ପଶୁଧନଙ୍କ ଟିକା ସମ୍ବନ୍ଧରେ କେତୋଟି ଜାଣିବା କଥା

ପଶୁଧନଙ୍କ ଟିକା ସମ୍ବନ୍ଧରେ କେତୋଟି ଜାଣିବା କଥା

ପ୍ରାଣୀଧନ ତଥା ଗୃହପାଳିତ ପଶୁପକ୍ଷୀ ମାନଙ୍କ ମୃତ୍ୟୁ ବା ମଡକ ବାଷୀ ମୁଣ୍ଡରେ ପଡିଥାଏ ଚଡକ । ଅନେକ ପଶୁ ରୋଗର ପ୍ରତିରୋଧ କରି ହେବ ଯଦି ଚାଷୀ ତାର ଗାଈଗୋରୁ , ବଳଦ, ଛେଳି, ମେଣ୍ଢା, କୁକୁଡା ଆଦିକୁ ଠିକ ସମୟରେ ଟିକା କରଣ କରେ । କଥାରେ ଅଛି ‘Prevention is better than Cure” ଟିକା କରଣ ଠିକ ସମୟରେ ଠିକ ବୟସରେ ଓ ସଠିକ ବ୍ୟବଧାନରେ ନିୟମିତ କରାଗଲେ କୌଣସି ଭୁତାଣୁ ବା ଜୀବାଣୁ ଜନିତ ରୋଗ ଦ୍ଵାରା ପଶୁପକ୍ଷୀ ଗୁଡିକ ଆକ୍ରାନ୍ତ ହେବେ ନାହିଁ । ଚାଷୀର ପଶୁ ଗୁଡିକର ସ୍ଵାସ୍ଥ୍ୟ ଠିକ ରହିଲେ ବି ପଇସା ଭଲ ଲାଭ ପାଇଥାଏ । ସାଧାରଣତଃ ଟିକା ଦେବାର ୨ ରୁ ୩ ମାସ ପୂର୍ବରୁ ପଶୁ ଗୁଡ଼ିକଙ୍କ କୃମି ନାସନ ଔଷଧ ଦିଆଯାଇ ଟିକା ଦିଆଗଲେ ତାର ସଠିକ ପ୍ରତିରୋଧକ ଶକ୍ତି ଜାଗ୍ରତ ହୁଏ । ଚାଷି ତାର ନିଜର ଜଳବାୟୁ ଓ ନିଜ ଅଂଚଳରେ ବ୍ୟାପୁଥିବା ରୋଗ ଉପରେ ଟିକାକରଣ କରିବା ଜବିତ । କିନ୍ତୁ ଚାଷାର ଅବହେଳା ଖାମଖିଆଲି ଭାବ ଓ ଅଜ୍ଞତା ଯୋଗୁଁ ଗାଆଁରେ ସଂକ୍ରାମକ ରୋଗ ପ୍ରବେଶ କଲେ ସେତେବେଳେ ଟିକା ଦେବା ପାଇଁ ଆଗଭର ହେଲେ ଟିକା କୌଣସି କାମ କରିବ ନାହିଁ ଏବଂ ରୋଗକୁ ଅଧିକ ବଢାଇ ଦେବ । ତେଣୁ ବାଷି ନିଜର ପଶୁ ପ୍ରତି କେଉଁ ସମୟରେ ରୋଗ ନିରାକରଣ ଟିକା ପ୍ରଦାନ କରିବ ବା ଟିକା ଦେବା ପରେ ଓ ପୂର୍ବରୁ କଣ ସଳତା ଅବଲମ୍ବନ କରିବ ସେଥପ୍ରତି ଧ୍ୟାନ ଦେବା ଉଚିତ୍‌ । ଟିଳା ଦେବା ପୂର୍ବରୁ ଓ ପରେ ସତର୍କତା –

1 ପଶୁଟିର ଟିକା ଦେବା ସମୟରେ ଭଲ ସ୍ୱାସ୍ଥ୍ୟ ରହିବା ଉଚିତ ।
2 ଦୁଇ ତିନି ସପ୍ତାହ ପୂର୍ବରୁ କୃମି ନାସନ ଔଷଧ ଦେବା ଉଚିତ ।

