ଅଗ୍ନିହୋତ୍ର ହୋମ ର ବୈଜ୍ଞାନିକ ଅନୁସନ୍ଧାନ

ଅଗ୍ନିହୋତ୍ର ହେଉଛି ସୃଷ୍ଟି ସମୟରେ ସଂସ୍କୃତ ଭାଷାରେ ଦିଆଯାଇଥିବା ଏକ ପ୍ରାଚୀନ ବିଜ୍ଞାନ । ସଂସ୍କୃତ କଦାପି କାହାର ମାତୃଭାଷା ନ ଥିଲା। ଏହା କମ୍ପନର ଏକ ଭାଷା । ସଂସ୍କୃତ ଏକ ନିର୍ଦ୍ଦିଷ୍ଟ ଜୈବିକ ପଦାର୍ଥ ସହିତ ମିଶି ଅଗ୍ନି ମାଧ୍ୟମରେ ଆମ ବାୟୁ ମଣ୍ଡଳର ପରିବର୍ତ୍ତନ କରିପାରିବ । ଅଗ୍ନିହୋତ୍ର ହେଉଛି ଆର୍ୟୁବେଦ ପ୍ରାଚୀନ ବିଜ୍ଞାନର ଏକ ଆରୋଗ୍ୟକାରୀ ଅଗ୍ନି । ଏହା ପ୍ରତିଦିନ ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଏକ ସ୍ବତନ୍ତ୍ର ଅଗ୍ନି ମାଧ୍ୟମରେ ବାୟୁମଣ୍ଡଳକୁ ସୁଦ୍ଧ କରିବାର ଏକ ପ୍ରକ୍ରିୟା ଯେ କୌଣସି ବ୍ୟକ୍ତି ଅଗ୍ନିହୋତ୍ର କରିପାରିବେ । ଏହା ଦ୍ଵାରା ନିଜ ଗୃହ, ପରିବେଶ, ସ୍ବାସ୍ଥ୍ୟ ଓ କୋଭିଡ୍ ୧୯ ପରି ଭୂତାଣୁର ଭୟ, କୃଷି ଓ ପଶୁସଂପଦର ବୃଦ୍ଧି, ମଣିଷର ଶାରୀରିକ, ମାନସିକ ସ୍ଵାସ୍ଥ୍ୟର ସୁରକ୍ଷା ପ୍ରଦାନ ମଧ୍ୟ ହୋଇପାରିବ । ବିଶ୍ଵର ହଜାର ହଜାର ଲୋକ ଅନୁଭବ କରିଛନ୍ତି ଯେ ଅଗ୍ନିହୋତ୍ର ସମସ୍ତ ଚାପକୁ ହ୍ରାସ କରିଥାଏ। ଚିନ୍ତାଧାରାରେ ଅଧିକ ସ୍ୱଚ୍ଛତା ଆଣେ । ସାମଗ୍ରିକ ସ୍ଵାସ୍ଥ୍ୟର ଉନ୍ନତି, ଶକ୍ତି ବୃଦ୍ଧି ଓ ମନକୁ ପ୍ରେମରେ ପରିପୂର୍ଣ୍ଣ କରେ। ଦୁଗ୍ ଓ ମଦ୍ୟପାନ ନିଶାରୁ ନିବୃତ୍ତ ହେବାପାଇଁ ଏହା ଏକ ବଡ ସାହାଯ୍ୟ । ଅଗ୍ନିହୋତ୍ର ଉଭିଦଜୀବନକୁ ପୃଷ୍ଟିସାର କରିଥାଏ ଏବଂ କ୍ଷତିକାରକ ବିକରଣ ପାଥୋଜେନିକ୍ ଜୀବଣୁ ଓ ଭୂତାଣୁକୁ ନିରପେକ୍ଷ କରିଥାଏ। ଏହା ପ୍ରାଣୀ ଶକ୍ତିର କାର୍ଯ୍ୟକଳାପକ ସୁସଙ୍ଗତ କରେ ଏବଂ ଜଳ ଉତ୍ସକୁ ଶୁଦ୍ଧ କରିବା ପାଇଁ ବ୍ୟବହାର କରାଯାଇପାରେ। ଏହି ହୋମ କରିବା ପାଇଁ ନିମ୍ନଲିଖିତ ଉପାଦାନଗୁଡିକ ଜରୁରୀ ଯଥା ଅଗ୍ନିହୋତ୍ର ତମ୍ବା ପିରାମିଡ୍ ଯଜ୍ଞ ପାତ୍ର, ଶୁଖିଲା ଦେଶୀ ଗାଈଗୋବର, ଦେଶୀ ଗାଈ ଘିଅ, ଶସ୍ୟ ଥିବା ଅକାଣ୍ଡିଆ ଲାଲିଆ ଚାଉଳ ଓ ସଠିକ୍ ମନ୍ତ୍ର ଉଚ୍ଚାରଣ । ଅଗ୍ନିହୋତ୍ର ହେଉଛି ଜୈବିକ ଅଗ୍ନିକୌଶଳ ଯାହା ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ବାୟୁ ତରଙ୍ଗ ଉପରେ ଆଧାରିତ । ଏହି ମୌଳିକ ଜୈବିକ ହୋମ କୌଶଳ ପ୍ରାଚୀନ ବୈଦିକ ଶାସ୍ତ୍ରରେ ଦେଖିବାକୁ ମିଳେ। ଏହି ରିତିନୀତି ସଂପର୍କରେ ବାଇବେଲରେ ମଧ୍ୟ ଉଲ୍ଲେଖ କରାଯାଇଛି । ବାଇବେଲ୍‌ର (ଦାନିଏ ଲ ୮:୨୬)ରେ ଉଲ୍ଲେଖ ରହିଛି ଯେ “ତୁମକୁ ଦିଆଯାଇଥିବା ସନ୍ଧ୍ୟା ଓ ପ୍ରଭାତର ଦର୍ଶନକ୍ ଆବଦ୍ଧ କର, କାରଣ ଏହା ଦୂର ଭବିଷ୍ୟତ ବିଷୟରେ ଚିନ୍ତାକରେ ।”

ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟରେ ପ୍ରକୃତିର ସଂପୂର୍ଣ ସନ୍ତୁଳିତ ଶକ୍ତି ଏକ ଶକ୍ତିଶାଳୀ ଅବସ୍ଥାରେ ଥାଏ । ଅଗ୍ନିହୋତ୍ର ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟରେ କରାଯାଇଥାଏ । ସେହି ସମୟରେ ଉପରୋକ୍ତ ନିର୍ଦ୍ଦିଷ୍ଟ ଉପାଦାନଗୁଡିକ ଏକ ପିରାମିଡ୍ ଆକାରର ଆକୃତିର ତମ୍ବା ପାତ୍ରରେ ଆହୁତି ଦିଆଯାଇ ନିର୍ଦ୍ଦିଷ୍ଟ ଧ୍ଵନୀ ସହ ମନ୍ତ୍ର ଉଚ୍ଚାରଣ କରାଯାଏ । ଏହି ମନ୍ତ୍ରଗୁଡିକ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟରେ ନିର୍ଦ୍ଦିଷ୍ଟ କଂପନ ସହ ମେଳ ଖାଏ । ଏହାର ଉପକାରୀ ପ୍ରଭାବ ୧.୫କି.ମି. ବ୍ୟାସାର୍ଦ୍ଧ ଓ ୧୨କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥାଏ ।

ଅଗ୍ନିହୋତ୍ର ମନ୍ତ୍ର

ସୂର୍ଯ୍ୟ ଉଦୟ

ସୂର୍ଯ୍ୟାୟ ସାହା, ସୂର୍ଯ୍ୟାୟ ଇଦଂନମଃ”

“ ପ୍ରଜାପତୟେ ସାହା, ପ୍ରଜାପତୟେ ଇଦଂ ନମଃ”

ସୂର୍ଯ୍ୟାସ୍ତ :

“ଆଗ୍ନେୟ ସ୍ୱାହା, ଆଗ୍ନେୟ ଇଦଂ ନମଃ”

“ ପ୍ରଜାପତୟେ ସାହା, ପ୍ରଜାପତୟେ ଇଦଂ ନମଃ”

