ଜିଆ ଖତର ପ୍ରସ୍ତୁତି ଓ ଉପକାରିତା

ଜିଆ କୃଷକର ବନ୍ଧୁ ଓ ପ୍ରକୃତିର ହଳ ଲଙ୍ଗଳ କହିଲେ ବୁଝାଏ । ଆମେ ସମସ୍ତେ ଊଣା ଅଧିକେ ଜିଆ କମ୍ପଷ୍ଟ ଖତ ଓ ଜିଆ ଖତ ପାଣି ଯଥା ଇରମି ୱିସ୍ ବାବଦରେ ଜାଣିଥାଉ । କିନ୍ତୁ କୃଷିର ଏହି କ୍ଷେତ୍ରରେ ଆମେ ଏହାର ଅବିଶ୍ଵାସନୀୟ ଲାଭ ଉପରେ ଜାଣିନାହିଁ । ପୂର୍ବ କାଳରେ ଜୈବିକ ଚାଷ ଉପରେ ଭାରତର ଏକ ସମୃଦ୍ଧ ଈତିହାସ ଥଲା ବେଳେ ଆମେ ଚାଷରେ ବିଭିନ୍ନ ରାସାୟନିକ ସାର ପ୍ରୟୋଗ କରି ଅଧିକ ଉତ୍ପାଦନ କରି ମାନବ ମାତ୍ର ପ୍ରକୃତି ପାଇଁ ଏକ ବିପଦ ଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି । ୧୯୬୬ – ୬୭ ମସିହାରେ ଆମ ଦେଶର ମାନବ ସମ୍ବଳକୁ ଦେଖି କୃଷି କ୍ଷେତ୍ରରେ ଅଧିକ ଅମଳ ପାଇଁ ସବୁଜ ବିପ୍ଲବ ଆରମ୍ଭ ହୋଇଥିଲା । ଯାହାଫଳରେ ଅଧିକ ଉତ୍ପାଦନ ହେଲା । ଯାହା ଆଜି ମାଟିର ସାଙ୍ଖ୍ୟା ଓ ଏହାର ଗଣତା ଓ ମାନବ ପାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇଲା । ରାସାୟନିକ ସାରର ଅତ୍ୟଧକ ପ୍ରୟୋଗ ଖାଦ୍ୟର ଗୁଣବତା, ଖାଦ୍ୟ ପଦାର୍ଥର ବିଶାକ୍ତତା ବିଶେଷ ଭାବରେ ଆମ ପରିବେଶ ଉପରେ ପଡିଛି । ରାସାୟନିକ ସାର ଦୁବାର ହ୍ରାସ କରିବା ଏବଂ ଜୈବିକ ଚାଷକ ପୁଣି ଫେରି ଯିବାର ସମୟ ଆସିଯାଇଛି । ବର୍ତ୍ତମାନ ସମୟରେ ଜୈବିକ ଚାଷରେ କମ୍ପଷ୍ଟ ଜିଆ ଖତ ଜିଆ ପାଣିର ବ୍ୟବହାର ଜୈବିକ କିଟନାଶକ ପ୍ରୟୋଗରେ ଆଶ୍ଚର୍ଯ୍ୟ ଜନକ ଭାବରେ ଲାଭ ମିଳିବା ସଙ୍ଗେସଙ୍ଗେ ମଣିଷର ସ୍ୱାସ୍ଥ୍ୟ ପରିବେଶକୁ ବଜାଇ ରଖିଛି ।

