ ବୁଣିବା ପାଇଁ ଯୋଗ୍ୟ ହୋଇଯାଏ। ନିୟମିତ ବ୍ୟବଧାନରେ ମାସକୁ ଥରେ ସିଂଚନ କରାଗଲେ ଉଭିଦର ରୋଗ ନିୟନ୍ତ୍ରଣ କରାଯାଇ ପାରିଥାଏ । ଚାଷି ଭାଇ ମାନେ ଅଧିକ ବିବରଣୀ ପାଇଁ ରାଷ୍ଟ୍ରୀୟ ଜୈବିକ କୃଷି କେନ୍ଦ୍ର ଭାରତ ସରକାରଙ୍କ କୃଷକ ସଶକ୍ତିକରଣ ବିଭାଗ,ହାପୁର ରୋଡ, କମଳା ନେହେରୁ ନଗର, ଗାଜିଆବାଦ୍ ୨୦୧୦୦୨
ସବିଶେଷ ତଥ୍ୟ ପାଇଁ ଯୋଗାଯୋଗ କରନ୍ତୁ :- ୨୭୬୪୯୦୬,୨୭୬୪୨୧୨