ମନ୍ତ୍ରରେ ସୂର୍ଯ୍ୟଙ୍କୁ ଆବାହନ କରାଯାଇଛି । ଏହାର ଅର୍ଥ ଏହା ସୂର୍ଯ୍ୟଙ୍କର ମୋର ନୁହେଁ । ପ୍ରଜାପତି ଅର୍ଥାତ୍ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା । ଯେପରି ଜଣେ ଲେଖକ ତାଙ୍କର କାର୍ଯ୍ୟକୁ ବିସ୍ତାର କରିବା ପାଇଁ ପ୍ରକାଶକଙ୍କ ସହିତ କଥାବାର୍ତ୍ତା ହେବାପାଇଁ ଚେଷ୍ଟା କରେ, ସେତେବେଳେ ସେ ତାଙ୍କର ପାଣ୍ଡୁଲିପି ହସ୍ତାନ୍ତର କରନ୍ତି ଏବଂ କହନ୍ତି ଏହା ଆପଣଙ୍କର । ଆପଣ ଯେଉଁଠାରେ ଚାହିଁବେ ଏହାକୁ ବିସ୍ତାର କରିପାରିବେ । କାରଣ ଲେଖକ ବହି ଲେଖିପାରନ୍ତି, କିନ୍ତୁ ଏହାକୁ ବିସ୍ତାର କରିପାରିଛି ନାହିଁ । ବିସ୍ତାର କରିବା ପ୍ରକାଶକଙ୍କ କାର୍ଯ୍ୟ । ସୃଷ୍ଟିକର୍ତ୍ତାଙ୍କୁ ହୋମ ମାଧ୍ୟମରେ ନମସ୍କାର କରି ତୁମର ପ୍ରେମ, ଶୁଭେଚ୍ଛା ଓ କରୁଣାର ଅଗ୍ନିକ ବିସ୍ତାର କରିବା ପାଇଁ ଏକ ପ୍ରାର୍ଥନା । ଅଗ୍ନିହେଉଛି ସବୁକିଛିର ସର୍ବୋତ୍ତମ ବାହକ । ଅଗ୍ନି ଉପାଦାନ ସବୁଠାରେ ଅଛି । ଏମିତି କୌଣସି ଜିନିଷ ନାହିଁ ଯେଉଁଠି ଅଗ୍ନି ଉପାଦାନ ନାହିଁ । ଏହା ସବୁ ସ୍ଥାନ ଶାଖା ସହିତ ଏକ ଡାକ ସେବା ସେବା ପରି ଏହା ଲୋକମାନଙ୍କ ସକଳ କଲ୍ୟାଣ ପାଇଁ ପ୍ରଭୂ ନିଜକୁ ପ୍ରକାଶ ତଥା ବିସ୍ତାର କରନ୍ତୁ ବୋଲି ଏକ ପ୍ରାର୍ଥନା । ଅଗ୍ନିହୋତ୍ର ଠାରୁ ଇକୋସିଷ୍ଟମ୍ ଲାଭ କରେ । ଆଶ୍ରୟସ୍ଥଳ ଏବଂ ରିଲିଫ୍ କ୍ଷେତ୍ର ଖୋଜିବାକୁ ପକ୍ଷୀମାନେ ସେହି ସ୍ଥାନ ପରିଦର୍ଶନ କରନ୍ତି ଯେଉଁଠାରେ ପ୍ରତ୍ୟେହ ଅଗ୍ନିହୋତ୍ର ନିୟମିତ ଭାବରେ ପଠନ କରାଯାଏ । ଅଗ୍ନିହୋତ୍ର ଦ୍ଵାରା ତମ୍ବା ପିରାମିଡ୍ ଚାରିପାଖରେ ବିପୁଳ ପରିମାଣର ଶକ୍ତି ସଂଗ୍ରହ କରାଯାଇପାରେ । ଏହା ଦ୍ଵାରା ଏକ ପ୍ରକାର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଯାହା ନକାରାତ୍ମକ ଶକ୍ତିକୁ ନିରପେକ୍ଷ କରିଥାଏ । ଫଳରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଅଗ୍ନିହୋତ୍ର ପ୍ରଦୂଷଣ ମୁକ୍ତ ବାୟୁମଣ୍ଡଳ ସୃଷ୍ଟି କରିଥାଏ । କ୍ଷତିକାରକ ବିକରଣକୁ ନିରପେକ୍ଷ କରିବା ସହ କ୍ଷତିକାରକ ଭୂତାଣୁ ଏବଂ ଜୀବାଣୁମୁକ୍ତ ପରିବେଶ ସୃଷ୍ଟି କରିଥାଏ ।ପୁନେର ଫଗୁଁସନ କଲେଜର ଶ୍ରୀ ଗିରିଶ ପୃଥେ ଓ ଶ୍ରୀ ପ୍ରଣୟ ଅବଙ୍ଗାଙ୍କ ମିଳିତ ଉଦ୍ୟମରେ କରାଯାଇଥିବା ବୈଜ୍ଞାନିକ ଅନୁସନ୍ଧାନରୁ ଅଗ୍ନିହୋତ ହୋମ ଦ୍ଵାରା କ୍ଲେବିସିଆଲା ନାମକ ଏକ ଜୀବଣ୍ଟର କ୍ୟାପସୁଲ ଗଠନ ପ୍ରକ୍ରିୟା ନଷ୍ଟ ହୋଇଥିବାର ଦେଖାଯାଇଛି । ବିଶେଷଜ୍ଞ ତଥା ବୈଜ୍ଞାନିକ ରାହଳ ରେଭେନ୍ଦ୍ରମ୍ ନାୟାରଙ୍କ ଦ୍ଵାରା କରାଯାଇଥିବା ପରୀକ୍ଷଣଗୁଡିକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କର ଅନୁସନ୍ଧାନରୁ ଜଣାପଡିଛି ଯେ ଅଗ୍ନିହୋତ୍ର ହୋମ ବାୟୁରେ ହାଇଡ୍ରୋକାର୍ବନ ଉତ୍ପାଦନ କରେ । ଏହି ହାଇଡ୍ରୋକାର୍ବନ ଆଂଶିକ ଅକ୍ସିଡେସନ୍ ପ୍ରକ୍ରିୟା ମାଧ୍ୟମଦେଇ ଆଲକୋହଲ, ଇଥାଇଲ୍ ଆଲକୋହଲି, ଫରମାଲ ଡିହାଇଡ୍‌, ପରଫିକ୍ ଏସିଡ୍ ଓ ଫ୍ୟୁମିକ୍ ଏସିଡ୍ ଆଦ ମଧ୍ୟ ଉତ୍ପାଦନ କରିଥାଏ। ଏଠାରେ ଉଲ୍ଲେଖନୀୟ ଯେ ହୋମରୁ ଉତ୍ପାଦନ ହେଉଥିବା ଧୂଆଁ ତରଳ ସ୍ୟାନିଟେଜର ସହ ସମାନ ଯାହା କୋଭିତ-୧୯ ଭୂତାଣୁକୁ ନିଷ୍କ୍ରିୟ କରିପାରୁଛି । ପୁନେରେ ଫଗୁଁସନ କଲେଜର ହୋମରେ ଆହୁତୀ ଦିଆଯାଇଥିବା ଚାଉଳ, ଘିଅ, ଜୀବର ହ୍ରାସ ଏବଂ ଜୀବାଣୁ କ୍ୟାପସୁଲ୍ ନଷ୍ଟ କରିବା ଉପରେ ନଜର ରଖିଥିଲେ। ଅନୁସନ୍ଧାନରୁ ଜଣାଯାଇଛି ଯେ ଅଗ୍ନିହୋତ୍ରରୁ ନିର୍ଗତ ହେଉଥିବା ଅଗ୍ନି ଓ ଧୂଆଁ ପ୍ରଦୂଷିତ ବାୟୁମଣ୍ଡଳରେ ଥିବା ଜୀବାଣୁ ଓ ଭୂତାଣୁ ଶାରୀରିକ ଓ ରାସାୟନିକ ପ୍ରଦୂଷଣଙ୍କୁ ବାହାର କରିଥାଏ । ଅନେକ ଅଧ୍ୟୟନ ପରେ ଦେଖାଯାଇଛି ଯେ ହୋମ ହେବାର ଏକ ଘଣ୍ଟା ପରେ ଜୀବାଣୁଙ୍କ ଗଣନା ୧୦% କମିଯାଇଛି । ଏଥିରେ ଉପସ୍ଥିତ ବ୍ୟକ୍ତିମାନଙ୍କ ରକ୍ତଚାପ, ମଧୁମେୟ, ଥାଇରଏଡ ଆଦି ହୋମ ପରେ ବହୁ ପରିମାଣରେ ହ୍ରାସ ପାଇଛି । ଅଗ୍ନିହୋତ୍ର ଯଜ୍ଞ ପୂର୍ବରୁ ଏବଂ ପରେ ଏହିପରି କୋଭିଡ୍-୧୯ରେ ଭୟଭିତ ହେଉଥିବା ରକ୍ତଚାପ, ମଧୁମେୟ ଓ ଥାଇରଏଡ୍ ରୋଗୀ ହୋମ ପରେ ଏବଂ ପୂର୍ବର ରକ୍ତଚାପ ଓ ମଧୁମେୟ ପରୀକ୍ଷା କରି ଜାଣିପାରିବେ । କୋଭିଚ୍‌-୧୯ କ୍ଷେତ୍ରରେ ଜଣାଯାଇଛି ସେଠାରେ ଖୋଳପା ଗଠନ ପ୍ରୋଟିନ୍ ଜୀବାଣୁଙ୍କ ଜୀବନ ଚକ୍ରରେ ବିଭିନ୍ନ ଦିଗରେ ଜଡିତ ଅଛି । ଯେପରିକି ଆସେଙ୍ଗିଙ୍ଗ, ବରଂ ଓ ଖୋଳପା ଗଠନ । ଯଦି ଏହି ଖେଳପା ନଷ୍ଟ ହୋଇଯାଏ ତେବେ ଏହି ଭୂତାଣୁ ବଂଚି ପାରିବ ନାହିଁ । ଏହି ତଥ୍ୟକୁ ଆଧାର କରି କୋଭିଡ୍ -୧୯କୁ ନଷ୍ଟ କରିବାର ସର୍ବୋତ୍ତମ ଉପାୟ ବୋଲି ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ମହଲରୁ ଜଣାପଡିଛି । ଯେହେତୁ ଏହି କୋଭିଡ-୧୯ ଭୂତାଣୁ ଏହି ନିକଟରେ ଘଟିଛି, ଆମ ପାଖରେ ଅଧିକ ପ୍ରମାଣ ନାହିଁ । କୋଭିଚ୍‌-୧୯ ଉପରେ ବୈଜ୍ଞାନିକ ଜ୍ଞାନିଜ୍ଞ ମଧ୍ୟ ବିଶେଷ ଅଧ୍ୟୟନ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରି ନାହିଁ । କିନ୍ତୁ ଅଗ୍ନିହୋତ୍ର ଦ୍ୱାରା ଭୋପାଳ ଗ୍ୟାସ୍ ଦୁର୍ଘଟଣାରୁ ବଂଚି ଯାଇଥିବା ଏସ୍.ଏଲ୍. କ୍ଳସୱାଦ ଓ ପ୍ରଜାପତି ପରିବାର ତଥା ଅନେକ ଆକ୍ରାନ୍ତ ବ୍ୟକ୍ତିଙ୍କ ଉପରେ ବୈଜ୍ଞାନିକ ପରୀକ୍ଷା ଏହାର ଜ୍ବଳନ୍ତ ପ୍ରମାଣ । ଭୋପାଳ ଦୁର୍ଘଟଣା ପରେ ରୁଷ୍ ର ଚେର୍ନାବଲ୍‌ରେ ଏକ ପରମାଣୁ ଦୁର୍ଘଟଣା ଘଟି ହଜାର ହଜାର ଲୋକ ମୃତ୍ୟୁବରଣ କରିଥିଲେ। ପରମାଣୁ ଦ୍ଵାରା ଉତ୍ପନ୍ନ ରଞ୍ଜନ ରସ୍ତିଦ୍ଵାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଉପରେ ଅଗ୍ନିହୋତ୍ର ହୋମ ଏବଂ ପାଉଁଶ ବୈଜ୍ଞାନିକମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ସଫଳତା ମିଳିଥିଲା । ଅଗ୍ନିହୋତ୍ର ହୋମ ଦ୍ଵାରା ଏଚ୍.ଆଇ.ଭି ପରି ଭୂତାଣୁ ଉପରେ ବହୁ ବୈଜ୍ଞାନିକ ପରୀକ୍ଷା କରାଯାଇ ତାହାର ଫଳାଫଳ ମିଳିସାରିଛି । ଯାହା ଏଚ୍.ଆଇ.ଭି ଆକ୍ରାନ୍ତ ରୋଗୀଙ୍କ ଶରୀରରେ ଭୂତାଣୁର ପରିମାଣକୁ କମାଇ ପାରିଛି, ସି.ଡି. ୪ ପ୍ରୋଟିନ୍ ସ୍ତର ବୃଦ୍ଧି କରିପାରିଛି ଏବଂ ସବୁ ରୋଗୀ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଫେରି ପାଇଛନ୍ତି ।

Leave a Reply

Your email address will not be published. Required fields are marked *