ଜିଆ ଖତ ଓ ପାଣି କଣ ? :- ଜିଆ ଖତ କଳା ଧୂସର ଏବଂ ଏହାକୁ କଳା ସୁନା ବୋଲି କୁହାଯାଏ । ଜିଆ ପାଣି ମହୁ ରଙ୍ଗ ପରି ଦେଖାଯାଏ । ଯାହା ଜିଆ ମାନଙ୍କ ଦ୍ଵାରା ଉତ୍ପାଦନ ହୁଏ । ଜିଆ ମାନେ ମାଟିରେ ଏକ ସୁଡଙ୍ଗ କରି ଖାଦ୍ୟ ଖାଆନ୍ତି । ଏହି ସୁଡଙ୍ଗରେ ଅଣୁଜୀବ ଭରପୁର ଥାଏ । ଏହି ସୁଡଙ୍ଗ ଦେଇ ଯାଉଥିବା ଜଳରେ ଏକ ପୋଷକ ତତ୍ତ୍ବ ଏକ ଲାଳ ଦ୍ଵାରା ହବିଭୁତ ରୂପରେ ଆସିଥାଏ । ଏହି ଲାଳକୁ ଉଦ୍ଭବ ମାନେ ସହଜରେ ଗ୍ରହଣ କରି ପାରନ୍ତି, ଏହିଥରେ ଅନେକ ପୋଷକ ତତ୍ତ୍ଵ ଯଥା ହରମୋନ, ସାଇକୋଟିନ୍, ଅକ୍ସିଟୋସିନ୍, ଭିଟାମିନ୍, ଆମିନୋଏସିଡ୍, ଏନଜାଇମ୍, ଉପକାରି ଅନୁଜୀବ, କବକ, ଅକ୍ସିନୋମାଇସେଟ୍, ପୋଷାକ ତତ୍ତ୍ଵ ଦ୍ରବଣୀୟ ଅବସ୍ଥାରେ ଥାଆନ୍ତି । ଏହା ଉଦ୍ଭଦ ମାନଙ୍କ ପାଇଁ ଜରୁରୀ ।

ଏକ ଭର୍ମି କମ୍ପଷ୍ଟ ୟୁନିଟ୍ କିପରି ପ୍ରସ୍ତୁତ କରିବେ ? :- ଏକ ଭର୍ମି କମ୍ପଷ୍ଟ ୟୁନିଟ୍ ପାଇଁ ଇଟା ସିମେଣ୍ଟର କୁଣ୍ଡ, ଟେଙ୍କା, ସିମେଣ୍ଟ କୂଅ ନନ୍ଦା, ଡ୍ରମ୍ ଓ ବାଲି ୨୦୦ ଲିଟରର, (ଯାହା ଲୁହା କିମ୍ବା ପ୍ଲାସ୍ଟିକରେ ପ୍ରସ୍ତୁତ ହୋଇଥିବା ଜରୁରୀ) ଆବଶ୍ୟକ ଅଟେ । ଭର୍ମି ତିଆରି କରିବା ପାଇଁ ଉପର ଅଂଶ ଖୋଲା ରହିବ । ଟେକ 1 ତଳେ ଛିଦ୍ର କରି ହୋସ୍ ଟ୍ୟୁବ୍ ଟିଏ ଭିତରେ ଅଧା ଇଂଚ ରଖି ବାହାରେ ନୋଟ୍ ବଲ୍‌ ଟେପ୍ ସହ ଟାଣ କରନ୍ତୁ । ଏହି ପ୍ରସ୍ତୁତି ଯାଗାଟି ଛାଇ ତଳେ ରହିବା ଉଚିତ୍‌ ।

ଭର୍ମି କମ୍ପଷ୍ଟ ପାଇଁ ଉପଯୋଗୀ ଜିନିଷ :- ଇଟା ବା ଛୋଟ ପଥର ରଗତା ବାଲି ବା ବାଲି ଗାଈ ଗୋବର, କାଦୁଅ, ମାଟି, ନଡା, ସୁଖିଲା ପତ୍ର, ମାଟି ହାଣ୍ଡି, ବାଲି ଓ ଡମ୍ ।