3 ଟିକାର ଏକ୍ସପ୍ୟାରି ଡେଟ ହୋଇନଥିବା ତାହା ଦେଖିବା ଉଚିତ ।

4 ଯେଉଁ ଟିକା ଶୀତଳି କରଣ ଓ ଶୀତଳ ଚେନ ମଧ୍ୟରେ ରହିବାର ବିଧି ଥାଏ ତାହାକୁ ତାହା ପରିଚାଳନା କରାଯିବା ଉଚ୍ଚିତ ।
5 ବିଶୋଧତ ସିରିଞ୍ଜ ବା ପୁନଃ ନବ୍ୟବହାର ହୋଇଥିବା ସିରିଞ୍ଜ ବ୍ୟବହାର କରିବା ବିଧେୟ ।
6 ସମ୍ପୃକ୍ତ ଟିକା କମ୍ପାନୀର ଟିକା ଗୁଡିକ କେଉଁ ରାସ୍ତାରେ ଦିଆଯିବ ଯଥା ମାଂସ ତଳେ, ଚମଡା ତଳେ, ଏବଂ
କେତେ ପରିମାଣରେ ଦିଆଯିବ ତାହା ମାନିବା ଉଚିତ ।
7 ସମ୍ପୃକ୍ତ ଅଂଚଳର ୮୦% ପଶୁକୁ ଟିକା କରଣ କରାଗଲେ ଗ୍ରାମରୁ ରୋଗ ବିତାଡିତ ହୋଇ ପାରିବ ।
8 ଅଂଚଳକୁ ରୋଗ ଆସିବା ସମୟର ଏକ ମାସ ପୂର୍ବରୁ ଟିକା ଦେବା ବିଧେୟ ।
9 ଆସନ୍ନ ପ୍ରସବାକୁ ଟିକାରୁ ବଂଚିତ କରାଯାଇପାରେ ଅଧିକାଂଶ ସମୟରେ ଟିକା ଦେଲେ କୌଣସି କ୍ଷତି
ହୋଇନଥାଏ ।

10 ଟିକା ଦେବା ପରେ ଏକ ସପ୍ତାହ ପଶୁ ମାନଙ୍କୁ କାମରେ ଲଗାଇବା ନାହିଁ । କିମ୍ବା ଆଂଟିବାୟୋଟିକ

 ଖାଇବାକୁ ଦେବା ଉଚିତ ନୁହେଁ ।

ଟିକା ଫେଲ ମାରେ କାହିଁକି ? :-

୧. ଟିକା ଶୀତଳି କରଣ ପ୍ରବାହରେ ଯଦି ନଥାଏ

୨. ରୁଗ୍‌ଣ, ପ୍ରତିରୋଧକ ଶକ୍ତି ଦୁର୍ବଳ ସ୍ୱାସ୍ଥ୍ୟ ଓ କୁପୋଷଣ ଯୋଗୁ ଟିକା କାମ କରେ ନାହିଁ ।

୩. ନିମ୍ନ ମାନର ଟିକା ଯୋଗୁଁ ।

୪. ଭୁତାଣୁର ଅନ୍ୟ ଷ୍ଟେନ ଥିଲେ ନିମ୍ନ ଜାଗ୍ରତ ଶକ୍ତି ଯେପରିକି ଫାଟୁଆ ରୋଗର ଟିକାରେ ଦେଖାଯାଏ ।

ସତର୍କତା :-

୧. ଟିକା ନାମି କମ୍ପାନୀ ଠାରୁ ନେବା ଉଚିତ୍ ।

୨. ଯେଉଁ ଟିକା ରେଫ୍ରିଜିରେଟର ରେ ରଖିବା ଉଚିତ୍ ତାହା ପାଳନ କରିବା ଉଚିତ୍ ।

୩. ନିର୍ଦ୍ଦିଷ୍ଟ ପରିମାଣ ଅନୁସାରେ ନିର୍ଦ୍ଦିଷ୍ଟ କମ୍ପାନୀର ନିର୍ଦ୍ଦେଶାବଳୀ ଅନୁସରଣ କରିବା ଉଚିତ୍‌ ।

୪. ଟିକା ସମୟ ଶେଷ ହେଲା ପରେ ଦିଅନ୍ତୁ ନାହିଁ ।

୫. ଟିକା ଖୋଲିବାର ୩ ରୁ ୪ ଘଂଟା ମଧ୍ଯରେ ଦିଅନ୍ତୁ ।

୬. ବିଶୋଧିତ ସିରିଞ୍ଜ ବ୍ୟବହାର କରନ୍ତୁ ।

୭. ସକାଳେ କିମ୍ବା ସନ୍ଧ୍ୟାରେ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *