ଜୈବିକ ଖତ କୋକୋପିଟ୍

କୋକୋପିଟ୍ ଏକ ଜୈବିକ ସାର ଯାହା ନଡ଼ିଆ କତାର ଗୁଣ୍ଡରୁ ପ୍ରସ୍ତୁତ ହୋଇଥାଏ । ନଡ଼ିଆ କତାକୁ ପ୍ରଥମେ ଧୋଇ, ତାକୁ ମେସିନ୍ ଶୁଖାଇ ସେଥ‌ିରେ ଥ‌ିବା ଧୁଳି ମଇଳା ବାଲିକୁ ମେସିନ ମାଧ୍ୟମରେ ବିଶୋଧନ କରାଇ ସେଥି ମଧ୍ୟରୁ ତରୁକୁ ବାହାର କରାଯାଇ ଗୁଣ୍ଡ ଗୁଡିକକୁ ଅଲଗା କରାଯାଏ । ପରେ ପରେ ତନ୍ତୁ ଗୁଡିକ ନଡ଼ିଆ ରସି ଗଦି କାର୍ପେଟ ଆଦି ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ । ଅବଶିତାଂସ ନଡ଼ିଆ କତା ଗୁଣ୍ଡକୁ ମେସିନ୍ ମାଧ୍ୟମରେ ସଙ୍କୋଚନ କରାଯାଇ କୌକୋ ବ୍ଲକ୍ ର ଆକାର

ଦିଆଯାଇଥାଏ କିମ୍ବା ସରଳ ପାଉଡର ରୂପରେ ରଖାଯାଇଥାଏ ।

କୋକୋପିଟ୍ ର ଉପକାରିତା : କୋକୋପିଟ, ସାଧାରଣତଃ ତନ୍ତୁ ପିଟ, ପିଟ୍ ଗୁଣ୍ଡ ବା ପିଟ୍ ବୋଲି କହିଥାଉ । ଏହା ଆଂଟି ଫଙ୍ଗାଲ ଯାହା କବଚ ରୋଗ ନିୟନ୍ତ୍ରଣକାରୀ ଅଟେ । ଏହା ଉଦ୍ୟାନ କୃଷି ପାଇଁ ବିଶେଷ ଉପଯୋଗୀ । ହାଇଡ୍ରୋପୋନିକ୍ ଚାଷରେ ଏହା ଆଜି ଲୋକପ୍ରିୟ ହୋଇ ପାରିଛି | କୋକୋପିଟ୍ ପରିବେଷ ସନ୍ତୁଳନ କାରୀ ଜୈବିକ ଖତ ସାର ଯାହା ଚାଷ ପାଇଁ ବିଶେଷ ଉପଯୋଗୀ । କୋକୋପିଟ୍ ମାଟି ସହିତ ମିଶ୍ରିତ ପ୍ରସ୍ତୁତ ଜୈବିକ ସାର ଗଛରେ ଦିଆଗଲେ ଗଛର ଜଳ ଧାରଣ କ୍ଷମତା ବହୁ ପରିମାଣରେ ବଢାଇଥାଏ । ଯାହା ଗଛ ମୂଳକୁ ଜଳ ଆସ୍ତେ ଆସ୍ତେ ଛାଡ଼ିଥାଏ । ଏହି ଦୃଷ୍ଟିରୁ କୋକୋପିଟ୍ ଉଭିଦ ପାଇଁ

ଅମୂଲ୍ୟ ସମ୍ପଦ ଅଟେ । ଜଳ ଧାରଣର କ୍ଷମତା ସହ ଉଭିଦର ଅଙ୍କୁରଦ୍ଗମ ପାଇଁ ଚମତ୍କାର କାମ କରିଥାଏ ।

ବିଭିନ୍ନ ପ୍ରକାର କୋକୋପିଟ୍ : ୧, କୋକୋପିଟ୍ ଫାଇବର ବା ତନ୍ତୁ :- କୋକୋପିଟ୍ ତନ୍ତୁ ଗୁଚ୍ଛ ଯାହା ମାଧ୍ୟମରେ ଅମ୍ଳଜାନ ସହଜରେ ଗଛର ଟେର ପାଖକୁ ଯାଇପାରେ । ଯେହେତୁ ତନ୍ତୁ ଗୁନ୍ଥର ଶୋଷଣ କରିବାର କ୍ଷମତା ସିମିତ ତେଣୁ ତାହା ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଅମ୍ଳଜାନ ପ୍ରେରଣ ପାଇଁ ସହାୟକ ହୁଏ ।

ଗୁଣ୍ଡ କୋକୋପିଟ୍ : ଗୁଣ୍ଡ ଗୁଡିକ ଧୂସର ରଙ୍ଗର । ଏହା ମାଟି ସହିତ ମିଶ୍ରିତ କରି ପ୍ରସ୍ତୁତ କରାଯାଇଥାଏ । ଏହି କମ୍ପୋଷ୍ଟ ଏକ ଉତ୍କୃଷ୍ଟ ଜୈବିକ ସାର । ଏହାର ଜଳ ଧାରଣ କ୍ଷମତା ଉଚ୍ଚ ମାନର ଥିବାରୁ ଗଛର ମୂଳକକୁ ଓଦାଳିଆ ବହୁ ସମୟ ପାଇଁ ରଖେ ।

୩. କୋକୋ ଚିପ୍ସ : ଏହା ଏକ କତା ଗୁଣ୍ଡ ଓ ତନ୍ତୁର ମିଶ୍ରଣ । ଏହି ଚିପ୍ସ ମାଟିର ଜଳ ଧାରଣ କ୍ଷମତା ଉଚ୍ଚ ରଖିବା ସହ ବାୟୁ ସଂଚାଳନ ପାଇଁ ପ୍ରମୁଖ ସାହାଯ୍ୟ କରିଥାଏ ।

ଘରେ କିପରି କୋକୋ ଚିଜ ପ୍ରସ୍ତୁତ ହୋଇ ପାରିବ :

ପ୍ରସ୍ତୁତି ସରଞ୍ଜାମ :

କ. ନିଡ଼ିଆ ଛଡା ଯନ୍ତ୍ର, ଖ. ମିକ୍ସଚର ବା ମିଶାଇବା ଯନ୍ତ୍ର, ଗ. ଚାଲୁଣି, ଘ. କରଣି, ଡ. ମାଟିପାତ୍ର

ପ୍ରସ୍ତୁତି :

କ. କତା କୁ ନଡ଼ିଆରୁ ଛଡାନ୍ତୁ ତାପରେ ମିଶ୍ରଣ ଯନ୍ତ୍ର ସାହାଯ୍ୟରେ ନଡ଼ିଆର କତାକୁ ଭଲ ଭାବରେ ଘୁର୍ଶନ କରି ମିଶାନ୍ତୁ ।

ଖ. ତନ୍ତୁକୁ ଅଲଗା ହେବା ପରେ ପାଉଡର ଆକାରରେ ମିଶ୍ରଣ ଯନ୍ତ୍ରରେ ଭଲ ଭାବରେ ମିଶାନ୍ତୁ ।

ଗ. ତନ୍ତୁରୁ ଅତ୍ୟନ୍ତ ସୁକ୍ଷ୍ମ ପାଉଡର ବାହାର କରନ୍ତୁ ।

ଘ. ପାଉଡର ହୋଇନଥିବା ତନ୍ତୁକୁ ଚାଲୁଣି ସାହାଯ୍ୟରେ ଅଲଗା କରନ୍ତୁ ।

ଡ. ପାଉଡର କୁ ଅଲଗା କରି ସାରିଲା ପରେ ପାଣି ମିଶାଇ ଏକ ପାତ୍ରରେ ଘଂଟନ୍ତୁ ।

ଚ. କରଣି ବ୍ୟବହାର କରି ବହଳିଆ କରନ୍ତୁ । ଏହାକୁ ଏକ ମାଟି ପାତ୍ରରେ ରଖି ତାକୁ କଠିନ ହେବା ପର୍ଯ୍ୟନ୍ତ ରଖନ୍ତୁ ।

କୋକୋପିଟ୍ କୋମ୍ପୋଷ୍ଟର ମୂଖ୍ୟ ବ୍ୟବହାର :-

୧. ଫୁଲଗଛ କୁଣ୍ଡ, ବୀଜ ଅଙ୍କୁରଦ୍‌ଗମ ପାଇଁ ବିଶେଷ ଜରୁରୀ

୨. ହାଇଡ୍ରୋପୋନିକ ଚାଷ ପାଇଁ ଉପାଦାୟକ ଖତ

୩. ନର୍ସରୀ ଗାର୍ଡେନ ପାଇଁ ଉଦ୍ୟାନ, ଫୁଲ ଚାଷରେ ବହୁଳ ବ୍ୟବହାର କରାଯାଏ ।

୪. ଏହା ସମସ୍ତ ଜୈବି କମ୍ପୋଷ୍ଟ ମଧ୍ୟରେ ସର୍ବୋତମ ।

କୋକୋବିଟ୍ କୋମ୍ପୋଷ୍ଟର ସହ ମାଟିର ମିଶ୍ରଣ :-

୧. କୋକୋବିଟ୍ ସହ ମାଟିର ମିଶ୍ରଣ ମାଟିର ଉର୍ବରତାକୁ ବଢେଇବା ସହ ଉଭିଦର ଅଭିବୃଦ୍ଧି କରାଏ। ଏହା ଜୈବିକ ଉପକାରୀ ଖତ ।

୨. କୋକୋବିଟ୍ ମୃତିକା ସଂରକ୍ଷଣ ଉର୍ବରତାକୁ ବଢାଏ ।

୩. ମୃତିକା କୁ ହାଲୁକା କରିବା ସହ ଜଳ ନିଷ୍କାସନ କ୍ଷମତା ବଢାଏ ।

୪. ବାଲୁକା ମାଟିରେ ଜଳ ଧାରଣ କ୍ଷମତା ବୃଦ୍ଧି କରାଏ । ପ୍ରଥମେ କୋକୋପିଟ୍ ବ୍ଲକ୍ କୁ ଏକ ବାଲ୍ଟି ପାଣିରେ ବୁଡାଇ ରଖନ୍ତୁ । କୋକୋପିଟ୍ ଉପରେ ତାର ବ୍ୟବହାର ବିଷୟରେ ଲେଖାଥ‌ିବ । ସେହି ଅନୁସାରେ ବ୍ୟବହାର କରି ଚାଷରେ ଲଗାନ୍ତୁ ।

କୋକୋପିଟ୍ ର ଉପକାରିତା :-

୧. କୋକୋପିଟ୍ ର ଜଳଧାରଣର କ୍ଷମତା ଅଧ୍ବକ ।

୨. କୋକୋପିଟ୍ ର PH ପରିବେଷ ସନ୍ତୁଳନ ସନ୍ତୋଷ ଜନକ । ଏହାର PH ୫.୭ ଠାରୁ ୬.୫, EC1m/S/CM

୩. ଏହାଏକ ପୁଷ୍ଟିପୋଷକ ଜୈବିକ ଖତ ।

୪. ଏହାର ଜଳ ନିଷ୍କାସନ ସହଜ ଓ ସରଳ ।

୫. କମ୍ ସଙ୍କୋଚିତ ହୁଏ ।

୬. ଏହାର ଭୌତିକ ଗୁଣ ଦୀର୍ଘ ସ୍ଥାୟୀ 

୭. ଏହା ହାଲୁକା ।

୮. ଏହା ରୋଗ ପୋକ ଫିମ୍ପି, ବାଳୁଙ୍ଗା ଦ୍ଵାରା କ୍ଷତିଗ୍ରସ୍ତ ହୁଏ ନାହିଁ ।

୯. ଏହା ଗନ୍ଧ ହୀନ ଏବଂ ସହଜରେ କାର୍ଯ୍ୟକ୍ଷମ କରାଯାଇପାରେ ।

୧୦. ଏହା ଗଠନରେ ସମାନତା ଥାଏ ।

୧୧. ଏହା ପୁନ ବ୍ୟବହାର ଯୋଗ୍ୟ ।

୧୨. ଏହା ଶତ ପ୍ରତିଶତ ଜୈବିକ ।

୧୩. ଏହା ଉଦ୍ଭଦର ଚେରକୁ ସୁଦୃଢ କରିବା ସହ ବଳଶାଳୀ, ଓ ଅଧିକ ସବୁଜ କରାଏ । 

୧୪. ଏହା ଶିଘ୍ର ଜଳ ଗ୍ରହଣ କରିବା ସହ ମୃତିକାକୁ ଓଦାଳିଆ ବହୁ ସମୟ ରଖେ ।

କୋକୋପିଟ୍ ସଠିକ୍ ହୋଇଗଲେ ସମାନ ଧରଣର ମୃତିକା ମିଶାନ୍ତୁ । ମୃତିକା ସହ ଭଲ ଭାବରେ ମିଶିଗଲା ପରେ ଏହା ସହ ଏକଭାଗ ଜିଆ ଖତ ମିଶାଇ ଚାଷରେ ବ୍ୟବହାର କରନ୍ତୁ । ଯାହା ଫଳରେ ଉଭିଦର ଜଳ ନିଷ୍କାସନ, ଅଭିବୃଦ୍ଧି ଏବଂ ଭଲ ଫଳପନିପରିବା ଆମଦାନୀ ହୁଏ । ବାଲୁକା ମୃତିକା ବାହ୍ୟ ଭୁତ ଉଦ୍ଭିଦ ପାଇଁ ଏକ ପାତ୍ର ଏବଂ କୁଣ୍ଡ ଉଭିଦ ପାଇଁ ମାଟିର ମିଶ୍ରଣ ଆବଶ୍ୟକ । କୋକୋପିଟ୍ ପଙ୍କୁଆ ଶିଉଳି ବା ପଙ୍କ ମାଟି ଆପେକ୍ଷା ଭଲ କାରଣ କୋକୋପିଟ୍ ର ପ୍ରାଥମିକ ଓ ମୌଳିକ କାରଣ ହେଉଛି ଏହା ଏକ ପ୍ରାକୃତିକ ଉତ୍ସ । କୋକୋପିଟ୍ ଜୈବିକ ଖତ ରୂପେ ବ୍ୟବହାର ଯୋଗୁ ନଡ଼ିଆର ବ୍ୟର୍ଜ୍ୟ ବସ୍ତୁର ପୁନର୍ବିନିଯୋଗ ହୋଇ ପାରୁଛି । ଯାହା ଫଳରେ ଉପକୂଳ ଅଂଚଳ ନଡ଼ିଆର ଚୋପା ପଡ଼ିଯାଉଥିବା ଯାଗାରେ ସନ୍ତସନ୍ତିଆ ହୋଇଥିବା ଯୋଗୁ ଶୈବାଳର ଅଭିବୃଦ୍ଧିକୁ ବିନାଶ କରିଥାଏ ଯାହାଫଳରେ ଶୈବାଳ ଗୁଡିକ ଶାଗୁଣାର ଖାଦ୍ୟର ଅଭାବ ସୃଷ୍ଟି କରିଥାଏ । ନଡ଼ିଆ ଅମଳର ଉପ ଉତ୍ପାଦ ପାଇଁ କୋକୋପିଟ ଚାଷିର ଏକ ନିର୍ଭର ଯୋଗ୍ୟ ଆୟ ଅଟେ

ନିରପେକ୍ଷ କୋକୋପିଟ୍ ର PH ସ୍ତର ସ୍ଵାଗତ ଯୋଗ୍ୟ ହୋଇଥିବାରୁ ଏହା ଅନେକ ଉଦ୍ଭବ ପାଇଁ ଉପଯୋଗୀ ପୁଷ୍ଟିକର ଖାଦ୍ୟ ସହିତ ଉଭିଦ ସଂଶୋଧନ କରିବା ସହଜ ସାଧ |

କୋକୋପିଟ୍ ର ସମ୍ବନ୍ଧରେ କେତୋଟି ସାଧାରଣ ପ୍ରଶ୍ନ ଓ ଉତର :

୧ପ୍ର. କୋକୋପିଟ୍ କେଉଁ ଉଦ୍ଭିଦ ପାଇଁ ବ୍ୟବହାର କରାଯାଏ ନାହିଁ ?

ଉ : ଯେଉଁ ଉଭିଦ ଗୁଡିକ ଅଧିକ ଅମ୍ଳ ଜରୁରୀ କରିଥାନ୍ତି। ସେମାନଙ୍କ ପାଇଁ ଉପଯୋଗୀ ନୁହେଁ ଯଥା – ବୁ ବେରିସ୍, ଆଜୋଲା ଉଭିଦ । କାରଣ କୋକୋପିଟ୍ ର PE ନିରପେକ୍ଷ

୨ପ୍ର. କୋକୋପିଟ୍ କିପରି ଉଭିଦ ପାଇଁ ଉପଯୋଗୀ । ?

ଉ : ଏହା ମୃତିକାକୁ ହାଲୁକା କରେ ଏବଂ ଜଳଧାରଣ ଓ ଜଳ ନିଷ୍କାସନ କ୍ଷମତା ଉଚ୍ଚ କୋଟୀର ଥିବାରୁ ଏହା ଉଭିଦ ପାଇଁ ଉପଯୋଗୀ

୩ପ୍ର. କୋକୋପିଟ୍ ମାଟି ବିନା ବ୍ୟବହାର ହୁଏ କି ?

ଉ: ନା । ଏହା ମାଟି ସହ ଉଭିଦ ବଢିବାକୁ ଦୃଷ୍ଟପୁଷ୍ଟ କରିବାକୁ ସାହାଯ୍ୟ କରିଥାଏ

୪ପ୍ର. ଏହାର ଜଳଧାରଣ କ୍ଷମତା କିପରି ?

ଉ : ଏହାର ଜଳଧାରଣ କ୍ଷମତା ସାଧାରଣ ଠାରୁ ୧୦ ଗୁଣ ଅଧିକା ।

୫ପ୍ର. କୋକୋପିଟ୍ ର କାର୍ଯ୍ୟକ୍ଷମ ସମୟ ସୀମା କେତେ ?

ଉ. ଏହା ୪ ବର୍ଷ ଅଟେ | କମ୍ପୋଷ୍ଟ ହୋଇନଥିବା ନଡ଼ିଆ କତାବ୍ପ୍ର ସ୍ତୁତ କୋକୋପିଟର ସମୟ ସୀମା ୨ ବର୍ଷ |

୬ପ୍ର. କୋକୋପିଟ୍ ର ବଜାର ଦର କେତେ ?

ଉ. ଏହାର ବଜାର ଦର କେଜି ପ୍ରତି ୧୨୦/−

Leave a Reply

Your email address will not be published. Required fields are marked *