ଭର୍ମି କମ୍ପଷ୍ଟ କିପରି ପ୍ରସ୍ତୁତ କରିବେ:- ଯଦିଓ ଅନେକ ପଦ୍ଧତି ଅଛି

ନିମ୍ନଲିଖିତ ପଦ୍ଧତି ଟି ସବୁଠାରୁ ସହଜ ।

୧. ଆବଶ୍ୟକ ଅନୁଯାୟୀ କୁଣ୍ଡ, ଡମ୍, ବାଲି ନିଅନ୍ତୁ ।

୨. ଟେଣ୍ଟରରେ ସର୍ବନିମ୍ନ ସ୍ତରରେ ୫- ୭ ସିଏମ୍ ଇଟା ପଥର ଖଣ୍ଡ ରଖନ୍ତୁ ।

୩. ଏହା ଉପରେ ୮ – ୧୦ ସିଏମ୍ ବାଲି ବିଛାନ୍ତୁ ।

୪. ତତ୍ପରେ ୧୨ – ୧୫ ସିଏମ୍ ହାଲକା ମାଟି ରଖନ୍ତୁ ।

୫. ବର୍ତ୍ତମାନ ଏହା ଉପରେ ଜିଆ ଆବଶ୍ୟକ ଅନୁଯାୟୀ ଛାଡନ୍ତୁ ।

୬. ସେମାନଙ୍କ ଉପରେ ୧୫ – ୨୦ ଦିନର ଗାଈ ଗୋବର ୫ – ୧୦ ସିଏମ୍ବ ହଳରେ ପକାନ୍ତୁ ।

୭. ଏହା ଉପରେ ଶୁଖିଲା ନଡା, ପତ୍ର, ଏକ ମୋଟା ସ୍ତରରେ ପ୍ରସ୍ତୁତ କରି ଲବନ୍ତୁ । ପ୍ରତ୍ୟେକ ସ୍ତର ତିଆରି କଲାପରେ ପାଣି ଦିଅନ୍ତୁ । ଓ ଫାଟକ ଖୋଲା ରଖନ୍ତୁ । ମୋଟା ନଡା ଶୁଖିଲା ପତ୍ର ସହ ୧୫-୨୦ ଦିନ ସନ୍ଧ୍ୟାରେ ପାଣି ଦିଅନ୍ତୁ । ଏହି ପ୍ରକ୍ରିୟାରେ ୧୫-୨୦ ଦିନ ମଧ୍ୟରେ ଟେପ୍ ମାଧ୍ୟମରେ ଜିଆ ଖତ ପାଣି ଆସିବ । ମାଟି ହାଣ୍ଡିରେ କପଡା ବାନ୍ଧି ପାଣିକ ସଂଗ୍ରହ କରନ୍ତୁ । ଜିଆ ଖତ ୬୦ – ୯୦ ଦିନ ମଧ୍ୟରେ ହାଲୁକା କଳା, ଧୂସର ରଙ୍ଗ ଗୋତି ଗୋଡି ଭଳି ଦେଖାଯିବ ଏବଂ ଜିଆ ଗୁଡ଼ିକ ଉପର ସ୍ତରରେ ଦେଖାଯିବ ସେତେବେଳେ ଜାଣିବେ ଖତ ପ୍ରସ୍ତୁତ ହୋଇଗଲା । ଏହାକୁ ଏକାଠି ଠୁଳ କରି ରଖିଦେଲେ କିଛି ସମୟ ପରେ ଜିଆ ଗୁଡିକ ତଳକୁ ଚାଲିଯିବେ କିମ୍ବା ଜିଆ ଗୁଡ଼ିକ ସ୍ଥାନାନ୍ତରିତ କରି ଖତ ସଂଗ୍ରହ କରିହେବ ଏବଂ ପୁନର୍ବାର ୟୁନିଟ୍ ଟିକୁ କରିହେବ ।

ଜିଆ ଉତ୍ପାଦନ :- ଜିଆର ବୟସ ସିମା ୧୦ ବର୍ଷ ଏବଂ ଗୋଟିଏ ଜିଆ ଛଅ ମାସ ମଧ୍ୟରେ ୧୫୦୦ ଜିଆ ଉତ୍ପନ୍ନ କରି ପାରନ୍ତି । ୧୦୦୦ ଜିଆ ରୁ ୧ ଲକ୍ଷ ୮୦ ହଜାର ଜିଆ ଜନ୍ମ ହୋଇ ପାରନ୍ତି । ଯାହା ଓଜନ ୮୨ କେଜି ହେବ । ଏହି ଜିଆକୁ ମଧ୍ୟ ପ୍ରତିକେଜି ଆମେ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ପାରିବା । ଯାହାଫଳରେ ୧୭ ହଜାର ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବା ।

ଭର୍ମି କମ୍ପଷ୍ଟ କିପରି ବ୍ୟବହାର କରିବେ:- ଜିଆ ଖତ ପାଣିର ଗୋଟିଏ ଲିଟରରେ ୭ ରୁ ୧୦ ଲିଟର ପାଣି ମିଶାଇ ସନ୍ଧ୍ୟାରେ ଗଛର ପତ୍ରରେ ସିଂଚନ କଲେ ଭଲ ଫୁଲ, ଫଳ ଅଭିବୃଦ୍ଧି ହେବ । ୧ ଲିଟର ଜିଆ ଖତ ପାଣି + ଗୋମୁତ୍ର ୧ ଲିଟର + ୧୦ ଲିଟର ପାଣିରେ ମିଶାଇ ଫସଲରେ ସିଂଚନ କଲେ ରୋଗ ପୋକ ସଂକ୍ରମଣରୁ ମୁକ୍ତ ହୁଏ । ଗ୍ରୀଷ୍ମ ଶିଘ୍ର ଫଳ ଧରିବା ପାଇଁ ଏହା ସାହାଯ୍ୟ କରେ । ଭର୍ମି ୱାସ୍ ପ୍ରସ୍ତୁତ କରିବା ପାଇଁ କେବେହେଲେ ତାଜା ଗାଈ ଗୋବର ବ୍ୟବହାର କରନ୍ତୁ ନାହିଁ । ଏଥରୁ କୀଟ ନାସକ ମରିଯାଏ ।

ଭର୍ମି କମ୍ପଷ୍ଟ ପ୍ରସ୍ତୁତିରେ ସତର୍କତା :-

୧. ଏହି ୟୁନିଟ୍ ଛାଇ ସ୍ଥାନରେ ରହିବା ଆବଶ୍ୟକ। ଯାହାଦ୍ଵାରା ଜିଆ ତଥା ଅନ୍ୟ କୀଟ ଗୁଡିକ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ରକ୍ଷା ପାଇପାରିବେ ।

୨. ସର୍ବଦା ବିଷୁଦ୍ଧ ଜଳ ବ୍ୟବହାର କରିବା ଉଚିତ୍ ।

୩. ଉପଯୁକ୍ତ ପ୍ରଜାତିର ଜିଆ ବାଛିବା ଉଚିତ୍ । ୪. ଭର୍ମି ଓ୍ୱାସ୍‌ର ସଂଗ୍ରହ ପାଇଁ ୟୁନିଟିକ୍ ଉଚ୍ଚା ଯାଗାରେ ରଖିବା ଉଚିତ୍ ।

୫. ବେଙ୍ଗ, ସାପ, ପକ୍ଷୀ, ପିମ୍ପୁଡି, ଝିଟିପିଟି ରୁ ଜିଆଙ୍କୁ ରକ୍ଷା କରିବା ପାଇଁ ବନ୍ଦବସ୍ତ କରିବା ଉଚିତ ।

୬. ସିଞ୍ଚନ ସମୟରେ ବାୟୁର ଗତିର ଦିଗରେ ସିଞ୍ଚନ କରନ୍ତୁ ।

ଭର୍ମି କମ୍ପଷ୍ଟର ଉପକାରିତା :-

୧. ଜିଆ ଖତ ଆଉ ପାଣି ଦ୍ବାରା ଆମର ଉଦ୍ଭିଦର ଭଲ ଅଭିବୃଦ୍ଧି ହୁଏ ।

୨. ରାସାୟନିକ ସାର ବଦଳରେ ଏହା ପ୍ରୟୋଗ କରି ଭଲ ଫସଲ ଅମଳ ହୁଏ ।

୩. ଏହା ପରିବେଷକ ସୁସ୍ଥ ରଖିଥାଏ ।

୪. କମ୍ ମୁଲ୍ୟରେ ଜମିର ଉର୍ବରତା ବୃଦ୍ଧି ହୁଏ ।

୫. ମାଟିର ଗୁଣ, ମାଟି ଧରିରଖିବା ଶକ୍ତି ବୃଦ୍ଧି କରେ ।

୬. ଉଭିଦ ସୁରକ୍ଷା ସହଜ ହୁଏ ଏବଂ ଔଷଧ ଓ ଉତ୍ପାଦନର ମୂଲ୍ୟ ମଧ୍ୟ କମିଯାଏ

୭. ଏଥରୁ ଉତ୍ପାଦିତ ଦ୍ରବ୍ୟ ସ୍ଵାଦିଷ୍ଟ ଅଟେ ।

୮. ସବୁଠାରୁ ବଡ କଥା ହେଲା – ଏହା ପରିବେଷ ପାଇଁ ଅନୁକୂଳ ଏବଂ ଏହା ଦ୍ଵାରା ପ୍ରକୃତିକୁ ଆଗାମୀ ବଂଶି ପାଇଁ ଆମେ ବଂଚାଇ ରଖି ପାରିବା ।

ଆମ ପ୍ରତିନିଧ ଚିନ୍ମୟ କୁମାର ସାହୁ, ଦାରିଙ୍ଗବାଡି, କନ୍ଧମାଳ

Leave a Reply

Your email address will not be published. Required fields are marked *